ରାଜ୍ୟରେ ଖୋଲା ଅଛି ୮୭୬ଟି ବ୍ୟାଙ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ଲକ୍‌ଡାଉନ୍‌ ପିରିୟଡରେ ରାଜ୍ୟରେ ୮୭୬ଟି ବ୍ୟାଙ୍କ ଖୋଲା ରହିଛି। ବ୍ୟାଙ୍କ ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ବର୍ତ୍ତମାନ ରାଜ୍ୟରେ ୨ ହଜାର ୮ ଶହ ୪୨ଟି ଏଟିଏମରୁ ୯୫ ପ୍ରତିଶତ ନଗଦ ଟଙ୍କା ମିଳିପାରୁଛି। ଦୈନିକ ବ୍ୟାଙ୍କକୁ ଆସୁଥିବା ଗ୍ରାହକଙ୍କ ସଂଖ୍ୟା ହାରାହାରି ୧୨୫ ଭିତରେ ସୀମିତ ରହିଛି। କୋରାପୁଟ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ଗ୍ରାହକ ଆସୁଛନ୍ତି। ଏସ୍‌ବିଆଇର ୮ ହଜାର ୬୦୦ କର୍ମଚାରୀରୁ ୪ […]

bank

bank

Manoranjan Sial
  • Published: Thursday, 26 March 2020
  • Updated: 26 March 2020, 05:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ଲକ୍‌ଡାଉନ୍‌ ପିରିୟଡରେ ରାଜ୍ୟରେ ୮୭୬ଟି ବ୍ୟାଙ୍କ ଖୋଲା ରହିଛି। ବ୍ୟାଙ୍କ ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ବର୍ତ୍ତମାନ ରାଜ୍ୟରେ ୨ ହଜାର ୮ ଶହ ୪୨ଟି ଏଟିଏମରୁ ୯୫ ପ୍ରତିଶତ ନଗଦ ଟଙ୍କା ମିଳିପାରୁଛି। ଦୈନିକ ବ୍ୟାଙ୍କକୁ ଆସୁଥିବା ଗ୍ରାହକଙ୍କ ସଂଖ୍ୟା ହାରାହାରି ୧୨୫ ଭିତରେ ସୀମିତ ରହିଛି।

କୋରାପୁଟ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ଗ୍ରାହକ ଆସୁଛନ୍ତି। ଏସ୍‌ବିଆଇର ୮ ହଜାର ୬୦୦ କର୍ମଚାରୀରୁ ୪ ହଜାର ୯ ଶହ ୫୧ ଜଣ ଘରେ ବସି କାମ କରୁଛନ୍ତି। ୬୭ ଜଣ ବ୍ୟାଙ୍କ କର୍ମଚାରୀ ସଂଘରୋଧରେ ଅଛନ୍ତି। କେତେକ ବ୍ରାଞ୍ଚ ଆଗକୁ ଦିନେ ଛଡା ଦିନେ ଖୋଲିବ। ଗ୍ରାହକଙ୍କୁ ଅନ୍‌ଲାଇନ୍‌ରେ ଋଣ ବ୍ୟବସ୍ଥା କରୁଛି ଏସବିଆଇ। ଗ୍ରାହକଙ୍କ ସୁବିଧା ପାଇଁ ହେଲ୍‌ପଲାଇନ ନମ୍ବର 94391-50594  ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos