ନିର୍ମାଣାଧୀନ ପୋଲ ତଳକୁ ଖସିପଡ଼ିଲା ବାଇକ୍; ଚାଲିଗଲା ୩ ଜୀବନ

ନୂଆପଡ଼ା (ମାୟାଧର ସରାଫ୍): ଏକ ନିର୍ମାଣାଧୀନ ପୋଲ ତଳକୁ ଖସି ତିନି ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଦର୍ଲିମୁଣ୍ଡା ଗାଁ ନିକଟରେ। ମୃତକମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଥିବା ବେଳେ ଜଣଙ୍କର ପରିଚୟ ମିଳିନାହିଁ। ପରିଚୟ ମିଳିଥିବା ଦୁଇ ମୃତକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ଖଲିଆନପାନି ଗାଁର ଚୈନ ସିଂ ମାଝୀ ଓ ପୁନିତରାମ ମାଝୀ। ଗତକାଲି ରାତି ଏ ତିନି ଜଣ […]

drown

drown

Jitendra Garnayak
  • Published: Wednesday, 09 January 2019
  • Updated: 09 January 2019, 11:55 AM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ୍): ଏକ ନିର୍ମାଣାଧୀନ ପୋଲ ତଳକୁ ଖସି ତିନି ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଦର୍ଲିମୁଣ୍ଡା ଗାଁ ନିକଟରେ।

ମୃତକମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଥିବା ବେଳେ ଜଣଙ୍କର ପରିଚୟ ମିଳିନାହିଁ। ପରିଚୟ ମିଳିଥିବା ଦୁଇ ମୃତକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ଖଲିଆନପାନି ଗାଁର ଚୈନ ସିଂ ମାଝୀ ଓ ପୁନିତରାମ ମାଝୀ।

ଗତକାଲି ରାତି ଏ ତିନି ଜଣ ଏକ ବାଇକ୍ ଯୋଗେ ନୂଆପଡ଼ାକୁ ଧନୁଯାତ୍ରା ଦେଖିବାକୁ ଆସିଥିଲେ। ଫେରିବା ବେଳେ ନିର୍ମାଣାଧୀନ ପୋଲ ତଳକୁ ଭାରସାମ୍ୟ ହରାଇ ପଡ଼ିଯାଇଥିବେ ଅନୁମାନ କରାଯାଉଛି।

ଆଜି ସକାଳେ ଲୋକେ ମୃତଦେହଗୁଡ଼ିକ ପାଣିରେ ଭାସୁଥିବା ନେଇ ଦେଖିବା ପରେ ପୁଲିସ୍‌କୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।

[caption id="attachment_322850" align="aligncenter" width="750"]bridge ଏହି ନିର୍ମାଣାଧୀନ ପୋଲରେ ଘଟିଛି ଦୁର୍ଘଟଣା।[/caption]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos