ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ଘଟଣା: ୩ ପୁଲିସ୍ କର୍ମୀ ସସ୍‌ପେଣ୍ଡ

କଟକ(ଓଡ଼ିଶା ରିପୋର୍ଟର): କଟକରେ ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତିନି ଜଣ ପୁଲିସ୍‌ କର୍ମଚାରୀଙ୍କୁ କଟକ ଡିସିପି ଅଖିଳେଶ୍ୱର ସିଂ ସସ୍‌ପେଣ୍ଡ କରିଛନ୍ତି। ସସ୍‌ପେଣ୍ଡ୍ ହୋଇଥିବା ତିନି ପୁଲିସ୍ କର୍ମଚାରୀ ହେଲେ-  ହାବିଲଦାର ପି.କେ ବେହେରା,  କନଷ୍ଟେବଲ ବିକେ ସାମଲ ଓ ୟୁକେ ଭୂୟାଁ। ଏହାସହ ଜଣେ ହୋମଗାର୍ଡ କିଶୋର ଜେନାଙ୍କୁ ନୋଟିସ୍ ଜାରି ହୋଇଛି।  ମାସେ ମଧ୍ୟରେ ନୋଟିସ୍‌ର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ତିନି […]

pcrvan

pcrvan

Jitendra Garnayak
  • Published: Thursday, 30 August 2018
  • Updated: 30 August 2018, 07:43 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକରେ ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତିନି ଜଣ ପୁଲିସ୍‌ କର୍ମଚାରୀଙ୍କୁ କଟକ ଡିସିପି ଅଖିଳେଶ୍ୱର ସିଂ ସସ୍‌ପେଣ୍ଡ କରିଛନ୍ତି।

ସସ୍‌ପେଣ୍ଡ୍ ହୋଇଥିବା ତିନି ପୁଲିସ୍ କର୍ମଚାରୀ ହେଲେ-  ହାବିଲଦାର ପି.କେ ବେହେରା,  କନଷ୍ଟେବଲ ବିକେ ସାମଲ ଓ ୟୁକେ ଭୂୟାଁ।

ଏହାସହ ଜଣେ ହୋମଗାର୍ଡ କିଶୋର ଜେନାଙ୍କୁ ନୋଟିସ୍ ଜାରି ହୋଇଛି।  ମାସେ ମଧ୍ୟରେ ନୋଟିସ୍‌ର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ତିନି ଜଣଙ୍କୁ ସସ୍‌ପେଣ୍ଡ କରାଯାଇଥିବା କଟକ ଡିସିପି କହିଛନ୍ତି।

ସେ କହିଛନ୍ତି,“ଘଟଣା ସମୟରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହୋଇଥିବା ଏଡିସିପି ରିପୋର୍ଟରେ ଦର୍ଶାଇଛନ୍ତି।  ଏ ସମସ୍ତ ଘଟଣାକୁ ନେଇ ୪ଟି ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ କୌଣସି ଥାନା ଅଧିକାରୀ ତଦନ୍ତ କରିବେନି। ଏଡିସିପିଙ୍କ ତତ୍ତ୍ୱାବଧାନରେ କ୍ରାଇମ୍ ଇନ୍ସପେକ୍ଟର ତଦନ୍ତ କରିବେ। ତଦନ୍ତ ସମୟରେ ଯାହା ନାଁ ସାମ୍ନାକୁ ଆସିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।”

ସେହିପରି ପୁଲିସ୍ ଭ୍ୟାନ୍ ପୋଡ଼ିବା ଘଟଣାର ବି ତଦନ୍ତ ହେବ ବୋଲି ଡିସିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos