ଓଡ଼ିଶାରେ ୪୪ ନମ୍ବର ଆକ୍ରାନ୍ତଙ୍କ ମୃତ୍ୟୁ, କରୋନା ରିପୋର୍ଟ ନେଗେଟିଭ, କର୍କଟରେ ଚାଲିଗଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରୋଗୀ ଜଣଙ୍କର ବୟସ ୭୦ ଏବଂ ସେ  ୪୪ ନମ୍ବର କରୋନା ରୋଗୀ ଥିଲେ। ପଶ୍ଚିମବଙ୍ଗରୁ ଆସି ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ଏନେଇ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। After treatment, he was found negative for COVID-19 in 2 repeat tests. Although he had recovered from COVID he […]

a-6

Tapas Behera
  • Published: Tuesday, 21 April 2020
  • , Updated: 21 April 2020, 05:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରୋଗୀ ଜଣଙ୍କର ବୟସ ୭୦ ଏବଂ ସେ  ୪୪ ନମ୍ବର କରୋନା ରୋଗୀ ଥିଲେ। ପଶ୍ଚିମବଙ୍ଗରୁ ଆସି ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ଏନେଇ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

ଗତ  ଏପ୍ରିଏ ୭ ତାରିଖରେ ସେ ମେଦିନାପୁରରରୁ ବାହାରି ୮ ତାରିଖ ସକାଳେ ଆପୋଲୋ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେହିଦିନ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା। ୯ ତାରିଖରେ ରିପୋର୍ଟରେ କରୋନା ପଜିଟିଭ ଆସଥିଲା। ପରେ ତାଙ୍କୁ କୋଭିଡ୍‌ ହିପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଆଜି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ  କରାଯାଇଥିବା ଟ୍ୱିଟ୍‌ ଅନୁଯାୟୀ ସମ୍ପୃକ୍ତ ରୋଗୀ ଜଣକ କରୋନାରୁ ସୁସ୍ଥ ହୋଇଥିଲେ ବି ସେ କ୍ୟାନ୍ସରରେ ପୀଡ଼ିତ ଥିଲେ। ଅନ୍ୟ ସମସ୍ୟା ଥିଲା।  ଅନ୍ୟ ଜଟିଳ ରୋଗ ଥିବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇନଥିଲା। ମଲ୍ଟି ଅର୍ଗାନ୍ ଫେଲ୍ ଏବଂ ହାଇପୋପିଟ୍ୟୁରିଜମ୍ ଯୋଗୁଁ ଆଜି ତାଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍‌ କରାଯାଇଛି। ସେହିପରି ସଂପୃକ୍ତ ବ୍ୟକ୍ତିଙ୍କ କରୋନାରେ ନୁହେଁ, କ୍ୟାନ୍ସରରେ ମୃତ୍ୟୁୟ ଘଟି ଥିବା କରୋନା ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି।

ତେବେ ଗତ  ଏପ୍ରିଲ ୭ରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତିଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ୭୨ ବର୍ଷୀୟ ଏହି ବ୍ୟକ୍ତି ଶ୍ୱାସକ୍ରିୟା ଜନିତ ସମସ୍ୟା ନେଇ ଗତ ୪ ତାରିଖରେ ଏମ୍‌ସରେ ଭର୍ତ୍ତି ହୋଇଥିଲେ। ପରୀକ୍ଷା ପରେ ତାଙ୍କଠାରେ କରୋନା ଭୂତାଣୁ ରିପୋର୍ଟ ପଜିଟିଭ ଆସିଥିଲା। ଚିକିତ୍ସାଧୀନ ଅବସ୍ଥାରେ  ତାଙ୍କର ମୃତ୍ୟୁ ହୋଇଛି।

ତେବେ ଗତ କାଲିଠାରୁ ଆଜି ମଧ୍ୟରେ ରାଜ୍ୟରେ ମୋଟ ୧୮ଟି ନୂଆ ସଂକ୍ରମଣ ମାମଲା ଆସିବା ପରେ ସରକାରଙ୍କ ମୁଣ୍ଡବ୍ୟଥା ବଢିଯାଇଛି । ଏହାରିଭତରେ ରାଜ୍ୟର ଆଉ ୫ ଜଣ କରୋନା ସଂକ୍ରମିତ ସୁସ୍ଥ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨୯ ଜଣ ଆରୋଗ୍ୟଲାଭ କରିସାରିଲେଣି ।

Related story