କାହା ପ୍ରେମରେ ପଡ଼ିଛନ୍ତି କୁନି ଝିଅ ଲିସିପ୍ରିୟା, ଜାଣନ୍ତୁ ସେ କାହିଁକି ଓଡ଼ିଶା ଆସିଛନ୍ତି

ଗଜପତି(ଓଡ଼ିଶା ରିପୋର୍ଟର)ବୟସ ୮ ବର୍ଷ। ନାଁ ତାଙ୍କର ଲିସିପ୍ରିୟା କଙ୍ଗୁଜମ । ହେଲେ ଏହି କଁଅଳ ବୟସରେ ତାଙ୍କୁ ପ୍ରେମ ହୋଇଯାଇଛି। ଆଉ କେହି ନୁହେଁ ପ୍ରକୃତି ପ୍ରେମରେ ସେ ଅଧୀର। ଗଛଲତା, ପାହାଡ଼ ପର୍ବତର ସୁରକ୍ଷା ପାଇଁ ସେ ଅଣ୍ଟାଭିଡ଼ିଛନ୍ତି। ସେ ଏବେ ଓଡ଼ିଶା ଆସିଛନ୍ତି।  ଚଳିତ ବର୍ଷ ଭାରତ ଶାନ୍ତି ପୁରସ୍କାର ପାଇଥିବା ମଣିପୁରର ଏହି ଚର୍ଚ୍ଚିତ ୮ ବର୍ଷୀୟ ଝିଅ ଲିସିପ୍ରିୟା, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ କୁଲଙ୍ଗ ଗାଁରେ ପାହା଼ଡ଼ ଧସି […]

6543

6543

Tapas Behera
  • Published: Tuesday, 29 October 2019
  • Updated: 29 October 2019, 06:28 PM IST

Sports

Latest News

ଗଜପତି(ଓଡ଼ିଶା ରିପୋର୍ଟର)ବୟସ ୮ ବର୍ଷ। ନାଁ ତାଙ୍କର ଲିସିପ୍ରିୟା କଙ୍ଗୁଜମ । ହେଲେ ଏହି କଁଅଳ ବୟସରେ ତାଙ୍କୁ ପ୍ରେମ ହୋଇଯାଇଛି। ଆଉ କେହି ନୁହେଁ ପ୍ରକୃତି ପ୍ରେମରେ ସେ ଅଧୀର। ଗଛଲତା, ପାହାଡ଼ ପର୍ବତର ସୁରକ୍ଷା ପାଇଁ ସେ ଅଣ୍ଟାଭିଡ଼ିଛନ୍ତି। ସେ ଏବେ ଓଡ଼ିଶା ଆସିଛନ୍ତି।  ଚଳିତ ବର୍ଷ ଭାରତ ଶାନ୍ତି ପୁରସ୍କାର ପାଇଥିବା ମଣିପୁରର ଏହି ଚର୍ଚ୍ଚିତ ୮ ବର୍ଷୀୟ ଝିଅ ଲିସିପ୍ରିୟା, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ କୁଲଙ୍ଗ ଗାଁରେ ପାହା଼ଡ଼ ଧସି ସର୍ବସ୍ୱ

ହରାଇଥିବା ବିପନ୍ନଙ୍କୁ ଭେଟିଛନ୍ତି।  ବିପନ୍ନଙ୍କ ସହ କଥା ହେବା ସହ ସେ ଜଙ୍ଗଲ ସୁରକ୍ଷା ସଂପର୍କରେ ସେମାନଙ୍କୁ ବୁଝାଇଥିଲେ ଓ ଗଛ ନକାଟିବାକୁ ସଚେତନ କରିଥିଲେ ।

ଏଥିସହ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ଜାତୀୟ ବିପଯର୍ୟୟ ପ୍ରଶମନ ଦିବସରେ ଅତିଥି ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ରୋକିବାକୁ ପରିବେଶ ସୁରକ୍ଷା ପାଇଁ ଆହ୍ୱାନ ଦେଇଥିଲେ ଲିସିପ୍ରିୟା। ଆସନ୍ତାକାଲି ସେ ମୟୂରଭଞ୍ଜର ଶିମିଳିପାଳ ଜାତୀୟ ଉଦ୍ୟାନ ଗସ୍ତ କରି ବ୍ୟାଘ୍ର ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବାର କାର୍ଯ୍ୟକ୍ରମ ରହିଛି। କିଛି ଦିନ ତଳେ ବିଶ୍ୱର ବଡ଼ବଡ଼ ନେତାଙ୍କୁ ହାଓ ଡେୟାର ୟୁ, ଆମ ପରି ପିଲାଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଆପଣ ମାନଙ୍କର ଦୁଃସାହସ ହେଲା କେମିତି  ବୋଲି ପ୍ରଶ୍ନ କରି ଚର୍ଚ୍ଚା ସୃଷ୍ଟି କରିଥିଲେ, ସୁଇଡେନ୍‌ର ୧୬ ବର୍ଷୀୟା ପରିବେଶ ସୁରକ୍ଷା କର୍ମୀ ଗ୍ରେଟା ଥନ୍‌ବର୍ଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos