ଓଡ଼ିଶାରେ ଶିଳ୍ପରେ ଘଟୁଛି ସର୍ବାଧିକ ହିଂସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଶିଳ୍ପସଂସ୍ଥାରେ ସୃଷ୍ଟି ହେଉଥିବା ହିଂସା ଦେଶରେ ସର୍ବାଧିକ। ଅନ୍ୟ ରାଜ୍ୟରେ ଶିଳ୍ପ କାରଖାନାରେ ହିଂସା ସର୍ବାଧିକ ୨୦ରେ ସୀମିତ ଥିବା ବେଳେ ଓଡ଼ିଶାରେ ୮୧ଟି ଘଟଣା ଘଟିଛି। କ୍ରାଇମ୍‌ ଇନ୍‌ ଇଣ୍ଡିଆ ରିପୋର୍ଟ (NCRB)ରେ ଏପରି ତଥ୍ୟ ମିଳିଛି। ଗୋଟିଏ ପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍‌ଇନ୍‌ ଓଡ଼ିଶାର ନାରା ଦେଇ ଶିଳ୍ପ ଉପଯୋଗୀ ବାତାବରଣର ଦ୍ୱାହି ଦେଉଥିବା ବେଳେ ଏ ତଥ୍ୟ ବାସ୍ତବ ସ୍ଥିତିକୁ ଦର୍ଶାଉଛି। ଏନ୍‌ସିଆର୍‌ବିର ତଥ୍ୟ ଅନୁସାରେ […]

factre

Manoranjan Sial
  • Published: Wednesday, 23 October 2019
  • , Updated: 23 October 2019, 08:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଶିଳ୍ପସଂସ୍ଥାରେ ସୃଷ୍ଟି ହେଉଥିବା ହିଂସା ଦେଶରେ ସର୍ବାଧିକ। ଅନ୍ୟ ରାଜ୍ୟରେ ଶିଳ୍ପ କାରଖାନାରେ ହିଂସା ସର୍ବାଧିକ ୨୦ରେ ସୀମିତ ଥିବା ବେଳେ ଓଡ଼ିଶାରେ ୮୧ଟି ଘଟଣା ଘଟିଛି। କ୍ରାଇମ୍‌ ଇନ୍‌ ଇଣ୍ଡିଆ ରିପୋର୍ଟ (NCRB)ରେ ଏପରି ତଥ୍ୟ ମିଳିଛି। ଗୋଟିଏ ପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍‌ଇନ୍‌ ଓଡ଼ିଶାର ନାରା ଦେଇ ଶିଳ୍ପ ଉପଯୋଗୀ ବାତାବରଣର ଦ୍ୱାହି ଦେଉଥିବା ବେଳେ ଏ ତଥ୍ୟ ବାସ୍ତବ ସ୍ଥିତିକୁ ଦର୍ଶାଉଛି।

ଏନ୍‌ସିଆର୍‌ବିର ତଥ୍ୟ ଅନୁସାରେ ରାଜ୍ୟରେ ଦୈନିକ ୬ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ଦେଶର ଚତୁର୍ଥ ସର୍ବାଧିକ ଯୌନ ଉତ୍ପୀଡନ ଘଟଣା ଓଡ଼ିଶାରେ ଘଟୁଛି। ବଧୂ ହତ୍ୟାରେ ଷଷ୍ଠ ସ୍ଥାନରେ ଓଡ଼ିଶା ରହିଛି। ଖାଲି ସେତିକି ନୁହେଁ, ମହିଳା ବିରୋଧୀ ଅପରାଧ ପାଇଁ କୁଖ୍ୟାତ ଦେଶର ୧୦ଟି ରାଜ୍ୟ ଭିତରେ ସାମିଲ ହୋଇଛି ଓଡ଼ିଶା।

୨୦୧୭ ଲାଗି ପ୍ରକାଶିତ ରିପୋର୍ଟରେ ୨୦୧୪ ରୁ ୨୦୧୭ ଭିତରେ ରାଜ୍ୟରେ ଦୁଇଗୁଣା ବଢ଼ିଛି। ଅସଦାଚରଣ ମାମଲା। ୨୦୧୪ରେ ମହିଳା ଦୁଷ୍କର୍ମ ମାମଲା ସଂଖ୍ୟା ୧,୧୪୨ ଥିବା ବେଳେ ୧୭ରେ ଏହା ୨,୪୫୭କୁ ବୃଦ୍ଧି ପାଇଛି। ବର୍ଷକୁ ୧୧.୧ ପ୍ରତିଶତ ହାରରେ ବଢୁଥିବା ଏହି ଅପରାଧ କ୍ଷେତ୍ରରେ ଅନ୍ୟ ସମସ୍ତ ରାଜ୍ୟକୁ ପଛରେ ପକାଇ ଦେଇଛି ଓଡ଼ିଶା।

NCRB ତଥ୍ୟ ଅନୁସାରେ ୨୦୧୭ରେ ରାଜ୍ୟରେ ୯ ହଜାର ୧୩୨ଟି ମହିଳା ଅସଦାଚରଣ ମାମଲା ଦାଏର ହୋଇଛି। ପୂର୍ବ ୩ ବର୍ଷ ଭିତରେ ଏହି ଅପରାଧ ବାର୍ଷିକ ୪୨.୯ ହାରରେ ବଢୁଥିବା ବେଳେ ଏ କ୍ଷେତ୍ରରେ ଓଡ଼ିଶା ୪ ନମ୍ବର ସ୍ଥାନରେ ରହିଛି। ସେହିଭଳି ୫.୩ ପ୍ରତିଶତ ବୃଦ୍ଧି ହାର ସହ ୧,୧୩୪ଟି ଯୌନ ଉତ୍ପୀଡନ ଘଟଣା ଘଟିଥିବା ଓଡ଼ିଶା ଏ କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ରହିଛି। ଆଶ୍ରୟ ସ୍ଥଳୀରେ ଯୌନ କେଳେଙ୍କାରୀ ଘଟଣାରେ ମଧ୍ୟ ୟୁପି, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ପରେ ଆମ ରାଜ୍ୟର ନାଁ ଆସୁଛି। ସେପଟେ ୨୦୧୭ ମସିହାରେ ରାଜ୍ୟରେ ୩୨୬ ଯୌତୁକ ହତ୍ୟା ସହ ୬ ନମ୍ବର ଓ ୨,୦୭୦ ଦୁଷ୍କର୍ମ ଘଟଣା ସହ ଓଡ଼ିଶା ଷଷ୍ଠ ସ୍ଥାନରେ ଥିବା NCRB ରିପୋର୍ଟରେ ଦର୍ଶାଯାଇଛି।

Related story