ସଂକ୍ରମଣ ଆଶଙ୍କା ବଢ଼ୁଛି, ତଥାପି ସବୁ କୋହଳ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣିଥରେ କରୋନା ମହାମାରୀ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କୋଭିଡ୍ କଟକଣା ଗାଇଡଲାଇନ୍ ଜାରି କରିଛନ୍ତି। ସର୍ବାଧିକ ୨ହଜାର ଦର୍ଶକଙ୍କୁ ନେଇ ଯାତ୍ରା ଓ ଅପେରା ପ୍ରଦର୍ଶନ କରାଯାଇପାରିବ। ବିବାହ ଓ ଅନ୍ତେଷ୍ଟି ଭୋଜିରେ ସର୍ବାଧିକ ୫୦୦ଲୋକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ପଡ଼ିଆର ଆକାର ଅନୁସାରେ ଲୋକ ନିର୍ଦ୍ଧାରଣ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁମତି ଦିଆଯାଇଛି। ବିଗତମାସ ଗୁଡ଼ିକ ତୁଳନାରେ ମାର୍ଚ୍ଚ ୧ରୁ ୩୧ତାରିଖ […]

corona

corona

Ordigital Desk
  • Published: Saturday, 27 February 2021
  • Updated: 27 February 2021, 07:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣିଥରେ କରୋନା ମହାମାରୀ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କୋଭିଡ୍ କଟକଣା ଗାଇଡଲାଇନ୍ ଜାରି କରିଛନ୍ତି। ସର୍ବାଧିକ ୨ହଜାର ଦର୍ଶକଙ୍କୁ ନେଇ ଯାତ୍ରା ଓ ଅପେରା ପ୍ରଦର୍ଶନ କରାଯାଇପାରିବ। ବିବାହ ଓ ଅନ୍ତେଷ୍ଟି ଭୋଜିରେ ସର୍ବାଧିକ ୫୦୦ଲୋକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ପଡ଼ିଆର ଆକାର ଅନୁସାରେ ଲୋକ ନିର୍ଦ୍ଧାରଣ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁମତି ଦିଆଯାଇଛି। ବିଗତମାସ ଗୁଡ଼ିକ ତୁଳନାରେ ମାର୍ଚ୍ଚ ୧ରୁ ୩୧ତାରିଖ ପାଇଁ ଜାରି ଗାଇଡଲାଇନରେ ସରକାର କୋଭିଡ୍ କଟକଣାକୁ ଅଧିକ କୋହଳ କରିଥିବା ଜଣାପଡ଼ିଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନାଙ୍କ ଦ୍ୱାରା ଜାରି ମାର୍ଚ୍ଚ ମାସ ପାଇଁ କୋଭିଡ୍ କଟକଣା ଗାଇଡଲାଇନ ଅନୁସାରେ, ସ୍ଥାନୀୟ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କ ଅନୁମତିରେ ଯାତ୍ରା, ଅପେରା,  ମୁକ୍ତାକାଶ ଡ୍ରାମା ଆଦି ହୋଇପାରିବ। ତେବେ ପଡ଼ିଆ ଓ ସ୍ଥାନର ଆକାର ଅନୁସାରେ ୨ହଜାର ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ପାଇଁ ଅନୁମତି ମିଳିବ। ତେବେ ବସିବା ପାଇଁ ୬ଫୁଟର ବ୍ୟବଧାନ ସହ ମାସ୍କ ପିନ୍ଧିବାକୁ ଜରୁରୀ କରାଯାଇଛି। ଥର୍ମାଲ ସ୍କ୍ରିନିଂ କରାଯିବା ସହ କୌଣସି ପ୍ରକାରର ଫ୍ଲୁ’ରେ ସଂକ୍ରମିତ ଥିବା ବ୍ୟକ୍ତିଙ୍କୁ ଯାତ୍ରା ଦେଖିବାକୁ ଅନୁମତି ମିଳିବ ନାହିଁ । ଯାତ୍ରା ବା ଅପେରା ଟିକେଟ୍ ଅନଲାଇନରେ ବୁକିଂ କରାଇବା ଉପରେ ଆୟୋଜକମାନେ ଗୁରୁତ୍ୱ ଦେବା ଓ ଗହଳି ହ୍ରାସ ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକେଟ ବୁକିଂ କାଉଣ୍ଟର ଖୋଲିବା ପାଇଁ ଗାଇଡଲାଇନରେ ଉଲ୍ଲେଖ ରହିଛି। ଏସବୁ ସର୍ତ୍ତ ଖିଲାପ ହେଲେ ଆୟୋଜକମାନେ ଦାୟୀ ରହିବେ।
କରୋନା ସଚେତନତା ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଥିବାବେଳେ ସାମାଜିକ, ଧାର୍ମିକ,

ରାଜନୀତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ ଆଦି ସମାବେଶରେ ୫୦୦ ଲୋକଙ୍କୁ ଏକଜୁଟ ହେବାକୁ ଅନୁମତି ଦିଆଯିବ।
ଏସବୁ ବ୍ୟତୀତ ବିବାହ, ଅନ୍ତେଷ୍ଟି ଭୋଜି ଓ ଶବ ସଂସ୍କାର ସମୟରେ ସର୍ବାଧିକ ୫୦୦ଲୋକ ଉପସ୍ଥିତ ରହିପାରିବେ। ବନ୍ଦ କୋଠରୀ ବା ହଲ୍ ଭିତରେ କ୍ଷମତାର ସର୍ବାଧିକ ୫୦ ପ୍ରତିଶତ ଲୋକ ଓ ଖୋଲା ସ୍ଥାନରେ ପଡ଼ିଆର ଆକାର ଅନୁସାରେ ଲୋକ ଉପସ୍ଥିତ ରହିପାରିବେ। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ଥର୍ମାଲ ସ୍କ୍ରିନିଂ ସହ ହ୍ୟାଣ୍ଡ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ଆୟୋଜକଙ୍କୁ ଏସବୁ ବ୍ୟବସ୍ଥା କରିବାକୁ ପଡ଼ିବ।
ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଫେବୃୟାରୀ ୧ରୁ ଖୋଲା ଯାଇଥିବାବେଳେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଯିବା ନିମନ୍ତେ ଅନୁମତି ଦିଆଯାଇଛି।

ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ କ୍ଲାସ ପଦୋନ୍ନତି ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଅଭିଭାବକଙ୍କ ସମ୍ମତିରେ ଅନଲାଇନ୍ ପରୀକ୍ଷା କରିବାକୁ କୁହାଯାଇଛି।
ସେହିପରି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ଏସଓପି ଆଧାରାରେ ସୁଇମିଂ ପୁଲ୍ ଖୋଲିବ ବା ଉପଯୋଗ କରାଯିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିଷ୍ପତ୍ତି ଉପରେ ଆନ୍ତର୍ଜାତିକ ବିମାନ ଚଳାଚଳ ନିଷ୍ପତ୍ତି ନିଆଯିବ।
ଗର୍ଭବତୀ ମହିଳା, ୧୦ବର୍ଷରୁ କମ୍ ବୟସର ଶିଶୁ, ୬୫ବର୍ଷ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏବଂ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ଘରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଗତ ମାସର ଗାଇଡଲାଇନ ଯାହା ଥିଲା ସେୟା ମାର୍ଚ୍ଚ ମାସ ପାଇଁ ଉଦ୍ଦିଷ୍ଟ ରହିଥିବାବେଳେ କୋଭିଡ୍ ଗାଇଡଲାଇନ ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ସହ ଦଣ୍ଡର ପ୍ରାବଧାନ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story