ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ୧୪୨୮ଟି ସ୍ଥାନରେ ନିଆଁ ଲାଗିଛି: ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିମିଳିପାଳ ଜଙ୍ଗଲରେ ଗତ କିଛିଦିନ ଧରି ଲାଗିଥିବା ନିଆଁକୁ ଲିଭାଇବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଏବେ ଟାସ୍କଫୋର୍ସ ଗଢ଼ିବା ସହ ଓଡ୍ରାଫ ଟିମକୁ ମୁତୟନ କରି ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ତେବେ ଗତ ୩୦ଦିନ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ମୋଟ ୧୪୨୮ଟି ସ୍ଥାନରେ ନିଆଁ ଲାଗିଥିଲା ଓ ଏହି ସମସ୍ତ ନିଆଁକୁ ଲିଭାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି। […]

similipal

similipal

Ordigital Desk
  • Published: Monday, 08 March 2021
  • Updated: 19 March 2021, 04:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିମିଳିପାଳ ଜଙ୍ଗଲରେ ଗତ କିଛିଦିନ ଧରି ଲାଗିଥିବା ନିଆଁକୁ ଲିଭାଇବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଏବେ ଟାସ୍କଫୋର୍ସ ଗଢ଼ିବା ସହ ଓଡ୍ରାଫ ଟିମକୁ ମୁତୟନ କରି ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ତେବେ ଗତ ୩୦ଦିନ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ମୋଟ ୧୪୨୮ଟି ସ୍ଥାନରେ ନିଆଁ ଲାଗିଥିଲା ଓ ଏହି ସମସ୍ତ ନିଆଁକୁ ଲିଭାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି।
ଆଜି ଜଙ୍ଗଲ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଫେବୃୟାରୀ ୧୫ରୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ‘ଅଗ୍ନି ଋତୁ’ ଭାବେ ବିବେଚନା କରାଯାଏ ଓ ଚଳିତବର୍ଷ ଉଚ୍ଚ ତାପମାତ୍ରା ସହ ଶୁଖିଲା ପାଗ ଯୋଗୁ ଜଙ୍ଗଲରେ ନିଆଁ ଲାଗିବା ବୃଦ୍ଧି ପାଇଛି।

ଶିମିଳିପାଳ ଅଂଚଳରେ ନିଆଁଲିଭା କାର୍ଯ୍ୟରେ ମୋଟ ୧୧୭୫ଜଣ ନିୟୋଜିତ ହୋଇଛନ୍ତି ଓ ସେମାନଙ୍କୁ ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟ ଯୋଗାଇ ଦିଆଯାଇଛି। ୩୦୦ଟି ସ୍ଥାନରେ ସ୍ଥାନୀୟ ଲୋକଙ୍କୁ ସାମିଲ କରି ସଚେତନତା ସୃଷ୍ଟି ସହ ଶିମିଳିପାଳ ଅଭୟାରଣ୍ୟ ଅଂଚଳରେ ନିଆଁକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ୩୫୯୧ କିମି ଫାୟାର ଲାଇନ ସୃଷ୍ଟି କରାଯିବା ସହ ୪୦ଟି ନିଆଁଲିଭା ଗାଡ଼ି ବ୍ୟବହାର କରାଯାଉଛି। ୨୦୨୦-୨୧ ଆର୍ଥିକ ବର୍ଷରେ ‘ଅଗ୍ନି ଋତୁ’ ଆରମ୍ଭ ହେବା ପୂର୍ବରୁ ଅଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳ ଅଂଚଳରେ ୨.୧୪କୋଟି ଟଙ୍କା ଦିଆଯାଇଛି। ନିଆଁ ଲିଭାଇବା ପାଇଁ ମୋଟ ୨.୨୮କୋଟି ଦିଆଯାଇଥିବାବେଳେ ୭ଜଣ ସହ ବନ ସଂରକ୍ଷକଙ୍କୁ ଶିମିଳିପାଳର ବିଭିନ୍ନ ସ୍ଥାନରେ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଯେଉଁମାନେ ଜଙ୍ଗଲ ମଧ୍ୟରେ ମନ୍ଦ ଉଦ୍ଦେଶ୍ୟ ରଖି ନିଆଁ ଲଗାଉଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।

ଅନ୍ୟପକ୍ଷରେ ଆଜି ଗଠିତ ହୋଇଥିବା ରାଜ୍ୟସ୍ତରୀୟ ଟାସ୍କଫୋର୍ସର ପ୍ରଥମ ବୈଠକ ପରେ ଜାରି ହୋଇଥିବା ପ୍ରେସ୍ ରିଲିଜ୍ ଅନୁସାରେ ବୃଷ୍ଟିହୀନତା ପାଇଁ ହଠାତ୍ ରାଜ୍ୟବ୍ୟାପୀ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ଦେଖାଦେଇଛି। ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ପାଇଁ ୬ହଜାରରୁ ଅଧିକ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ରାଜ୍ୟର ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ପ୍ରଧାନ ମୁଖ୍ୟ ବନସଂରକ୍ଷକ(ବନ୍ୟପ୍ରାଣୀ)ଙ୍କ ଅଫିସରେ ୨ଟି ୨୪ଘଣ୍ଟିଆ ନିଆଁ ଲିଭା ତଦାରଖ ସେଲ୍ କାର୍ଯ୍ୟ କରୁଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ନିଆଁ ଲାଗିବା ଘଟଣା ଉପରେ ନଜର ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story