ଭିନ୍ନ ଏକ ମେଳା, ଯେଉଁଠି ଜମେ ଭିକାରିଙ୍କ ଭିଡ଼

ବାଲେଶ୍ୱର (ରଶ୍ମି ରଞ୍ଜନ ଦାସ): କାର୍ତ୍ତିକ ପୂର୍ଣ୍ଣିମାରେ ବାଲେଶ୍ୱର ବାଲିଘାଟ ନିକଟରେ ଅନୁଷ୍ଠିତ ହୁଏ ଏକ ଭିନ୍ନ ଧରଣର ମେଳା। ସ୍ଥାନୀୟ ଲୋକେ ଏହାକୁ କହିଥା’ନ୍ତି ଭିକ୍ଷୁକ ମେଳା। ପ୍ରତିବର୍ଷ ଭଳି ଗତକାଲି ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରୁ ବହୁ ଭିକାରି ଯୋଗ ଦେଇଥିଲେ। ଏଥର ପ୍ରାୟ ୨ ହଜାର ଭିକାରି ଏଠାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ଅନେକ କୁଷ୍ଠରୋଗୀ […]

begger1

Jitendra Garnayak
  • Published: Saturday, 24 November 2018
  • , Updated: 24 November 2018, 09:54 AM IST

ବାଲେଶ୍ୱର (ରଶ୍ମି ରଞ୍ଜନ ଦାସ): କାର୍ତ୍ତିକ ପୂର୍ଣ୍ଣିମାରେ ବାଲେଶ୍ୱର ବାଲିଘାଟ ନିକଟରେ ଅନୁଷ୍ଠିତ ହୁଏ ଏକ ଭିନ୍ନ ଧରଣର ମେଳା। ସ୍ଥାନୀୟ ଲୋକେ ଏହାକୁ କହିଥା’ନ୍ତି ଭିକ୍ଷୁକ ମେଳା।

ପ୍ରତିବର୍ଷ ଭଳି ଗତକାଲି ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରୁ ବହୁ ଭିକାରି ଯୋଗ ଦେଇଥିଲେ। ଏଥର ପ୍ରାୟ ୨ ହଜାର ଭିକାରି ଏଠାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ଅନେକ କୁଷ୍ଠରୋଗୀ ଥିଲେ। ଅନେକ ମହିଳା ବି ଥିଲେ।

ବାଲିଘାଟରୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ରାସ୍ତାର ଦୁଇ କଡ଼ରେ ଏହି ଭିକାରିମାନେ ବସନ୍ତି। ଏଠାରେ ଏମିତି ଭିକ୍ଷୁକ ମେଳା ବସିବା ପଛରେ ଗୋଟିଏ କାରଣ ରହିଛି। ବାଲିଘାଟରେ କାର୍ତ୍ତିକ ବୁଡ଼ ପକାଇବା ପରେ ଡଙ୍ଗା ଭସାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଶ୍ରଦ୍ଧାଳୁମାନେ ଭିକାରିମାନଙ୍କୁ ଚାଉଳ, ବିସ୍କୁଟ, ବସ୍ତ୍ର ଓ ଟଙ୍କା ଦାନ କରନ୍ତି। ପୁଣ୍ୟ ଅର୍ଜନ ଆଶାରେ ଶ୍ରଦ୍ଧାଳୁମାନେ ଦାନ କରନ୍ତି।

ଲକ୍ଷ୍ମୀପ୍ରିୟା ମହାଳିକ ନାମକ ଜଣ ଶ୍ରଦ୍ଧାଳୁ କହିଛନ୍ତି,“ମୁଁ ପ୍ରତିବର୍ଷ ଏଠାକୁ ଆସେ। ଠାକୁରଙ୍କୁ ଦର୍ଶନ କରିବା ପରେ ଏଠାରେ ବସିଥିବା ଭିକ୍ଷୁକମାନଙ୍କୁ ଦାନ କରେ। ଠାକୁରଙ୍କ ଆଶୀର୍ବାଦରୁ ଯେଉଁ ବର୍ଷ ଯାହା ଥାଏ, ତାହା ଦାନ କରେ। ଏଠାରେ ବସୁଥିବା ସବୁ ଭିକ୍ଷୁକଙ୍କୁ ଦିଏ। ସମସ୍ତେ ତ ଖଟି ଖାଉଛନ୍ତି। କିନ୍ତୁ ବର୍ଷ ସାରା ଯାହା ଅର୍ଜନ କରୁଛନ୍ତି, ସେଥିରୁ କିଛି ଦାନ ନ କଲେ ମଣିଷ ଜନ୍ମ ପାଇ କି ଲାଭ?”

ଏହି ମେଳାରେ ଯୋଗ ଦେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭିକାରିମାନେ ପ୍ରାୟ ସପ୍ତାହେ ପୂର୍ବରୁ ଆସି ଥାଆନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ଦିନ ସାରା ବସି ରହି ଭଲ ପରିମାଣରେ ଚାଉଳ, ପଇସା ସହ ଅନ୍ୟାନ୍ୟ ଜିନିଷ ନେଇ ମନ ଖୁସିରେ ଘରକୁ ଫେରନ୍ତି। ଦାନ କରି ଶ୍ରଦ୍ଧାଳୁମାନେ ବି ବେଶ୍ ଖୁସି ହୁଅନ୍ତି।

Related story