ତିର୍ତ୍ତୋଲରେ ଜମୁଛି ଉପନିର୍ବାଚନ ପ୍ରଚାର

ତିର୍ତ୍ତୋଲ (ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ପାଇଁ ତିର୍ତ୍ତୋଲରେ ଜୋରଦାର ଚାଲିଛି ପ୍ରଚାର। ବିଜେପି, ବିଜେଡି ଓ କଂଗ୍ରେସ ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଆଜି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ତିର୍ତ୍ତୋଲ ରଘୁନାଥପୁରରେ ପ୍ରଚାର କରିଛନ୍ତି ସାଂସଦ ଅଶ୍ୱିନୀ ବୈଷ୍ଣବ। ମୋଦି ସରକାରଙ୍କର ଜନହିତକର କାମକୁ ଲୋକଙ୍କ ସାମ୍ନାରେ ରଖିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ସେହିପରି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡି ରୋଡ଼ […]

bjp

Ranjit Kumar Jena
  • Published: Wednesday, 28 October 2020
  • , Updated: 28 October 2020, 05:33 PM IST

ତିର୍ତ୍ତୋଲ (ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ପାଇଁ ତିର୍ତ୍ତୋଲରେ ଜୋରଦାର ଚାଲିଛି ପ୍ରଚାର। ବିଜେପି, ବିଜେଡି ଓ କଂଗ୍ରେସ ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଆଜି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ତିର୍ତ୍ତୋଲ ରଘୁନାଥପୁରରେ ପ୍ରଚାର କରିଛନ୍ତି ସାଂସଦ ଅଶ୍ୱିନୀ ବୈଷ୍ଣବ। ମୋଦି ସରକାରଙ୍କର ଜନହିତକର କାମକୁ ଲୋକଙ୍କ ସାମ୍ନାରେ ରଖିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି।

ସେହିପରି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡି ରୋଡ଼ ସୋ' ଜରିଆରେ ଜୋରଦାର ପ୍ରଚାର କରିଛି। ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ ରୋଡ଼ ସୋ କରିଛନ୍ତି। ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚଳାଇଛନ୍ତି ଉଦ୍ୟମ ହାତରେ ଆଉ ଅଳ୍ପ ଦିନ ଥିବାରୁ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି।

ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରଚାରକୁ ଜୋରଦାର କରାଯାଇଛି। ତିର୍ତ୍ତୋଲରେ ରୋଡ ସୋ କରିଛି କଂଗ୍ରେସ। ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଜନ ମତ ଆଣିବାକୁ ବିଧାୟକ ସୁରେଶ ରାଉତରାୟ ପ୍ରଚାର କରିଛନ୍ତି।

Related story