ଏବେ ଏକା ବୁଲୁଛି ବାଘ, ଆଗକୁ ସାଥ୍ ଦେବ ବାଘୁଣୀ: ସାତକୋଶିଆବାସୀଙ୍କ ଆଖିରେ ନିଦ ନାହିଁ

ଅନୁଗୁଳ,(ବିରଜା ଦାଶ): ସାତକୋଶିଆ ଅଞ୍ଚଳରେ ବାଘ ବଂଶ ବିସ୍ତାର ଯୋଜନା ଏବେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି ।  ଅଭୟାରଣ୍ୟରେ ମହାବଳ ଛଡ଼ାଯିବାରୁ ସେମାନଙ୍କ ଜୀବନ ଜୀବିକା ବିପନ୍ନ ହୋଇଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଭୟାରଣ୍ୟ ସନ୍ନିକଟ ୨୦ଟି ପଞ୍ଚାୟତର ଲୋକେ। ସେପଟେ ଜଙ୍ଗଲ ମନ୍ତ୍ରୀ କହିଛନ୍ତି, ବାଘକୁ ନେଇ ଭୟଭୀତ ହେବାର କାରଣ ନାହିଁ। ସୂଚନା ଅନୁଯାୟୀ, ଏବେ କେବଳ ବାଘ ବୁଲୁଛି।  ଆଗକୁ ସେଠାରେ ଥିବା ସ୍ୱତନ୍ତ୍ର ଏନ୍‌କୋଜରରୁ ବାହାରି ବାଘୁଣୀ ବୁଲିବ […]

h-999

h-999

Rakesh Mallick
  • Published: Thursday, 19 July 2018
  • Updated: 19 July 2018, 11:10 PM IST

Sports

Latest News

ଅନୁଗୁଳ,(ବିରଜା ଦାଶ): ସାତକୋଶିଆ ଅଞ୍ଚଳରେ ବାଘ ବଂଶ ବିସ୍ତାର ଯୋଜନା ଏବେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି ।  ଅଭୟାରଣ୍ୟରେ ମହାବଳ ଛଡ଼ାଯିବାରୁ ସେମାନଙ୍କ ଜୀବନ ଜୀବିକା ବିପନ୍ନ ହୋଇଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଭୟାରଣ୍ୟ ସନ୍ନିକଟ ୨୦ଟି ପଞ୍ଚାୟତର ଲୋକେ। ସେପଟେ ଜଙ୍ଗଲ ମନ୍ତ୍ରୀ କହିଛନ୍ତି, ବାଘକୁ ନେଇ ଭୟଭୀତ ହେବାର କାରଣ ନାହିଁ।

ସୂଚନା ଅନୁଯାୟୀ, ଏବେ କେବଳ ବାଘ ବୁଲୁଛି।  ଆଗକୁ ସେଠାରେ ଥିବା ସ୍ୱତନ୍ତ୍ର ଏନ୍‌କୋଜରରୁ ବାହାରି ବାଘୁଣୀ ବୁଲିବ ସାତକୋଶିଆରେ। ବାଘ ବଂଶ ବିସ୍ତାରର ଅଂଶବିଶେଷ ସ୍ୱରୂପ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଦୁଇ ଯୋଡ଼ା ବାଘ-ବାଘୁଣୀ ବି ଆସିବେ। ତେଣୁ ଜୀବନ ଜୀବିକାକୁ ନେଇ ଆତଙ୍କିତ ଅଭୟାରଣ୍ୟ ଅନ୍ତର୍ଗତ ୨୦ଟି ପଞ୍ଚାୟତର ଲୋକେ। ଅନ୍ୟପଟେ ଲୋକଙ୍କ ଭିତରେ ବସାବାନ୍ଧିଥିବା ଏ ବାଘ ଡର ଧୀରେ ଧୀରେ ବଡ଼ ଆନ୍ଦୋଳନର ରୂପ ନେଲାଣି। ଅଭୟାରଣ୍ୟବାସୀଙ୍କ ସୁରକ୍ଷାକୁ ଅଣଦେଖା କରି ବାଘବଂଶ ବିସ୍ତାରର ଯୋଜନା ବିରୋଧରେ ଅନୁଗୁଳରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ପକ୍ଷରୁ ବିକ୍ଷୋଭ କରାଯାଇଛି।

ସେମାନେ ଅଭିଯୋଗ କରିଛନ୍ତି ଯେ, ଅଭୟାରଣ୍ୟରେ ମୁକ୍ତଭାବେ ବାଘ ଛଡ଼ାଯିବାରୁ ସେମାନଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ତୁରନ୍ତ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି, ବାଘ ପାଇଁ ପ୍ରଶସ୍ତ ଜାଗା ଅଛି। ଲୋକେ ଭୟଭୀତ ହେବାର କାରଣ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos