ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ କଂଗ୍ରେସରେ ଘମାସାନ। ଦଳରୁ ସାମୂହିକ ଇସ୍ତଫା ଦେଇଛନ୍ତି ୩ ଜଣ ପୂର୍ବତନ ବିଧାୟକ। ଜୁନାଗଡ଼ର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ପୂର୍ବତନ ବିଧାୟକ କୁମରମଣି ଶବର ଏବଂ ଯୁଗରାମ ବେହେରା ଇସ୍ତଫା ଦେଇଛନ୍ତି ।
ତାଙ୍କ ସହ କଳାହାଣ୍ଡିର ଶତାଧତ୍କ କର୍ମୀ ମଧ୍ୟ ଦଳ ଛାଡ଼ିଛନ୍ତି। ଟଙ୍କା ନେଇ ଟିକେଟ୍ ବଣ୍ଟା ଯାଉଥିବା ଅଭିଯୋଗ କରି ୩ ଜଣ ପୂର୍ବତନ ବିଧାୟକ ଏବଂ କର୍ମୀ ଆଜି ରାଜ୍ୟ ପିସିସିସି କାର୍ଯ୍ୟାଳୟକୁ ଆସି ଇସ୍ତଫା ଦେଇଛନ୍ତି। ତେବେ ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରିନି ।