କୋଣାର୍କରେ ଟିକେଟ ଘୋଟାଲା !

ଭୁବନେଶ୍ବର (ସଂଜୟ ପତି ଓ ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): କୋଣାର୍କ ମନ୍ଦିରରେ କୋଟି କୋଟି ଟଙ୍କାର ଟିକେଟ ସ୍କାମ୍ ! ଟିକେଟ୍ ରାକେଟ୍‌ ମାସକୁ ପ୍ରାୟ ୫୦ ଲକ୍ଷ ଟଙ୍କା ହରିଲୁଟ କରୁଥିବା ଅଭିଯୋଗ। ସନ୍ଦେହକୁ ଦୃଢ କଲା ସୂଚନା ଅଧିକାର ଆଇନର ତଥ୍ୟ। ତଥ୍ୟରୁ ଜଣାପଡ଼ିଛି, ଜାନୁଆରୀରୁ ସେପ୍ଟେମ୍ବର ଭିତରେ ବଢ଼ିଛି ୪ଗୁଣ ରାଜସ୍ବ । ଧରପଗଡ଼ ପରେ ବଢ଼ି ଯାଇଛି ୪ଗୁଣରୁ ଅଧିକ ପର୍ଯ୍ୟଟକ ସଂଖ୍ୟା। ବିଶ୍ବପ୍ରସିଦ୍ଧ କୋଣାର୍କ ସହ ଓଡ଼ିଶାର ୭୮ଟି କୀର୍ତ୍ତିଜିର ସୁରକ୍ଷା […]

konark

konark

Niranjan Mishra
  • Published: Friday, 21 October 2022
  • Updated: 21 October 2022, 09:11 PM IST

Sports

Latest News

ଭୁବନେଶ୍ବର (ସଂଜୟ ପତି ଓ ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): କୋଣାର୍କ ମନ୍ଦିରରେ କୋଟି କୋଟି ଟଙ୍କାର ଟିକେଟ ସ୍କାମ୍ ! ଟିକେଟ୍ ରାକେଟ୍‌ ମାସକୁ ପ୍ରାୟ ୫୦ ଲକ୍ଷ ଟଙ୍କା ହରିଲୁଟ କରୁଥିବା ଅଭିଯୋଗ। ସନ୍ଦେହକୁ ଦୃଢ କଲା ସୂଚନା ଅଧିକାର ଆଇନର ତଥ୍ୟ। ତଥ୍ୟରୁ ଜଣାପଡ଼ିଛି, ଜାନୁଆରୀରୁ ସେପ୍ଟେମ୍ବର ଭିତରେ ବଢ଼ିଛି ୪ଗୁଣ ରାଜସ୍ବ । ଧରପଗଡ଼ ପରେ ବଢ଼ି ଯାଇଛି ୪ଗୁଣରୁ ଅଧିକ ପର୍ଯ୍ୟଟକ ସଂଖ୍ୟା।

ବିଶ୍ବପ୍ରସିଦ୍ଧ କୋଣାର୍କ ସହ ଓଡ଼ିଶାର ୭୮ଟି କୀର୍ତ୍ତିଜିର ସୁରକ୍ଷା ଦାୟିତ୍ବ ନେଇଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସଆଇ)। କୋଣାର୍କ ମନ୍ଦିର ଓ ଖଣ୍ଡଗିରି-ଉଦୟଗିରି ସମେତ ରାଜ୍ୟର କିଛି ଜାତୀୟ କୀର୍ତ୍ତିରାଜିରେ ପର୍ଯ୍ୟଟକଙ୍କଠାରୁ ପ୍ରତିଦିନ ଟିକେଟ ଜରିଆରେ ଫି ଆଦାୟ କରିଥାଏ ଏଏସଆଇ। କୋଣାର୍କ ମନ୍ଦିରକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କଠାରୁ ଏଏସଆଇର କୋଣାର୍କ ସବ-ସର୍କଲ କର୍ମଚାରୀମାନେ ନିୟମିତ ଭାବେ ଟିକେଟ ଜରିଆରେ ଅର୍ଥ ଆଦାୟ କରୁଥିଲେ। ଜୁଲାଇ ୨୧ ତାରିଖରେ ସ୍ବତନ୍ତ୍ର ଦଳର ଯାଂଚ୍ ପରେ ଆକସ୍ମିକ ଭାବେ ପର୍ଯ୍ୟଟକଙ୍କ ସଂଖ୍ୟା ଓ ଟିକେଟରୁ ମିଳୁଥିବା ଟଙ୍କାର ପରିମାଣ ୪ ଗୁଣରୁ ଅଧିକ ବଢ଼ିଯାଇଥିବା ଦେଖାଯାଇଛି। ପର୍ଯ୍ୟଟକଙ୍କ ଋତୁ କୁହାଯାଉଥିବା ଜାନୁଆରୀ ମାସରେ କୋଣାର୍କକୁ ମାତ୍ର ୪୧ ହଜାର ପର୍ଯ୍ୟଟକ ଆସିଥିବା ଦର୍ଶଯାଇଥିବା ବେଳେ ସେପ୍ଟେମ୍ବର ମାସରେ ହଠାତ ଏହି ସଂଖ୍ୟା ୧ ଲକ୍ଷ ୭୯ ହଜାରରେ ପହଞ୍ଚିଯାଇଥିବା ଦେଖାଯାଇଛି ।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ହଠାତ ସଂଖ୍ୟା ବୃଦ୍ଧିକୁ ନେଇ ଅନେକ ସନ୍ଦେହ ସୃଷ୍ଟି କରୁଛି। କୋଣାର୍କରେ ଭାରତୀୟ ପର୍ଯ୍ୟଟକଙ୍କଠାରୁ ମୁଣ୍ଡ ପିଛା ୪୦ ଟଙ୍କା ଓ କେତେକ ବିଦେଶୀ ପର୍ଯ୍ୟଟକଙ୍କଠାରୁ ମୁଣ୍ଡ ପିଛା ୬୦୦ ଟଙ୍କା ଆଦାୟ ହୋଇଥାଏ । ଜାନୁଆରୀ ମାସରେ ଟିକେଟରୁ ଅର୍ଥ ସଂଗ୍ରହ ପରିମାଣ ମାତ୍ର ୧୬ ଲକ୍ଷ ୭୧ ହଜାର ଟଙ୍କା ହୋଇଥିବାବେଳେ, ସେପ୍ଟେମ୍ବର ମାସରେ ଏହି ପରିମାଣ ୭୨ ଲକ୍ଷ ୨୭ ହଜାରକୁ ବୃଦ୍ଧି ପାଇଥିଲା । ଯାହାକି ୪ଗୁଣରୁ ଅଧିକ। ତେବେ ଟିକେଟକୁ ରିସାଇକେଲ କରି ପର୍ଯ୍ୟଟକଙ୍କ ସଂଖ୍ୟାକୁ ଜାଣିଶୁଣି କମାଯାଇ ଏହି ବାଟରେ ମାସକୁ ପ୍ରାୟ ୫୦ ଲକ୍ଷ ଟଙ୍କା ହରିଲୁଟ ହେଉଥିବା ସନ୍ଦେହ ସୃଷ୍ଟି ହୋଇଛି।

ଐତିହ୍ୟ ଗବେଷକ ଅନିଲ ଧୀର କହିଛନ୍ତି, ଏ ନେଇ ଗଭୀର ସନ୍ଦେହ ରହିଛି। ଏହି ଲକ୍ଷାଧିକ ଟଙ୍କା ଅର୍ଥ ତୋଷରପାତ ପଛରେ ଅନେକ କର୍ମଚାରୀ ରହିଛନ୍ତି। ଏହାର ଏକ ତଦନ୍ତ ହେବା ଉଚିତ। ଜୁଲାଇ ମାସରେ ଧରପଗଡ଼ ହେବା ପରେ ଓ ଅନେକ କର୍ମଚାରୀଙ୍କୁ ବଦଳାଇବା ପରେ ଟିକେଟ ଆଦାୟ ଅର୍ଥ ବଢ଼ିଛି।

କୋଣାର୍କ ସୁରକ୍ଷା ସମିତିର ସଂଯୋଜକ ଭାଗିରଥୀ ସ୍ବାଇଁ କହିଛନ୍ତି, ଆମେ ଏ ନେଇ ସନ୍ଦେହ କରୁଛୁ। କାରଣ ପର୍ଯ୍ୟଟକ ସଂଖ୍ୟା ସମାନ ଥିବା ବେଳେ ଏବେ ଆଦାୟ ଅର୍ଥ ରାଶି ବଢ଼ିଯାଉଛି କେମିତି?

କେବଳ କୋଣାର୍କ ମନ୍ଦିର ନୁହେଁ, ଖଣ୍ଡଗିରି ଓ ଉଦୟଗିରିରେ ମଧ୍ୟ ଟିକେଟ ସଂଗ୍ରହ ମାଧ୍ୟମରେ ବ୍ୟାପକ ଅର୍ଥ ହରିଲୁଟ ହେଉଥିବା ଅଭିଯୋଗ ହୋଇଛି । ଅନେକ ପର୍ଯ୍ୟଟକଙ୍କ ଟିକଟକୁ ପୁଣି ଥରେ ବ୍ୟବହାର କରିବା ଓ ଟୁରିଷ୍ଟ ବସରେ ଆସୁଥିବା ପର୍ଯ୍ୟଟଙ୍କଠାରୁ ଟିକେଟ ନକାଟି ଛାଡ଼ି ଦିଆଯାଉଥିବା ଅଭିଯୋଗ ହୋଇଛି। ଜୁଲାଇ ମାସରେ ଯାଂଚ୍ ପରେ ଖଣ୍ଡଗିରି ଓ ଉଦୟଗିରିରେ ଟିକେଟ ସଂଖ୍ୟା ଓ ଟିକେଟରୁ ସଂଗୃହୀତ ଅର୍ଥ ବା ରାଜସ୍ବ ପରିମାଣ ବଢ଼ିଯାଇଛି। ଜାନୁଆରୀର ଶୀତୁଆ ମାସରେ ଖଣ୍ଡଗିରି ଓ ଉଦୟଗିରିକୁ ୮ ହଜାର ୫୮୪ ପର୍ଯ୍ୟଟକ ଆସିଥିବା ବେଳେ ସେପ୍ଟେମ୍ବର ମାସରେ ପର୍ଯ୍ୟଟକ ସଂଖ୍ୟା ୨୫ ହଜାର ୬୧୭କୁ ବଢ଼ିଯାଇଛି। ଆଉ ସେହିଭଳି ଟିକେଟରୁ ସଂଗ୍ରହ ଅର୍ଥ ପରିମାଣ ମଧ୍ୟ ୨.୧୮ ଲକ୍ଷରୁ ୬.୪୩ ଲକ୍ଷକୁ ବଢ଼ିଯାଇଛି। ଯାହାକି ପ୍ରାୟ ତିନି ଗୁଣ ହେବ। କୁହାଯାଉଛି ଯେ, ଏସଆଇର କିଛି ସ୍ବତନ୍ତ୍ର ଅଧିକାରୀ ଏହାର ଯାଞ୍ଚ କଲାପରେ ହଠାତ ଟିକେଟ ସଂଖ୍ୟା ଏବଂ ଅର୍ଥ ଆଦାୟ ବଢିଗଲା।

ଭୁବନେଶ୍ବର ଖଣ୍ଡଗିରିର ବାବୁଲି ବେହେରା କହିଛନ୍ତି, ଖଣ୍ଡଗିରିରେ ଗୋଟିଏ ଟିକେଟକୁ ନଚିରି ବାରମ୍ବାର ପର୍ଯ୍ୟଟକଙ୍କୁ ଦିଆଯାଉଥିଲା। ଟୁରିଷ୍ଟ ବସରୁ ଯେତିକି ଲୋକ ଓହ୍ଲାଉଥିଲେ ତାଙ୍କଠାରୁ ଅଳ୍ପ ଟଙ୍କା ନେଇ ଭିତରକୁ ସେମିତି ଛାଡ଼ି ଦିଆଯାଉଥିଲା। ଏଠି ପ୍ରବଳ ଦୁର୍ନୀତି ହେଉଥିଲା। କିଛି ମାସ ତଳେ ଧରପଗଡ଼ ହେବାରୁ ଓ କିଛି କର୍ମଚାରୀ ବଦଳିବାରୁ ଟିକଟ ଅର୍ଥ ଆଦାୟ ବଢ଼ିଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ବର୍ଷ ବର୍ଷ ଧରି ଟିକେଟ ଜରିଆରେ କୋଟି କୋଟି ଟଙ୍କା ହରିଲୁଟ ହେଉଥିବା ବେଳେ ଏଏସଆଇର ଭୁବନେଶ୍ବର ସର୍କଲ ଜାଣିପାରୁନଥିଲା କିଭଳି? ଏଭଳି କାରବାର ପଛରେ ଏକ ବଡ଼ ରାକେଟ ରହିଛି କି  ? ଏ ନେଇ ଆମେ ଭୁବନେଶ୍ବର ସର୍କଲର ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିତ୍ (ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ) ଅରୁଣ ମଲ୍ଲିକଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହା ଠିକ ନୁହେଁ। ଘୋଟାଲା ନେଇ ଯଦି ତଥ୍ୟ ଅଛି ଓ ଆରଟିଆଇରୁ ଏହାର ଉତ୍ତର ମିଳିଛି, ତେବେ ତାହାକୁ ବିଶ୍ଲେଷଣ କରି ଦେଖିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story