ଆଜି ପୁଣି ଏନ୍ଆଇଏ ନିକଟରେ ହାଜର ହେବ ଅଖତର

<p>ନୂଆଦିଲ୍ଲୀ: ଗତକାଲି ୯ ଘଣ୍ଟାର ମାରାଥନ୍ ଜେରା ପରେ ଆଜି ପୁଣି ଅଖତର ହୁସେନ ଖାନକୁ ପଚରାଉଚରା ପାଇଁ ଡାକିଛି ନ୍ୟାସନାଲ ଇନ୍&zwnj;ଭେଷ୍ଟିଗେଟିଭ୍ ଏଜେନ୍ସି(ଏନ୍ଆଇଏ)। ନୋଟିସ୍ ମୁତାବକ ଗତକାଲି ଏନ୍&zwnj;ଆଇଏ ମୁଖ୍ୟ କାର୍ଯ୍ୟାଳୟରେ ହାଜର ହୋଇଥିଲା ଅଖତର। ଦିନ ୧୧ଟାରୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ତାଙ୍କୁ ଜେରା ଚାଲିଥିଲା। ବ୍ୟାଙ୍କ ଆକାଉଣ୍ଟ ଟ୍ରାନଜାକ୍ସନ ନେଇ ପଚରାଉଚରା ହୋଇଥିବା ଜେରା ପରେ ସୂଚନା ଦେଇଥିଲା ଅଖତର। ତାସହ ଓଡ଼ିଶାରେ ପଚରା ଯାଇଥିବା ପ୍ରଶ୍ନର ପୁନରାବୃତ୍ତି ହୋଇଥିବା କହିଛନ୍ତି।</p> <p>ସନ୍ଦିଗ୍ଧ କାର୍ଯ୍ୟାକଳାପ ପାଇଁ ଅଖତର ହୁସେନ୍ ଖାନ୍ ରହୁଥିବା କଟକ କିଶନନଗର ନିକଟ ସାମନ୍ତରାପୁର ଗାଁରେ ଗତ ସପ୍ତାହରେ ପଚରାଉଚରା କରିଥିଲା ଏନ୍&zwnj;ଆଇଏର ୬ ଜଣିଆ ଟିମ୍। ଦିଲ୍ଲୀରୁ ଧରାପଡ଼ିଥିବା ଜଣେ ସନ୍ଦିଗ୍ଧ ଆତଙ୍କବାଦୀର ଲିଙ୍କରେ ଏନ୍&zwnj;ଆଇଏ ଅଖତର ନିକଟରେ ପହଞ୍ଚିଥିବା ସୂଚନା ମିଳିଥିଲା।</p>

Ordigital Desk
  • Published: Tuesday, 05 December 2017
  • Updated: 05 December 2017, 08:42 AM IST

Sports

Latest News

<p>ନୂଆଦିଲ୍ଲୀ: ଗତକାଲି ୯ ଘଣ୍ଟାର ମାରାଥନ୍ ଜେରା ପରେ ଆଜି ପୁଣି ଅଖତର ହୁସେନ ଖାନକୁ ପଚରାଉଚରା ପାଇଁ ଡାକିଛି ନ୍ୟାସନାଲ ଇନ୍&zwnj;ଭେଷ୍ଟିଗେଟିଭ୍ ଏଜେନ୍ସି(ଏନ୍ଆଇଏ)। ନୋଟିସ୍ ମୁତାବକ ଗତକାଲି ଏନ୍&zwnj;ଆଇଏ ମୁଖ୍ୟ କାର୍ଯ୍ୟାଳୟରେ ହାଜର ହୋଇଥିଲା ଅଖତର। ଦିନ ୧୧ଟାରୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ତାଙ୍କୁ ଜେରା ଚାଲିଥିଲା। ବ୍ୟାଙ୍କ ଆକାଉଣ୍ଟ ଟ୍ରାନଜାକ୍ସନ ନେଇ ପଚରାଉଚରା ହୋଇଥିବା ଜେରା ପରେ ସୂଚନା ଦେଇଥିଲା ଅଖତର। ତାସହ ଓଡ଼ିଶାରେ ପଚରା ଯାଇଥିବା ପ୍ରଶ୍ନର ପୁନରାବୃତ୍ତି ହୋଇଥିବା କହିଛନ୍ତି।</p><p>ସନ୍ଦିଗ୍ଧ କାର୍ଯ୍ୟାକଳାପ ପାଇଁ ଅଖତର ହୁସେନ୍ ଖାନ୍ ରହୁଥିବା କଟକ କିଶନନଗର ନିକଟ ସାମନ୍ତରାପୁର ଗାଁରେ ଗତ ସପ୍ତାହରେ ପଚରାଉଚରା କରିଥିଲା ଏନ୍&zwnj;ଆଇଏର ୬ ଜଣିଆ ଟିମ୍। ଦିଲ୍ଲୀରୁ ଧରାପଡ଼ିଥିବା ଜଣେ ସନ୍ଦିଗ୍ଧ ଆତଙ୍କବାଦୀର ଲିଙ୍କରେ ଏନ୍&zwnj;ଆଇଏ ଅଖତର ନିକଟରେ ପହଞ୍ଚିଥିବା ସୂଚନା ମିଳିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos