‘ରାଜ୍ୟରେ କରୋନା ମୁକାବିଲା ପାଇଁ ୯ ମାସର ଔଷଧ ଓ ଚିକିତ୍ସା ଉପକରଣ ଉପଲବ୍ଧ ଅଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ୯ମାସର ଆବଶ୍ୟକ ଔଷଧ ଓ ଚିକିତ୍ସା ଉପକରଣ ରାଜ୍ୟ ସରକାର ପ୍ରସ୍ତୁତ ରଖିଛନ୍ତି। ଏବେ ସରକାରଙ୍କ ପାଖରେ ୫ମାସ ପାଇଁ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ ସାମଗ୍ରୀ ଉପଲବ୍ଧ ଥିବାବେଳେ ଆଉ ୪ମାସ ନିମନ୍ତେ ଔଷଧ ଓ ଚିକିତ୍ସିକ ଉପକରଣ ଆସନ୍ତାମାସ ଶେଷ ସୁଦ୍ଧା ମିଳିଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଆଜି ନିୟମିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ କହିଛନ୍ତି […]

corona

corona

Manoranjan Sial
  • Published: Monday, 13 April 2020
  • Updated: 13 April 2020, 07:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ୯ମାସର ଆବଶ୍ୟକ ଔଷଧ ଓ ଚିକିତ୍ସା ଉପକରଣ ରାଜ୍ୟ ସରକାର ପ୍ରସ୍ତୁତ ରଖିଛନ୍ତି। ଏବେ ସରକାରଙ୍କ ପାଖରେ ୫ମାସ ପାଇଁ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ ସାମଗ୍ରୀ ଉପଲବ୍ଧ ଥିବାବେଳେ ଆଉ ୪ମାସ ନିମନ୍ତେ ଔଷଧ ଓ ଚିକିତ୍ସିକ ଉପକରଣ ଆସନ୍ତାମାସ ଶେଷ ସୁଦ୍ଧା ମିଳିଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ଆଜି ନିୟମିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ କହିଛନ୍ତି ଯେ, ‘କୋଭିଡ-୧୯’ ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସ୍ୱତନ୍ତ୍ର ଭାବେ ୬୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଓଡ଼ିଶା ଔଷଧ ନିଗମ ମାଧ୍ୟମରେ ଆବଶ୍ୟକ ପରିମାଣର ଔଷଧ ଓ ଚିକିତ୍ସକ ଉପକରଣ କ୍ରୟ କରାଯାଇଛି ।

ଆସନ୍ତା ୫ ମାସ ପାଇଁ ରାଜ୍ୟରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ଔଷଧ ଯଥା- ଆଣ୍ଟିାବୟୋଟିକ୍ସ, ଆନାଲଜେସିକ୍ସ ଓ ଆଣ୍ଟିଇନଫ୍ଲାମେଟାରୀ ଉପଲବ୍ଧ ରହିଛି। ଏହାବ୍ୟତୀତ ତିନି ପରସ୍ତ ସର୍ଜିକାଲ ମାସ୍କ, ଏନ-୯୫ ମାସ୍କ, ହ୍ୟାଣ୍ଡ ସାନିଟାଇଜର, ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ମହଜୁଦ୍ ରହିଛି। ଅନୁରୂପ ଭାବେ ଆଇସିୟୁ ଭେଣ୍ଟିଲେଟର, ଅକ୍ସିଜେନ୍ କନସେନଟ୍ରେଟର୍ସ ଓ ନେମ୍ବୁଲାଇଜର ଇତ୍ୟାଦି ଉପଲବ୍ଧ ରହିଛି। ଆଉ ୪ମାସ ପାଇଁ ଔଷଧ ଆମଦାନୀ ନିମେନ୍ତ ଅର୍ଡର ଦିଆଯାଇଛି ଯାହାକି ଆସନ୍ତା ମାସରେ ମିଳିବ। ରାଜ୍ୟରେ ଥିବା ସମସ୍ତ ସରକାରୀ ମେଡିକାଲ କଲେଜଠୁ ଆରମ୍ଭ କରି ପିଏଚସି ଓ ସବସେଣ୍ଟରକୁ ଔଷଧ ଓ ଚିକିତ୍ସା ଉପକରଣ ଯୋଗାଇ ଦିଆଯାଉଛି। ରାଜ୍ୟରେ ଔଷଧ ନିଗମର ୩୯ଟି ଗୋଦାମ ଘର ରହିଛି। ନିଗମରେ ଏବେ ୧.୧୮ କୋଟି ତିନିପରସ୍ତ ସର୍ଜିକାଲ ମାସ୍କ, ୭୧,୮୪୩ଟି ଏନ-୯୫ ମାସ୍କ, ୬୬,୧୧୬ଟି ପିପିଇ ଓ ୪.୧୬ଲକ୍ଷ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ ରହିଛି।

ଏବେ ପିପିଇ ମିଳିବାରେ ସମସ୍ୟା ରହିଛି, ମାତ୍ର ସରକାର ଏହି ସମସ୍ୟା ଦୂର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ୨୯୯ ଆଇସିୟୁ ଭେଣ୍ଟିଲେଟର ଏବେ ରାଜ୍ୟରେ କାର୍ଯ୍ୟକ୍ଷମ ଥିବାବେଳେ ଅତିରିକ୍ତ ଅତ୍ୟାଧୁନିକ ୪୨୪ଟି ଭେଣ୍ଟିଲେଟର ନିମନ୍ତେ ଅର୍ଡର ଦିଆଯାଇଛି, ସେଥିରୁ ୫୭ଟି ମିଳିସାରିଛି। ୭୭୦୦ ନେମ୍ବୁଲାଇଜର ପାଇଁ ଅର୍ଡର ଦିଆଯାଇଥିବାବେଳେ ସେଥିରୁ ୭୨୦୦ ମିଳିସାରିଛି। ଔଷଧ ଓ ଅନ୍ୟାନ୍ୟ ଉପକରଣ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଦେବା ସହ ଏୟାର କାର୍ଗୋ ମାଧ୍ୟମରେ ବି ଆମଦାନୀ କରାଯାଇଛି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।

କୋଭିଡ-୧୯ ମୁକାବିଲା ନିମନ୍ତେ ରାଜ୍ୟରେ ଏବେ ୬୭୯୮ଟି ପଞ୍ଚାୟତରେ ୭୦୨୦ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯାଇଥିବାବେଳେ ଏଥିରେ ୧,୬୨,୬୫୯ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ସେହିପରି ଆଜି ସୁଦ୍ଧା ୧୬ଟି ଜିଲ୍ଲାରେ ୧୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଏସବୁରେ ମୋଟ ୨୭୯୦ଟି ବେଡ୍ ବନ୍ଦୋବସ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos