ଗୃହ ବାରମ୍ବାର ମୁଲତବୀ, ହଟ୍ଟଗୋଳରେ ରାଜସ୍ୱ ବିଭାଗ ଖର୍ଚ୍ଚଦାବି ଗୃହୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନ ବିକ୍ରି ପାଇଁ ଟୋକୋନ ବ୍ୟବସ୍ଥା ଓ ଅଭାବୀ ବିକ୍ରି ପ୍ରସଙ୍ଗରେ ଆଜି ଗୃହରେ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବୀ ହୋଇଛି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ଅନ୍ୟାନ୍ୟ କୌଣସି କାର୍ଯ୍ୟ ହୋଇପାରିନଥିବାବେଳେ ଅପରାହ୍ନରେ ହଟ୍ଟଗୋଳ ମଧ୍ୟରେ ରାଜସ୍ୱ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଗୃହୀତ ହୋଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟମାନେ ଧାନ ବିକ୍ରି ପାଇଁ ଟୋକୋନ୍ ବ୍ୟବସ୍ଥାକୁ […]

odisha-assamble-1

Manoranjan Sial
  • Published: Thursday, 21 November 2019
  • , Updated: 21 November 2019, 09:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନ ବିକ୍ରି ପାଇଁ ଟୋକୋନ ବ୍ୟବସ୍ଥା ଓ ଅଭାବୀ ବିକ୍ରି ପ୍ରସଙ୍ଗରେ ଆଜି ଗୃହରେ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବୀ ହୋଇଛି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ଅନ୍ୟାନ୍ୟ କୌଣସି କାର୍ଯ୍ୟ ହୋଇପାରିନଥିବାବେଳେ ଅପରାହ୍ନରେ ହଟ୍ଟଗୋଳ ମଧ୍ୟରେ ରାଜସ୍ୱ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଗୃହୀତ ହୋଇଛି।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟମାନେ ଧାନ ବିକ୍ରି ପାଇଁ ଟୋକୋନ୍ ବ୍ୟବସ୍ଥାକୁ ବିରୋଧ କରି ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଏହି ଅଚଳାବସ୍ଥା ଜାରି ରହିବାରୁ ଗୃହକୁ ପୁଣିଥରେ ୧୧ଟା ୩୧ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଓ ପରେ ପୁଣିଥରେ ୧୦ମିନିଟ୍ ମୁଲତବୀ ରଖି ବାଚସ୍ପତି ଶ୍ରୀ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ। ତେବେ ବିରୋଧୀ ସଦସ୍ୟମାନେ ନିଜ ଜିଦରେ ଅଟଳ ରହିବାରୁ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଦ୍ୱିତୀୟାର୍ଦ୍ଧରେ ସମାନ ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ଗୃହକୁ ଦୁଇଟି ପର୍ଯ୍ୟାୟରେ ୫ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଗୃହରେ ହଟ୍ଟଗୋଳ ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୫୪ କୋଟି ୮୭ଲକ୍ଷ ୫୦ହଜାର ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ କରିଥିଲେ। ହଟ୍ଟଗୋଳ ଯୋଗୁ ଏହା ଉପରେ ବିଶେଷ ଆଲୋଚନା ହୋଇନଥିଲା ଓ ଖର୍ଚ୍ଚଦାବି ଗୃହୀତ ହୋଇଥିଲା। ଏହି ଅତିରିକ୍ତ ବଜେଟରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ୪୬.୨୫କୋଟି ଟଙ୍କା ଓ ପ୍ରଶାସନିକ ବ୍ୟୟ ବାବଦରେ ମୋଟ ୮.୬୨କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷର ମୂଳବଜେଟରେ ରାଜସ୍ୱ ବିଭାଗ ପାଇଁ ମୋଟ ୧୧୫୮.୯୩କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା।

Related story