‘ରଥଯାତ୍ରାରେ ମହାପ୍ରଭୁ ଆମକୁ ୪ଟି କଥା କହିଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ମହାପ୍ରଭୁଙ୍କ ରଥଯାତ୍ରା ହୋଇଛି। ମହାପ୍ରଭୁ ଶ୍ରୀମନ୍ଦିର ଛାଡ଼ି ଗଣ୍ଡିଚାକୁ ବିଜେ କରିଛନ୍ତି। ହେଲେ ମହାପ୍ରଭୁଙ୍କ ଏହି ଲୀଳା ଦେଖିବାକୁ ବଡ଼ଦାଣ୍ଡ ଯାଇପାରିଲେନି ଭକ୍ତ। ଘରେ ବସି ମହାପ୍ରଭୁଙ୍କ ଯାତ୍ରା ଦେଖି ଭାବବିହ୍ୱଳ ହେଲେ। ଆଖିକୁ ଝରି ଆସିଥିଲା ଲୁହ। କିନ୍ତୁ ଏସବୁ ଭିତରେ ଆମ ସହିତ କଥା ହେଉଥିଲେ ମହାପ୍ରଭୁ। ଭାବ, ଆବେଗ ଓ ଭକ୍ତିରେ ବୁଡ଼ି ରହିଥିବାରୁ ଆମେ ହୁଏତ ମହାପ୍ରଭୁଙ୍କ କଥା ଶୁଣିପାରିଲୁ ନାହିଁ। ତାଙ୍କର ଲୀଳା ଓ ମହାତ୍ମ୍ୟ […]

jagannath

jagannath

Manoranjan Sial
  • Published: Wednesday, 24 June 2020
  • Updated: 24 June 2020, 07:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ମହାପ୍ରଭୁଙ୍କ ରଥଯାତ୍ରା ହୋଇଛି। ମହାପ୍ରଭୁ ଶ୍ରୀମନ୍ଦିର ଛାଡ଼ି ଗଣ୍ଡିଚାକୁ ବିଜେ କରିଛନ୍ତି। ହେଲେ ମହାପ୍ରଭୁଙ୍କ ଏହି ଲୀଳା ଦେଖିବାକୁ ବଡ଼ଦାଣ୍ଡ ଯାଇପାରିଲେନି ଭକ୍ତ। ଘରେ ବସି ମହାପ୍ରଭୁଙ୍କ ଯାତ୍ରା ଦେଖି ଭାବବିହ୍ୱଳ ହେଲେ। ଆଖିକୁ ଝରି ଆସିଥିଲା ଲୁହ। କିନ୍ତୁ ଏସବୁ ଭିତରେ ଆମ ସହିତ କଥା ହେଉଥିଲେ ମହାପ୍ରଭୁ। ଭାବ, ଆବେଗ ଓ ଭକ୍ତିରେ ବୁଡ଼ି ରହିଥିବାରୁ ଆମେ ହୁଏତ ମହାପ୍ରଭୁଙ୍କ କଥା ଶୁଣିପାରିଲୁ ନାହିଁ। ତାଙ୍କର ଲୀଳା ଓ ମହାତ୍ମ୍ୟ ପରିପ୍ରକାଶ ହେଲା। ଆଉ ମହାପ୍ରଭୁ ଆମକୁ ୪ଟି କଥା କହିଗଲେ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି।

ବାଗ୍‌ଚୀ କହିଲେ-“ରଥଯାତ୍ରା ବେଳେ ମହାପ୍ରଭୁ କହିଛନ୍ତି ଧୈର୍ଯ୍ୟ ଧର। ମୁଁ ଧୈର୍ଯ୍ୟ ରଖିଲି, ରଖୁଛି ଓ ରଖିବି ମଧ୍ୟ। ତୁମେ ବି ଧୈର୍ଯ୍ୟ ରଖ। ଯେବେଠାରୁ ତୁମର ଲକ୍‌ଡାଉନ୍‌, କର୍ଫ୍ୟୁ ଓ ହୋମ୍‌ କ୍ୱାରେଣ୍ଟାଇନ୍‌ ଚାଲିଛି। ସେବେଠାରୁ ମୋର ମଧ୍ୟ ଚାଲିଛି। ଧୈର୍ଯ୍ୟ ରଖିଲେ ମୋ’ ରଥ ପରି ତୁମ ରଥ ଚାଲିବ ବୋଲି ମହାପ୍ରଭୁ କହିଛନ୍ତି। ମହାପ୍ରଭୁଙ୍କର ଦ୍ୱିତୀୟ କଥାଟି ହେଲା- ଅନୁଶାସନ। ମୁଁ ସବୁଠାରୁ ଊର୍ଦ୍ଧ୍ୱରେ। ମୋ ଉପରେ କେହି ନାହିଁ। କରି କରାଉ ଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ। ମୁଁ ଜିଲ୍ଲାପାଳ, ପୁଲିସ ଓ ପ୍ରଶାସନର ନିୟମ ମାନି ରହିଲି। ସେଥିରେ କୌଣସି ହେଳା କରିନାହିଁ। ସୁନା ପିଲାଟିଏ ପରି ସଞ୍ଜ ପୂର୍ବରୁ ଗୁଣ୍ଡିଚାରେ ମୋ ରଥ ଲାଗିଲା। ତୁମେମାନେ ମୋ ପରି ରୁହ ଓ ଅନୁଶାସନରେ ରୁହ। ମହାପ୍ରଭୁଙ୍କ ତୃତୀୟ କଥାଟି କହିଲେ- ଏକଜୁଟ୍‌ ହେବାକୁ ସଙ୍କଳ୍ପ ରଖିବା। ମୋ ରଥଯାତ୍ରା ସୁସମ୍ପନ୍ନ ହେଲା। ରାଜ୍ୟ, କେନ୍ଦ୍ର ସରକାର, ସେବାୟତ, ଠାକୁର ରଜା, ସାଧାରଣ ବ୍ୟକ୍ତିଠାରୁ ନେଇ ଉଚ୍ଚତମ ନ୍ୟାୟାଳୟ ସମସ୍ତେ ଏକାଠି ହେବାର ୨୪ ଘଣ୍ଟା ଭିତରେ ମୋ ରଥ ଗଡ଼ିଲା। ସମସ୍ତେ ମିଶିଲେ ବୋଲି ମୋ ରଥ ଗଡ଼ିଲା। ସଙ୍ଗବଳରେ ବଡ଼ ଦାଣ୍ଡରେ ରୋଗ, ଶୋକ ଓ କଷ୍ଟକୁ ମୋ ରଥ ଚକରେ ଦଳିଦେଲି। ତୁମେ ମଧ୍ୟ ଏକଜୁଟ୍‌ ହୋଇ ସଙ୍ଗବଳରେ ‘କରୋନା’କୁ ଦଳି ପାରିବ। ମହାପ୍ରଭୁ ଶେଷ କହିଲେ- ତ୍ୟାଗ ସ୍ୱୀକାର କର। ପରାକ୍ରମୀ ଶତ୍ରୁ, ଅସ୍ୱଭାବିକ ବିପଦ ଓ ପରିସ୍ଥିତିକୁ ଜିଣିବା ପାଇଁ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ। ମୋତେ ଦେଖିବା ପାଇଁ ୧୦ ଲକ୍ଷ ଲୋକ ଆସନ୍ତି। ହେଲେ ୧୫୦୦ ସେବାୟତରେ ମୋ ରଥ ଗଡ଼ିଲା। ତୁମେ ମଧ୍ୟ ମୋ ପରି ଅଳ୍ପରେ ଚଳିବାକୁ ଶିଖ।”

ଓଡ଼ିଶାରେ କରୋନା ସ୍ଥିତି ନେଇ ସୂଚନା ଦେବାକୁ ଯାଇ ବାଗ୍‌ଚୀ ଏହି କଥା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story