ଟୋକିମରା ପର୍ବ: ଆଗରୁ ବଳି ପଡ଼ୁଥିଲେ କୁଆଁରୀ କନ୍ୟା, ଏବେ…

ଧର୍ମଗଡ଼(ଇଙ୍ଗିତ୍‌ ପଣ୍ଡା): କଳାହାଣ୍ଡି ଜିଲ୍ଲାର ଆଦିବାସୀଙ୍କ ପର୍ବ ଟୋକି ମରା ଯାତ୍ରା। ଏହି  ପର୍ବ ଆଦିବାସୀଙ୍କ ବିଶ୍ୱାସର ପର୍ବ ବୋଲି କୁହାଯାଏ । ଏଥିପାଇଁ ଜିଲ୍ଲାର ଆଦିବାସୀ ପୂରପଲ୍ଲି ଉତ୍ସବ ମୁଖର ହୋଇ ଉଠିଛି। ସବୁ ଦୁଃଖସୁଖ ଭୁଲି ଆଦିବାସୀ ମାନେ ମଦପିଇ ଏହି ପର୍ବରେ ମସଗୁଲ ଅଛନ୍ତି। ପରମ୍ପରା ଅନୁଯାୟୀ ପୂର୍ବରୁ କୁଆଁରୀ ଝିଅମାନଙ୍କୁ ସ୍ଥାନୀୟ ଭାସାରେ (ଟୋକେଲ) ବଳି ଦିଆଯାଉଥିବା ବେଳେ ଏବେ ଏଠାରେ ବୋଦା ବଳି ଦିଆଯାଉଛି । ଜିଲ୍ଲାର ଅନେକ ସ୍ଥାନରେ […]

n-7590

n-7590

Tapas Behera
  • Published: Thursday, 09 January 2020
  • Updated: 09 January 2020, 04:58 PM IST

ଧର୍ମଗଡ଼(ଇଙ୍ଗିତ୍‌ ପଣ୍ଡା): କଳାହାଣ୍ଡି ଜିଲ୍ଲାର ଆଦିବାସୀଙ୍କ ପର୍ବ ଟୋକି ମରା ଯାତ୍ରା। ଏହି  ପର୍ବ ଆଦିବାସୀଙ୍କ ବିଶ୍ୱାସର ପର୍ବ ବୋଲି କୁହାଯାଏ । ଏଥିପାଇଁ ଜିଲ୍ଲାର ଆଦିବାସୀ ପୂରପଲ୍ଲି ଉତ୍ସବ ମୁଖର ହୋଇ ଉଠିଛି। ସବୁ ଦୁଃଖସୁଖ ଭୁଲି ଆଦିବାସୀ ମାନେ ମଦପିଇ ଏହି ପର୍ବରେ ମସଗୁଲ ଅଛନ୍ତି। ପରମ୍ପରା ଅନୁଯାୟୀ ପୂର୍ବରୁ କୁଆଁରୀ ଝିଅମାନଙ୍କୁ ସ୍ଥାନୀୟ ଭାସାରେ (ଟୋକେଲ) ବଳି ଦିଆଯାଉଥିବା ବେଳେ ଏବେ ଏଠାରେ ବୋଦା ବଳି ଦିଆଯାଉଛି । ଜିଲ୍ଲାର ଅନେକ ସ୍ଥାନରେ ଏହାକୁ ନେଇ ଖୁବ୍‌ ଆଦିବାସୀଙ୍କ ମଧ୍ୟରେ ଖୁବ୍‌ ଆନନ୍ଦ ଉଲ୍ଲାସ।  ହାତରେ ଠେଙ୍ଗା , ଖଣ୍ଟା, କଣ୍ଡରୀ ଧରି ଆଦିବାସୀ ମାନେ ନାଚରେ ମସଗୁଲ ରୁହନ୍ତି। ଆଦିବାସୀମାନେ ମାଟି ମା’କୁ ସନ୍ତୁଷ୍ଟ କରିବା ପାଇଁ କେଉଁ ଆବାହମାନ କାଳରୁ ଏହି ପରମ୍ପରା ରହି ଆସିଛି। ପୂରାତନକାଳରେ ଏଠାରେ କୁଅଁରୀ ଝିଅକୁ   ବଳି ଦିଆଯାଉଥିବାରୁ ଏହାକୁ ଟୋକିମରା ପର୍ବ ବୋଲି କୁହାଯାଏ। ତେବେ ପରବର୍ତ୍ତୀ ସମୟରେ ଅର୍ଥାତ ଇଂରେଜ ସମୟରେ ଟୋକିମରାକୁ ଏଠାରେ ପ୍ରତିବନ୍ଧକ ଲଗାଯାଇଥିଲା। ଆଦିବାସୀଙ୍କ ଏହି ପରମ୍ପରାରେ ରଂଗ ଓ ଢଙ୍ଗରେ କିଛିଟା ପରିବର୍ତ୍ତନ ହୋଇଛି ସତ ତଥାପି, ଏହି ପ୍ରାଚୀନ ପରମ୍ପରା ଆଜିବି ବଞ୍ଚି ରହିଛି।

ମାଟି ମା’ ସହିତ ଆଦିବାସୀଙ୍କ ସଂପର୍କ ଅତି ନିବିଡ । ଏହି ମାଟି ମା’କୁ ସନ୍ତୁଷ୍ଟ କରିବା ପାଇଁ ଏଠାରେ ଚାଲିଛି ଆଦିବାସୀଙ୍କ ମନ୍ତ୍ର ଓ ପୂଜାର୍ଚ୍ଚନା । ସେଥିପାଇଁ ପୌଷ ମାସରେ କଳାହାଣ୍ଡିର ବିଭିନ୍ନ ଆଦିବାସୀ ଗାଁ ମାନଙ୍କରେ ପ୍ରତି ୧୨ ବର୍ଷରେ ପାଳିତ ହୁଏ ଟୋକୀମରା ପର୍ବ । ଏହି ପର୍ବ ଯେତିକି ଲୋମ ହର୍ଷଣକାରୀ ସେତିକି ରୋମାଞ୍ଚକର । ଟୋକୀମରା ପର୍ବପାଇଁ ଯେଉଁ ଗାଁରେ ପର୍ବ ପାଳିତ ହୁଏ ସେହିଗାଁ ଆଖପାଖର ଆଦିବାସୀ ଗାଁ ମାନଙ୍କୁ ନିମନ୍ତ୍ରଣ ଦେଇଥାନ୍ତି । ପର୍ବ ପାଇଁ ପଡ଼ିଆ ସଜେଇ ହୋଇଥାଏ । ଗାଁର ଜାନି ତଥା ପୁଝାରୀ ଘରୁ ଦେବ ଦେବୀ ପାଖରେ ସମର୍ପଣ କରିବାକୁ ବୋଦାକୁ ସମଗ୍ର ଗାଁ ପରିକ୍ରମା କରାଇବା ପରେ ପରବ ପଡିଆ ଠାରେ ପହଞ୍ଚିଥାଏ । ପରେ ସେଠାରେ ମାଟି ମାଙ୍କୁ ଏହି ବୋଦାକୁ ଅର୍ପଣ କରିବା ପରେ ମାଂସ ନେବା ପାଇଁ ହିଂଶ୍ର ହୋଇ ପଡନ୍ତି ଆଦିବାସୀ । ଆଗରୁ ଏଠାରେ ବୋଦା ଜାଗାରେ ଗୋଟିଏ କୁମାରୀ କନ୍ୟାକୁ ଜିଅନ୍ତା ବଳିଦେବାର ପରମ୍ପରା ଥିଲା । ତେବେ ସ୍ୱାଧିନତା ପରେ ମଣିଷ ବଳିକୁ ବନ୍ଦ କରି ଦିଆଯାଇଥିଲା । ଏବେ ମଣିଷ ବଦଳରେ ବୋଦାକୁ କୌଣସି ଝିଅର ନାମକରଣ କରି ବଳି ଦିଆଯାଉଛି । ପରମ୍ପରା ଅନୁଯାୟୀ ଯିଏ ନିଜର ଅସ୍ତ୍ର ଶସ୍ତ୍ର ଧରି ଏହି ମାଂସକୁ ଟାଣି ଆଣିପାରିବ ତାହା ତାଙ୍କର ପାରିବା ପଣିଆ ଦେଖାଇଥାଏ । ଏଥିପାଇଁ ବିଭିନ୍ନ ଗାଁରୁ ଆସିଥିବା ଆଦିବାସୀ ମାନେ ବାଜାର ତାଳେତାଳେ ନାଚିବା ସହ ଶସସ୍ତ୍ର ଶୋଭାଯାତ୍ରା କରି ନିଜର ପାରିବା ପଣିଆର ଛାପ ଛାଡିଥାନ୍ତି । ବିଶ୍ୱାସ ରହିଛି ଏହି ମାଂସକୁ ନେଇ ନିଜର ଗାଁର ଈଷ୍ଟଦେବୀଙ୍କ ପାଖରେ ତଥା ଜମିରେ ପୋତିଲେ ବିଭିନ୍ନ ଦୁଃଖକଷ୍ଟ ନିବାରଣ ସହିତ ଭଲଚାଷ ହୋଇଥାଏ । ଆଦିବାସୀଙ୍କ କୃଷି ଓ ପରମ୍ପରା ସହିତ ଏହି ପର୍ବର ବେସ‌୍‍ ସାମଞ୍ଜସ୍ୟ ରହିଛି ।

ଟୋକୀମରା ପର୍ବ ପରଦିନ ପାଳିତ ହୁଏ ଧାଙ୍ଗଡି ଝୋଲା । ଏହିଦିନ ଖୁସି ମାତନ୍ତି ଆଦିବାସୀ । ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ହେଉ କି ଧାଙ୍ଗଡା ଧାଙ୍ଗଡି ହେଉ ସେଦିନ ଖଟରେ ଝୁଲାଇ ନଚାନ୍ତି ଲୋକଙ୍କୁ ।  ବିଶ୍ୱାସ ରହିଛି ଏହିଦିନ କୌଣସି ଆଦିବାସୀ ପିଲା କେହି ଯୁବତୀକୁ  ଯଦି ନେଇ ପଳାଏ ତଥା ଦୁହିଁଙ୍କ ମର୍ଜିରେ ଗଲେ ସେମାନଙ୍କୁ ସମାଜ ସ୍ୱାମୀ ସ୍ତ୍ରର ମର୍ଯ୍ୟଦା ଦେଇଥାଏ । ବିଭିନ୍ନ ଗାଁରେ ପୁଷପୁନିରେ ପାଳିତ ହେଉଥିବା ଏହି ପର୍ବର ସ୍ୱତନ୍ତ୍ରତା ପାଇଁ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ । କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର, କଲମପୁର, କୋକସରା, ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଆଦିବାସୀ ଗାଁରେ ଏହିପର୍ବ ଧୂମଧାମରେ ପାଳିତ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story