ହାଇକୋର୍ଟ ବାରରୁ ବହିଷ୍କୃତ ହେଲେ ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟର ୩ ନେତା

କଟକ (ଓଡ଼ିଶା ରିପୋର୍ଟର): ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଭଣ୍ଡୁର ଉଦ୍ୟମ ଅଭିଯୋଗ ବାରର ତିନି ଜଣ ବରିଷ୍ଠ ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଛି। ସେମାନଙ୍କୁ ହାଇକୋର୍ଟ ବାରରୁ ବହିଷ୍କୃତ କରାଯାଇଛି। ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟର ଆବାହକ ମିଲନ କାନୁନ୍‌ଗୋ, ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାଶ ଓ ବାରର ପୂର୍ବତନ ଉପସଭାପତି ବଂଶୀଧର ଶତପଥୀଙ୍କୁ ବହିଷ୍କୃତ କରାଯାଇଛି। ଏଥିସହ ବାର୍ କାଉନ୍‌ସିଲ୍‌ ଅଧ୍ୟକ୍ଷ ଟହଲି ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି। ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଭଣ୍ଡୁର ଉଦ୍ୟମ […]

highcourt

Manoranjan Sial
  • Published: Friday, 02 November 2018
  • , Updated: 02 November 2018, 05:39 PM IST

କଟକ (ଓଡ଼ିଶା ରିପୋର୍ଟର): ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଭଣ୍ଡୁର ଉଦ୍ୟମ ଅଭିଯୋଗ ବାରର ତିନି ଜଣ ବରିଷ୍ଠ ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଛି। ସେମାନଙ୍କୁ ହାଇକୋର୍ଟ ବାରରୁ ବହିଷ୍କୃତ କରାଯାଇଛି। ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟର ଆବାହକ ମିଲନ କାନୁନ୍‌ଗୋ, ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାଶ ଓ ବାରର ପୂର୍ବତନ ଉପସଭାପତି ବଂଶୀଧର ଶତପଥୀଙ୍କୁ ବହିଷ୍କୃତ କରାଯାଇଛି। ଏଥିସହ ବାର୍ କାଉନ୍‌ସିଲ୍‌ ଅଧ୍ୟକ୍ଷ ଟହଲି ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି। ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଭଣ୍ଡୁର ଉଦ୍ୟମ ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ହାଇକୋର୍ଟ ବାର୍ ସମ୍ପାଦକ ସତ୍ୟବ୍ରତ ମହାନ୍ତି।

ଆଜି ଏଠାରେ ଅନୁଷ୍ଠିତ ହାଇକୋର୍ଟ ବାର ଆସୋସିଆସନର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ ପୁଲିସ-ଆଇନ୍‌ଜୀବୀ ବିବାଦ ଘଟଣାରେ କଟକ ହାଇକୋର୍ଟ ଆଇନ୍‌ଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ। ଆସନ୍ତା ୯ ଯାଏ କାର୍ଯ୍ୟ ବନ୍ଦ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି ହାଇକୋର୍ଟ ଆଇନ୍‌ଜୀବୀ ସଂଘ। ୯ରେ ହାଇକୋର୍ଟରେ ଶୁଣାଣି ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ ସଂଘ। ତଦନ୍ତ କରୁଥିବା ଆଇଜିଙ୍କୁ ୯ ତାରିଖ ମଧ୍ୟରେ ପୁଲିସର ଓକିଲଙ୍କୁ ମାଡ଼ ମାରିବା ମାମଲାର ତଦନ୍ତ ସାରି ଚାର୍ଜସିଟ୍‌ ଦାଖଲ ଲାଗି ମହଲତ ଦେଇଛନ୍ତି ହାଇକୋର୍ଟ।

Related story