ଆଜି ବିଜେପୁର ଉପନିର୍ବାଚନ ଫଳାଫଳ

ବରଗଡ଼(ଓଡ଼ିଶା ରିପୋର୍ଟର): ଆଜି ବିଜେପୁର ଉପନିର୍ବାଚନ ଫଳ ଆସିବ। ଭୋଟ୍ ଗଣତି ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ହୋଇଛି। ସକାଳ ୮ଟାରୁ ପଦ୍ମପୁର ଆର୍‌ଏମ୍‌ସି ମାର୍କେଟ୍ ୟାର୍ଡରେ ଭୋଟ୍ ଗଣତି ଆରମ୍ଭ ହେବ।  ଏଥିପାଇଁ ୧୪ଟି ଟେବୁଲ୍ ଓ ଗୋଟିଏ ରାଉଣ୍ଡ୍ ଟେବୁଲ୍‌ର ବ୍ୟବସ୍ଥା କରାଯାଇଛି। ସମୁଦାୟ ୨୧ଟି ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ଏଥିପାଇଁ ୧୨୦ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ପ୍ରତି ଟେବୁଲରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ […]

vote

Jyoshna Pradhan
  • Published: Thursday, 24 October 2019
  • , Updated: 24 October 2019, 08:37 AM IST

ବରଗଡ଼(ଓଡ଼ିଶା ରିପୋର୍ଟର): ଆଜି ବିଜେପୁର ଉପନିର୍ବାଚନ ଫଳ ଆସିବ। ଭୋଟ୍ ଗଣତି ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ହୋଇଛି। ସକାଳ ୮ଟାରୁ ପଦ୍ମପୁର ଆର୍‌ଏମ୍‌ସି ମାର୍କେଟ୍ ୟାର୍ଡରେ ଭୋଟ୍ ଗଣତି ଆରମ୍ଭ ହେବ।  ଏଥିପାଇଁ ୧୪ଟି ଟେବୁଲ୍ ଓ ଗୋଟିଏ ରାଉଣ୍ଡ୍ ଟେବୁଲ୍‌ର ବ୍ୟବସ୍ଥା କରାଯାଇଛି। ସମୁଦାୟ ୨୧ଟି ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ଏଥିପାଇଁ ୧୨୦ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି।

ପ୍ରତି ଟେବୁଲରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ୍ ଓ ମାଇକ୍ରୋ ଅବ୍‌ଜରଭର୍ ରହିବେ।  ସମଗ୍ର ଆର୍‌ଏମ୍‌ସି ପରିସରକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବା ବେଳେ ଏଥିପାଇଁ ୧ ପ୍ଲାଟୁନ୍ ଓଏସ୍ଏପି, ୧ କଂପାନୀ ସିଆରପିଏଫ୍ ଓ ସ୍ଥାନୀୟ ପୁଲିସର ପାଟ୍ରୋଲିଂ ଦଳ ନିୟୋଜିତ ହୋଇଛନ୍ତି।

Related story