ସ୍କୁଲରୁ ୧୨ଟି କମ୍ପ୍ୟୁଟର ଚୋରି କରି ନେଲେ ଦୁର୍ବୃତ୍ତ

ପାଟକୁରା (ଓଡିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଗତକାଲି ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ସ୍କୁଲରେ ପଶି ୧୨ଟି କମ୍ପ୍ୟୁଟର, ମାଇକ ସେଟ, ଗ୍ୟାସ ଟାଙ୍କି ଓ ଗୋଟେ ଇନଭଟର ନେଇଯାଇଛନ୍ତି।

ଆଜି ଚୋରି ସମ୍ପର୍କରେ ଜଣାପଡିବା ପରେ ପ୍ରଧାନଶିକ୍ଷକ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୋଲିସ୍‌ ସ୍କୁଲ ରାତ୍ରି ଜଗୁଆଳକୁ ଅଟକ ରଖି ପଚରାଉଚରା କରୁଛି।