ଆସନ୍ତାକାଲିଠୁ ମାଟ୍ରିକ୍‌ ଖାତା ଦେଖା: ସାର୍‌ କହିଲେ ଆମେ ଦେଖିବୁନି, ଧାରଣା ଦେବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ତେବେ ଖାତା ଦେଖାକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛି ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ।  ଆଜିଠାରୁ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ସ୍କୁଲ ଏବଂ କଲେଜ ଶିକ୍ଷକ ମିଳିତ ମଞ୍ଚ ଆନ୍ଦୋଳନ କରିବ ଓ ଧାରଣା ଦେବ। ଏହା ସହିତ ମୂଲ୍ୟାୟନ ପାଇଁ ଆସୁଥିବା ଶିକ୍ଷକଙ୍କୁ ମୂଲ୍ୟାୟନ କେନ୍ଦ୍ର ଭିତରକୁ ଛଡ଼ା ଯିବନି ବୋଲି କୁହାଯାଇଛି।  ସତ୍ୟପାଠ ଉଚ୍ଛେଦ ସହ ଅନ୍ୟ ଦାବି ପୂରଣ ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି କରାଯାଇନଥିବାରୁ ମଞ୍ଚ ଏଭଳି ନିଷ୍ପତ୍ତି ନେଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି,“ଖାତାଦେଖାରେ କୌଣସି ଅସୁବିଧା ହେବନି।  ବିକଳ୍ପ ବ୍ୟବସ୍ଥା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତ।”