ପହିଲି ରଜରେ ଚାଲିଗଲା ୩ ଜୀବନ

ବାଲେଶ୍ୱର(ରଞ୍ଜିତ ପାକଳ): ରଜ ଉପଲକ୍ଷେ ଚାନ୍ଦିପୁର ବେଳାଭୂମି ବୁଲି ସ୍କୁଟିରେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ଓ ମେଡିକାଲ୍‌ରେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ପୂରା ଘଟଣା ଏମିତି। ବାଲେଶ୍ୱର ଏଫ୍‌ଏମ୍‌ କଲେଜରେ ପଢ଼ୁଥିବା ଭକ୍ତବନ୍ଧୁ ସିଂ ଓ ସଦାନନ୍ଦ ଦାସ ଏକ ସ୍କୁଟିରେ ଚାନ୍ଦିପୁର ବେଳାଭୂମିରୁ […]

three-killed-in-a-road-accident-in-baleswar

Manoranjan Sial
  • Published: Friday, 14 June 2019
  • , Updated: 14 June 2019, 06:48 PM IST

ବାଲେଶ୍ୱର(ରଞ୍ଜିତ ପାକଳ): ରଜ ଉପଲକ୍ଷେ ଚାନ୍ଦିପୁର ବେଳାଭୂମି ବୁଲି ସ୍କୁଟିରେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ଓ ମେଡିକାଲ୍‌ରେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ପୂରା ଘଟଣା ଏମିତି। ବାଲେଶ୍ୱର ଏଫ୍‌ଏମ୍‌ କଲେଜରେ ପଢ଼ୁଥିବା ଭକ୍ତବନ୍ଧୁ ସିଂ ଓ ସଦାନନ୍ଦ ଦାସ ଏକ ସ୍କୁଟିରେ ଚାନ୍ଦିପୁର ବେଳାଭୂମିରୁ ଫେରୁଥିଲେ। ଚାନ୍ଦିପୁର ରୋଡର ଗଛମାଳିଆ ନିକଟରେ ବିପରୀତ ଦିଗରୁ ବାଇକ୍‌ରେ ଆସିଥିବା ପପୁ ସିଂ ଓ ବୃନ୍ଦାବନ ସିଂ ସ୍କୁଟିକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଭକ୍ତବନ୍ଧୁଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସଦାନନ୍ଦ, ପପୁ ଓ ବୃନ୍ଦାବନଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପପୁ ଓ ବୃନ୍ଦାବନଙ୍କୁ ମୃତ ଘୋଷଣା କରିଥିଲେ। ଏବେ ସୁଦ୍ଧା ସଦାନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ଭକ୍ତବନ୍ଧୁ ସିଂ ଓ ସଦାନନ୍ଦ ଦାସଙ୍କର ଘର ଜିଲ୍ଲାର ବରହମ୍‌ପୁର ଥାନା ବସନବଣୀ ଅଞ୍ଚଳର ବୋଲି ଜଣାପଡ଼ିଛି।

Related story