ରାସ୍ତାରେ ଚାଲିଗଲା ବାପା, ମାଆ ଓ ଝିଅର ଜୀବନ

କେନ୍ଦୁଝର (ପ୍ରଣୟ ପାଣି): ବାଇକ୍‌ରେ ଘରକୁ ଫେରିବା ବେଳେ ମାଡ଼ିଆସିଲା ମୃତ୍ୟୁର ଦାନବ ରୂପୀ ପିକ୍‌ଅପ୍‌ ଭ୍ୟାନ୍‌। ଆଖି ପିଛୁଳାକେ ବାଇକ୍‌କୁ ଧକ୍କା ଦେଲା। ଫଳରେ ଚାଲିଗଲା ଗୋଟିଏ ପରିବାର ତିନିଟି ଜୀବନ। ଏବେ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହିତ ସଂଘର୍ଷ କରୁଛନ୍ତି ଜଣେ ଝିଅ। ଆଜି ସନ୍ଧ୍ୟା ବେଳେ ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ତୁରୁମୁଙ୍ଗା ଥାନା ଚଢ଼େଇଭୋଳ ଗାଁର ମହମ୍ମଦ ସାଜିଦ ନିଜର ଦୁଇ ଝିଅ ଓ ପତ୍ନୀଙ୍କୁ ନେଇ […]

pickup-accident

pickup-accident

Manoranjan Sial
  • Published: Wednesday, 24 October 2018
  • Updated: 24 October 2018, 10:40 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): ବାଇକ୍‌ରେ ଘରକୁ ଫେରିବା ବେଳେ ମାଡ଼ିଆସିଲା ମୃତ୍ୟୁର ଦାନବ ରୂପୀ ପିକ୍‌ଅପ୍‌ ଭ୍ୟାନ୍‌। ଆଖି ପିଛୁଳାକେ ବାଇକ୍‌କୁ ଧକ୍କା ଦେଲା। ଫଳରେ ଚାଲିଗଲା ଗୋଟିଏ ପରିବାର ତିନିଟି ଜୀବନ। ଏବେ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହିତ ସଂଘର୍ଷ କରୁଛନ୍ତି ଜଣେ ଝିଅ। ଆଜି ସନ୍ଧ୍ୟା ବେଳେ ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।

ତୁରୁମୁଙ୍ଗା ଥାନା ଚଢ଼େଇଭୋଳ ଗାଁର ମହମ୍ମଦ ସାଜିଦ ନିଜର ଦୁଇ ଝିଅ ଓ ପତ୍ନୀଙ୍କୁ ନେଇ ବାଇକ୍‌ରେ କେନ୍ଦୁଝରରୁ ଘରକୁ ଫେରୁଥିଲେ। ୪୯ ଜାତୀୟ ରାଜପଥର ଚେମଣା ଶାଳ ଜଙ୍ଗଲରେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ସେମାନେ ଛିଟିକି ପଡି଼ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସାଜିଦ, ତାଙ୍କ ପତ୍ନୀ ଓ ୪ ବର୍ଷର ଝିଅଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ବଡ଼ ଝିଅର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos