୧୯୯୮ର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ଆଜି ବି ଅକାମୀ

ମୋହନା(ମିହିର ଜତି): ଚାଷୀଙ୍କ ସୁବିଧା ଲାଗି ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଛି ଜଳସେଚନ ପ୍ରକଳ୍ପ। ହେଲେ ସାଧାରଣ ଜ୍ଞାନ ଅଭାବ ଯୋଗୁ ସ୍ଥାନୀୟ ଚାଷୀଙ୍କ କୌଣସି କାମରେ ଲାଗିପାରୁ ନାହିଁ ଏହି ପ୍ରକଳ୍ପ। ଫଳରେ ଚିନ୍ତାରେ ଚାଷୀକୂଳ। ରାଜ୍ୟରେ ଚାଷୀଙ୍କ ଆର୍ଥିକ ଅବସ୍ଥା ବିଷୟରେ କାହାକୁ ବା ଅଛପା! ଏଭଳି ସ୍ଥଳେ ଜଳାଭାବରୁ ସୁଚାରୁ ରୂପେ ଚାଷ କାର୍ଯ୍ୟ ନ କରି ପାରିଲେ ମଧ୍ୟ ନିୟମିତ ଭାବେ ଜଳକର କିନ୍ତୁ ପୈଠ କରୁଛନ୍ତି ଚାଷୀ। […]

mohana water irrigation project

mohana water irrigation project

Pragnya Choudhury
  • Published: Monday, 16 March 2020
  • Updated: 16 March 2020, 03:36 PM IST

ମୋହନା(ମିହିର ଜତି): ଚାଷୀଙ୍କ ସୁବିଧା ଲାଗି ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଛି ଜଳସେଚନ ପ୍ରକଳ୍ପ। ହେଲେ ସାଧାରଣ ଜ୍ଞାନ ଅଭାବ ଯୋଗୁ ସ୍ଥାନୀୟ ଚାଷୀଙ୍କ କୌଣସି କାମରେ ଲାଗିପାରୁ ନାହିଁ ଏହି ପ୍ରକଳ୍ପ। ଫଳରେ ଚିନ୍ତାରେ ଚାଷୀକୂଳ। ରାଜ୍ୟରେ ଚାଷୀଙ୍କ ଆର୍ଥିକ ଅବସ୍ଥା ବିଷୟରେ କାହାକୁ ବା ଅଛପା! ଏଭଳି ସ୍ଥଳେ ଜଳାଭାବରୁ ସୁଚାରୁ ରୂପେ ଚାଷ କାର୍ଯ୍ୟ ନ କରି ପାରିଲେ ମଧ୍ୟ ନିୟମିତ ଭାବେ ଜଳକର କିନ୍ତୁ ପୈଠ କରୁଛନ୍ତି ଚାଷୀ। ଏଭଳି ଅଭାବନୀୟ ସ୍ଥିତି ନଜରକୁ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରୁ। ଏଠାରେ ତଥ୍ୟ ସଂଗ୍ରହ ସମୟରେ ଚାଷୀକୂଳ ସେମାନଙ୍କ ଦୁଃଖ ବଖାଣିଥିଲେ।

ଜଳ ବିହୁନେ ଚାଷ କାର୍ଯ୍ୟ ଅସମ୍ଭବ। ସ୍ଥାନୀୟ ବଡ଼ମଳାଇ ଗ୍ରାମର ଚାଷୀକୂଳକୁ ପର୍ଯ୍ୟାପ୍ତ ପରିମାଣର ଜଳ ଯୋଗାଇ ଦେବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସରକାର ନିର୍ମାଣ କରିଛନ୍ତି ଜଳସେଚନ ପ୍ରକଳ୍ପ। ହେଲେ ନିମ୍ନମାନର କାମ, ଅବହେଳା ଏବଂ ସାଧାରଣ ଜ୍ଞାନ ଅଭାବରୁ ପ୍ରକଳ୍ପଟି ନା ଚାଷ କାର୍ଯ୍ୟରେ ଲାଗୁଛି ଆଉ ନା ଚାଷୀକୂଳ ଉପକୃତ ହେଉଛନ୍ତି। ଚାଷୀଙ୍କ କହିବା କଥା ହେଲା, ଘାଇ ତଳେ ଓ କେନାଲଟି ଉପରେ ଥିବାରୁ ପ୍ରକଳ୍ପ ସେମାନଙ୍କ କୌଣସି କାମରେ ଲାଗୁନାହିଁ। ଘାଇରୁ ପାଣି ଉଠୁନାହିଁ କି ଚାଷ ହୋଇପାରୁ ନାହିଁ। ଫଳରେ ଚାଷଜମି ପଡ଼ିଆ ହୋଇ ପଡ଼ୁଛି। ହେଲେ ଗରିବ ଚାଷୀ ନିଜ ଚାଷ ଜମିରେ ପାଣି ଟୋପାଏ ନ ପାଇ ନିୟମିତ ଭାବେ ଜଳକର କିନ୍ତୁ ପୈଠ କରିବାରେ ଲାଗିଛି। ସେହିପରି ଘାଇର ମରାମତି ଅଭାବରୁ ପର୍ଯ୍ୟାପ୍ତ ପାଣି ଗଚ୍ଛିତ ହୋଇପାରୁ ନାହିଁ। ଡ୍ୟାମର ଗେଟ୍ ଚାବି ମଧ୍ୟ ଠିକ୍ ଭାବେ କାମ କରୁ ନ ଥିବାରୁ ବର୍ଷାଦିନେ ପାଣି ସଂରକ୍ଷଣ ହୋଇପାରୁ ନାହିଁ।

mohana water irrigation project

ସୂଚନାଯୋଗ୍ୟ, ୧୯୯୮ରୁ ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ବଡ଼ମଳାଇ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ଆରମ୍ଭ ହୋଇଥିଲା। ପରେ ୨୦୧୪-୧୫ ମସିହାରେ ୨୦ ଲକ୍ଷ ଟଙ୍କା ଅନୁଦାନରେ ପ୍ରକଳ୍ପଟି ନିର୍ମାଣ ହେଲା। ହେଲେ କେନାଲ୍ କେବଳ କିଡିମିଡି ଅଞ୍ଚଳରେ କେତୋଟି ଚାଷ ଜମିକୁ ଛାଡ଼ିଦେଲେ ବଡ଼ମଳାଇ ଗାଁ, ତେନ୍ତୁଳିଖୁଣ୍ଟି, କଇଠପଦା ଓ ଗୋବିନ୍ଦପୁର ଆଦି ଅଞ୍ଚଳରେ ଥିବା ଚାଷ ଜମିଗୁଡ଼ିକୁ ପାଣି ମାଡୁ ନ ଥିବାରୁ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛି। ତେବେ ଏନେଇ ଗଜପତି ଜିଲ୍ଲା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନାଲର ପୁନରୁଦ୍ଧାର ପାଇଁ ୫ ଲକ୍ଷ ଟଙ୍କାର ଟେଣ୍ଡର ହୋଇ ସାରିଛି। ମାର୍ଚ୍ଚ ୧୫ରୁ ଏହାର କାମ ଆରମ୍ଭ ହୋଇଯିବ। ଯଦି କେନାଲରେ କିଛି ଅସୁବିଧା ରହିଛି, ତା’ର ସ୍ଥାୟୀ ମରାମତି କରାଯିବ ଏବଂ ସମସ୍ତ ଅଞ୍ଚଳକୁ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ମିଶ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story