ତୃତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା, ଭିତ୍ତିଭୂମି ସୁଦୃଢ଼ କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟ ସରକାର ଏହାର ଭୟାବହତା ଆଶଙ୍କାରେ ମୁକାବିଲା ପାଇଁ ଏବେଠୁ ଭିତ୍ତିଭୂମି ସୁଦୃଢ଼ କରୁଥିବା ଜଣାପଡ଼ିଛି। ରାଜ୍ୟରେ ଆସନ୍ତା ୧୫ଦିନ ମଧ୍ୟରେ ପ୍ରାୟ ହଜାରେ ବେଡ୍ ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତ ରଖିବାକୁ ପଦକ୍ଷେପ ନେଇଥିବା ରାଜ୍ୟ ସରକାର ‘କରୋନା’କୁ କୁଣିଆ କରି ଘରକୁ ଡାକନ୍ତୁ ନାହିଁ ବୋଲି ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାରଙ୍କ […]

subrat

subrat

Manoranjan Sial
  • Published: Thursday, 26 March 2020
  • Updated: 26 March 2020, 08:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟ ସରକାର ଏହାର ଭୟାବହତା ଆଶଙ୍କାରେ ମୁକାବିଲା ପାଇଁ ଏବେଠୁ ଭିତ୍ତିଭୂମି ସୁଦୃଢ଼ କରୁଥିବା ଜଣାପଡ଼ିଛି। ରାଜ୍ୟରେ ଆସନ୍ତା ୧୫ଦିନ ମଧ୍ୟରେ ପ୍ରାୟ ହଜାରେ ବେଡ୍ ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତ ରଖିବାକୁ ପଦକ୍ଷେପ ନେଇଥିବା ରାଜ୍ୟ ସରକାର ‘କରୋନା’କୁ କୁଣିଆ କରି ଘରକୁ ଡାକନ୍ତୁ ନାହିଁ ବୋଲି ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି।

ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, କରୋନାର ୪ଟି ପର୍ଯ୍ୟାୟ ରହିଛି। ପ୍ରଥମ ପର୍ଯ୍ୟାୟରେ କରୋନା ଦେଶରେ ପ୍ରବେଶ କରେ। ଦ୍ୱିତୀୟ ପର୍ଯ୍ୟାୟରେ ଦେଶ ଭିତରେ ଏହା ବ୍ୟାପିଥାଏ। ତୃତୀୟ ପର୍ଯ୍ୟାୟରେ ଏହା ଗୋଷ୍ଠୀ ସଂକ୍ରମଣ ଓ ଚତୁର୍ଥ ପର୍ଯ୍ୟାୟରେ ମହାମାରୀର ରୂପ ନେଇଥାଏ। କରୋନା ଏବେ ଭାରତରେ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି । ଭାରତ ଭଳି ଜନସଂଖ୍ୟାବହୁଳ ଦେଶରେ କରୋନା ତୃତୀୟ ପର୍ଯ୍ୟାୟକୁ ଆସିଲେ ମହାମାରୀ ରୂପ ଧାରଣ କରିବାକୁ ବେଶୀ ସମୟ ଲାଗିବ ନାହିଁ। ତେଣୁ ସରକାର ପ୍ରଥମ ପର୍ଯ୍ୟାୟରେ ୨ଟି କୋଭିଡ୍ ହସ୍ପିଟାଲ ସ୍ଥାପନ କରିଛନ୍ତି । ଏବେ ଅଳ୍ପଦିନ ମଧ୍ୟରେ ପ୍ରାୟ ୮୪ହଜାର ଲୋକ ଓଡ଼ିଶା ଫେରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକ ଏହି ସଂକ୍ରମଣ ସାଙ୍ଗରେ ଆଣି ଆସିଥାଇ ପାରନ୍ତି। ଓଡ଼ିଶା ଫେରିଥିବା ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ସଂକ୍ରମଣର ଆଶଙ୍କା ଥିଲେ ସେମାନଙ୍କୁ ତୁରନ୍ତ ପଞ୍ଚାୟତସ୍ତରରେ ପ୍ରସ୍ତୁତ ଥିବା ୭୨୦୬ଟି ବେଡରେ ରଖିବା ପାଇଁ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏବେ ସୁଦ୍ଧା ବିଦେଶରୁ ୪୨୪୯ଜଣ ଫେରିଥିବା ନେଇ ସ୍ୱଇଚ୍ଛାରେ ପଞ୍ଜିକୃତ କରିଛନ୍ତି । ଆଜି ଦିନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୬୪ଟି ନମୁନା କୋଭିଡ-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମସ୍ତ ନମୁନାର ରିପୋର୍ଟ ହସ୍ତଗତ ହୋଇଛି। ଏ ପର୍ଯ୍ୟନ୍ତ ୨ଟି ପଜେଟିଭ୍ ରହିଥିବାବେଳେ ଆଉ କୌଣସି ନୂଆ ପଜିଟିଭ୍ ଚିହ୍ନଟ ହୋଇନାହିଁ। ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ଜଣ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏହି ଦୁଇ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୫୫ଜଣଙ୍କ ତଥ୍ୟ ମିଳିଛି। ସମସ୍ତଙ୍କ ସହ ଯୋଗାଯୋଗ ହୋଇଛି। ଭୁବନେଶ୍ୱରେ ୧୦ଟି ମନିଟରିଂ ଟିମ୍ ସମେତ ସମଗ୍ର ରାଜ୍ୟରେ ୧୦୦ଟି ମନିଟରିଂ ଟିମ୍ ଏଥିପାଇଁ କାର୍ଯ୍ୟ କରୁଛି। କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୪ଜଣଙ୍କୁ ହସ୍ପିଟାଲ ଆଇସୋଲେସନରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos