ସହରାଞ୍ଚଳରେ ‘ପ୍ରଧାନମନ୍ତ୍ରୀ ଆବାସ’ ଯୋଗାଇ ପାରୁନି ଓଡ଼ିଶା: ୨ ଲକ୍ଷରୁ ମାତ୍ର ୯୨ ହଜାର ପାଇଛନ୍ତି ଘର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସହରାଂଚଳରେ ଗରିବ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ(ଅର୍ବାନ)ରେ ଘର ଯୋଗାଇବାରେ ଓଡ଼ିଶା ସରକାର ଆଖିଦୃଶିଆ ସଫଳ ହୋଇନାହାନ୍ତି । ପ୍ରଧାନମନ୍ତ୍ରୀ ଆବାସ(ଅର୍ବାନ)ରେ ମୋଟ ୨ଲକ୍ଷ ୫ହଜାର ୯୮୯ଜଣ ଘର ପାଇବାକୁ ଯୋଗ୍ୟ ବିବେଚିତ ଥିବାବେଳେ ସେମାନଙ୍କ ମଧ୍ୟରୁ ୧.୮୦ଲକ୍ଷ ହିତାଧିକାରୀଙ୍କ ତଥ୍ୟକୁ ଅପଲୋଡ୍ କରିବାରେ ଓଡ଼ିଶା ସକ୍ଷମ ହୋଇଛି । ଆଉ ଏପର୍ଯ୍ୟନ୍ତ ଗତ ୫ବର୍ଷ ମଧ୍ୟରେ ମାତ୍ର ୯୨୨୨୦ ହିତାଧିକାରୀଙ୍କୁ ଘର ମିଳିପାରିଛି । ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ)ରେ ୬.୬୫ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ପାଇଁ […]

PM Awas Yojana

PM Awas Yojana

Ordigital Desk
  • Published: Thursday, 03 February 2022
  • Updated: 03 February 2022, 10:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସହରାଂଚଳରେ ଗରିବ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ(ଅର୍ବାନ)ରେ ଘର ଯୋଗାଇବାରେ ଓଡ଼ିଶା ସରକାର ଆଖିଦୃଶିଆ ସଫଳ ହୋଇନାହାନ୍ତି । ପ୍ରଧାନମନ୍ତ୍ରୀ ଆବାସ(ଅର୍ବାନ)ରେ ମୋଟ ୨ଲକ୍ଷ ୫ହଜାର ୯୮୯ଜଣ ଘର ପାଇବାକୁ ଯୋଗ୍ୟ ବିବେଚିତ ଥିବାବେଳେ ସେମାନଙ୍କ ମଧ୍ୟରୁ ୧.୮୦ଲକ୍ଷ ହିତାଧିକାରୀଙ୍କ ତଥ୍ୟକୁ ଅପଲୋଡ୍ କରିବାରେ ଓଡ଼ିଶା ସକ୍ଷମ ହୋଇଛି । ଆଉ ଏପର୍ଯ୍ୟନ୍ତ ଗତ ୫ବର୍ଷ ମଧ୍ୟରେ ମାତ୍ର ୯୨୨୨୦ ହିତାଧିକାରୀଙ୍କୁ ଘର ମିଳିପାରିଛି । ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ)ରେ ୬.୬୫ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ପାଇଁ ଦାବି କରି ଶାସକ ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା ହେଉଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ(ଅର୍ବାନ)ରେ ସବୁସମୟରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇପାରିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।

କେନ୍ଦ୍ର ସହରାଂଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ଲୋକସଭାରେ ବିଭିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଓଡ଼ିଶାର ୧୧୬ଟି ସହରରେ ରହୁଥିବା ଲୋକଙ୍କ ପାଇଁ ଗତ ୫ବର୍ଷ ମଧ୍ୟରେ ମୋଟ ୧ଲକ୍ଷ ୨୫ହଜାର ୧୬୯ଟି ଘର ମଞ୍ଜୁର ହୋଇଛି । ଯଦିଓ ୨.୦୫ଲକ୍ଷ ହିତାଧିକାରୀ ଘର ପାଇବାକୁ ହକଦାର ଅଟନ୍ତି। କିନ୍ତୁ ଓଡ଼ିଶା ସରକାର ମାତ୍ର ୧.୮୦ଲକ୍ଷ ହିତାଧିକାରୀଙ୍କ ତଥ୍ୟ ଅପଲୋଡ୍ କରିଛନ୍ତି । ଏହି ଯୋଜନାରେ ବିଗତ ୫ବର୍ଷ ମଧ୍ୟରେ ମୋଟ ୧୯୧୪.୭୯କୋଟି ଟଙ୍କାର ଦିଆଯାଇଥିବାବେଳେ ସେଥିରୁ ମାତ୍ର ୧୩୭୮.୪୯କୋଟି ଟଙ୍କା ଖର୍ଚ୍ଚ କରିବାରେ ଓଡ଼ିଶା ସକ୍ଷମ ହୋଇଛି । ୨୦୧୬-୧୭ରେ ଓଡ଼ିଶାକୁ ୧୩୨୫୧ଟି, ୨୦୧୭-୧୮ରେ ୩୧୩୧୫ଟି, ୨୦୧୮-୧୯ରେ ୪୮୯୧୧ଟି, ୨୦୧୯-୨୦ରେ ୧୧୯୫୪ଟି ଓ ୨୦୨୦-୨୧ରେ ୧୯୭୩୮ଟି ଘର ମିଳିଥିବାବେଳେ ସେଥିରୁ ଏହି ଅବଧିରେ ଯଥାକ୍ରମେ ୨୭୭୧, ୨୩୭୬, ୪୬୦୭୫, ୧୫୪୧୩ ଓ ୨୫୫୮୫ ହିତାଧିକାରୀଙ୍କ ଘର ନିର୍ମାଣ ଶେଷ ହୋଇପାରିଛି । ସେହିପରି ଏହି ବର୍ଷଗୁଡ଼ିକରେ ଯଥାକ୍ରମେ ୧୯୮.୨୦କୋଟି, ୪୬୩.୯୩କୋଟି, ୭୪୦.୩୮କୋଟି, ୧୮୯.୭୩କୋଟି ଓ ୩୨୨.୫୫ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସେଥିରୁ ୨୦୧୬-୧୭ରୁ ୨୦୨୦-୨୧ ମସିହାର ୫ବର୍ଷ ଅବଧି ମଧ୍ୟରେ ଯଥାକ୍ରମେ ୧୧୧କୋଟି, ୧୫୭.୪୪କୋଟି, ୪୧୧.୭୮କୋଟି, ୩୨୦.୯୭କୋଟି ଓ ୩୭୭.୩୦କୋଟି ଟଙ୍କା ଖର୍ଚ୍ଚ କରିବାରେ ଓଡ଼ିଶା ସକ୍ଷମ ହୋଇଛି ।

ଏହି ଯୋଜନାରେ କଟକ ସହରରେ ୩୪୮୩ଟି ଓ ଭୁବନେଶ୍ୱରରେ ସର୍ବାଧିକ ୬୬୬୨ଟି ଘର ଯୋଗାଇ ଦିଆଯାଇଛି। ରାଜ୍ୟର ୧୧୬ଟି ସହରରେ ବହୁ ଗରିବ ପରିବାର ଲୋକ ରହୁଥିଲେ ମଧ୍ୟ ସେମାନଙ୍କୁ ଏହି ଯୋଜନାରେ ଘର ଯୋଗାଇବା ଦିଗରେ ଓଡ଼ିଶା ସରକାର ବିଶେଷ ଆଗ୍ରହ ଦେଖାଇ ନାହାନ୍ତି। ଦୀର୍ଘ ୫ବର୍ଷ ପୂର୍ବରୁ ସହରାଂଚଳର ଯେଉଁ ୨.୦୫ଲକ୍ଷ ପରିବାରକୁ ଘର ଯୋଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସେଥିରୁ ଏପର୍ଯ୍ୟନ୍ତ ମାତ୍ର ୧.୮୦ଲକ୍ଷ ପରିବାରର ତଥ୍ୟକୁ ପ୍ରଧାନମନ୍ତ୍ରୀ ଆବାସ(ଅର୍ବାନ) ପୋର୍ଟାଲରେ ଅପଲୋଡ୍ କରି ଅଧିସ୍ୱୀକୃତ କରିବାରେ ସକ୍ଷମ ହୋଇଛନ୍ତି । ସହରାଂଚଳରେ ଅଧିକ ସଂଖ୍ୟାରେ ଗରିବ ପରିବାର ରହୁଥିଲେ ମଧ୍ୟ ସେମାନଙ୍କୁ କିଭଳି ତ୍ୱରିତ୍ ଘର ଯୋଗାଇ ହେବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାରେ ଓଡ଼ିଶା ସରକାର ବିଶେଷ ଆଗ୍ରହ ଦେଖାଇ ନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story