କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟରେ ଆବେଦନ ଦାଏର କରିଛନ୍ତି ରାଜ୍ୟ ସରକାର। ଆନ୍ଧ୍ରକୁ ନିର୍ବାଚନ କରାଇବାରୁ ବିରତ ରଖିବାକୁ ଆବେଦନରେ ଅନୁରୋଧ କରାଯାଇଛି । ନିର୍ବାଚନ କଲେ ଆନ୍ଧ୍ର ବିରୋଧରେ କୋର୍ଟ ଅବମାନନା ମାମଲା ଲାଗି ଆବେଦନ ହୋଇଛି। କୋଟିଆରେ ପଞ୍ଚାୟତ ନିର୍ବାଚନ କରିବା ଲାଗି ଆନ୍ଧ୍ର ହାଇକୋର୍ଟର ନିର୍ଦ୍ଦେଶ ପରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆଜି କୋଟିଆରେ ନିର୍ବାଚନ କରିବା ଆଶଙ୍କା ରହିଛି । ପୂର୍ବରୁ କୋଟିଆରେ ନିର୍ବାଚନ କରିବା ଉପରେ […]

Supreme Court

Tapas Behera
  • Published: Thursday, 08 April 2021
  • , Updated: 08 April 2021, 11:41 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟରେ ଆବେଦନ ଦାଏର କରିଛନ୍ତି ରାଜ୍ୟ ସରକାର। ଆନ୍ଧ୍ରକୁ ନିର୍ବାଚନ କରାଇବାରୁ ବିରତ ରଖିବାକୁ ଆବେଦନରେ ଅନୁରୋଧ କରାଯାଇଛି । ନିର୍ବାଚନ କଲେ ଆନ୍ଧ୍ର ବିରୋଧରେ କୋର୍ଟ ଅବମାନନା ମାମଲା ଲାଗି ଆବେଦନ ହୋଇଛି। କୋଟିଆରେ ପଞ୍ଚାୟତ ନିର୍ବାଚନ କରିବା ଲାଗି ଆନ୍ଧ୍ର ହାଇକୋର୍ଟର ନିର୍ଦ୍ଦେଶ ପରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆଜି କୋଟିଆରେ ନିର୍ବାଚନ କରିବା ଆଶଙ୍କା ରହିଛି ।

ପୂର୍ବରୁ କୋଟିଆରେ ନିର୍ବାଚନ କରିବା ଉପରେ ଆନ୍ଧ୍ର ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ସ୍ଥଗିତାଦେଶ ଦେଇଥିଲେ । ଏହାପରେ ଗତକାଲି ୩ ଜଣିଆ ଖଣ୍ଡପୀଠ ଏହି ରାୟକୁ ରଦ୍ଦ କରିଥିଲେ। ୩ ଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ କୋଟିଆରେ ଆଜି ଭୋଟ ଗ୍ରହଣ ହେବ । କିନ୍ତୁ ଗଣତି ହେବନି। ଆସନ୍ତା ୧୦ରେ ହେବାକୁ ଥିବା ଗଣତି ପରବର୍ତ୍ତୀ ଆଦେଶ ଯାଏ ବାତିଲ କରାଯାଇଛି । ତେବେ ସମ୍ଭାବ୍ୟ ପଞ୍ଚାୟତ ନିର୍ବାଚନକୁ ଦେଖି ସେଠାରେ ଜଗି ରହିଛନ୍ତି ବିଜେଡି, ବିଜେପି ଏବଂ କଂଗ୍ରେସ ନେତା। କୋଟିଆ ପଂଚାୟତ ଅନ୍ତର୍ଗତ ତଳ ଗଂଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ନେଇ ଜ଼ିଲ୍ଲା ପରିଷଦ ର୍ନିବାଚନ କରୁଥିବା ଆଶଙ୍କା କରି ଏହାର ପ୍ରତିବାଦରେ ସମସ୍ତେ ଏକାଠି ହୋଇଛନ୍ତି । ଏହି ନେତୃବୃନ୍ଦ ଫାଟୁସିନେରୀ ନିକଟ ଓଡିଶା-ଆନ୍ଧ୍ର ସୀମାରେ ରାସ୍ତା ଅବରୋଧ କରିଛନ୍ତି।

ଓଡିଶା ମାଟିର କେହି ଭୋଟରଙ୍କୁ ଆନ୍ଧ୍ରର ନିର୍ବାଚନରେ ଭାଗ ଦେବାକୁ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି । ଅପରପକ୍ଷେ ଗତକାଲି ଅପରାହ୍ନ ୫ଟାରୁ ଆସନ୍ତା ୯ ତାରିଖ ଯାଏଁ କୋଟିଆରେ ୧୪୪ ଧାରା ଜାରି କରିଛି କୋରାପୁଟ ଜିଲ୍ଲା ପ୍ରଶାସନ। ସୀମାନ୍ତ ଧୂଳିପଦର ଓ୍ୱାରସେମ୍ବେଇଠାରେ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି। କୋରାପୁଟ୍ ଉପଜିଲ୍ଲାପାଳ ଓ ଏସ୍‌ପିଓଙ୍କ ସମେତ ପୁଲିସ ମୁତୟନ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୨ଟି ଗାଁରେ ୨୨ ଜଣ ନୋଡାଲ ଅଫିସରଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ କରୋନା ସଂକ୍ରମଣ ନେଇ ସତର୍କ କରାଇବା ସହ ଜରୁରୀ ନ ଥିଲେ ଘରୁ ବାହାରିବାକୁ ମନା କରାଯାଇଛି । ଏପରିକି ୨ ଦିନ ଯାନବାହନ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି ।

Related story