ଡବଲ୍ ଫାଇନ୍ ମାଗିବାରୁ ଟୋଲଗେଟ୍ କର୍ମଚାରୀଙ୍କୁ ମାଡ଼! ୩ ଆହତ

ଖଲିକୋଟ୍ (ସିଲୁ ବିଶ୍ୱାଳ): ଗାଡ଼ିରେ ଫାସଟ୍ୟାଗ ବ୍ୟବସ୍ଥା ନଥିବାରୁ ଗାଡ଼ିକୁ ଦୁଇ ଗୁଣ ଟୋଲ ଫି’ ମାଗିବାରୁ ଟୋଲଗେଟୋ ନିକଟରେ ଗଣ୍ଡଗୋଳ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଖଲ୍ଲିକୋଟ ଗୁରାପଲ୍ଲୀ ଟୋଲଗେଟ ନିକଟରେ। ଯେଉଁଠାରେ ଦୁଇଗୁଣା ଟୋଲ ଫି’ ମାଗିବାରୁ ଟୋଲଗେଟ କର୍ମଚାରୀ ଓ ଗାଡ଼ିରେ ବସିଥିବା ଲୋକ ହାତାହାତି ହୋଇଛନ୍ତି l ଗତକାଲି ବିଳମ୍ବିତ ରାତ୍ରରେ ବାଲୁଗାଁରୁ ବ୍ରହ୍ମପୁରକୁ ୬ଟି ଗାଡ଼ିରେ ବରଯାତ୍ରୀ ଯାଉଥିଲା l ଗାଡ଼ିରେ ଫାସଟ୍ୟାଗ ନଥିବାରୁ ଟୋଲ କର୍ମଚାରୀ […]

khalikote

khalikote

Ranjit Kumar Jena
  • Published: Monday, 22 February 2021
  • Updated: 22 February 2021, 04:22 PM IST

Sports

Latest News

ଖଲିକୋଟ୍ (ସିଲୁ ବିଶ୍ୱାଳ): ଗାଡ଼ିରେ ଫାସଟ୍ୟାଗ ବ୍ୟବସ୍ଥା ନଥିବାରୁ ଗାଡ଼ିକୁ ଦୁଇ ଗୁଣ ଟୋଲ ଫି’ ମାଗିବାରୁ ଟୋଲଗେଟୋ ନିକଟରେ ଗଣ୍ଡଗୋଳ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଖଲ୍ଲିକୋଟ ଗୁରାପଲ୍ଲୀ ଟୋଲଗେଟ ନିକଟରେ। ଯେଉଁଠାରେ ଦୁଇଗୁଣା ଟୋଲ ଫି’ ମାଗିବାରୁ ଟୋଲଗେଟ କର୍ମଚାରୀ ଓ ଗାଡ଼ିରେ ବସିଥିବା ଲୋକ ହାତାହାତି ହୋଇଛନ୍ତି l

ଗତକାଲି ବିଳମ୍ବିତ ରାତ୍ରରେ ବାଲୁଗାଁରୁ ବ୍ରହ୍ମପୁରକୁ ୬ଟି ଗାଡ଼ିରେ ବରଯାତ୍ରୀ ଯାଉଥିଲା l ଗାଡ଼ିରେ ଫାସଟ୍ୟାଗ ନଥିବାରୁ ଟୋଲ କର୍ମଚାରୀ ଦୁଇ ଗୁଣ ଟୋଲ୍ ଫି’ ମାଗିଥିଲେ। ଏହା ପରେ ବସରେ ବସିଥିବା ଲୋକ ହଠାତ ଆସି କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିବା ସହ ମାରପିଟ ମଧ୍ୟ କରିଥିଲେ l

ନିଜକୁ ନେଭି ସର୍ଭିସ କରୁଛି କହି ସମସ୍ତ ଗାଡ଼ିକୁ ପାସ କରିବାକୁ କହିଥିଲେ l ଟୋଲ କର୍ମଚାରୀ ମନା କରିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଏପରିକି ପରବର୍ତ୍ତୀ ସମୟରେ ଏହା ମାରପିଟ୍‌ରେ ପରିଣତ ହୋଇଥିଲା।

ଏହି ଗଣ୍ଡଗୋଳରେ ଟୋଲଗେଟର ୩ଜଣ କର୍ମଚାରୀ ଆହତ ହୋଇଛନ୍ତି l ପରେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା l ଏନେଇ ଉଭୟ ପକ୍ଷରୁ ଖଲ୍ଲିକୋଟ ଥାନାରେ ଏତଲା ଦିଆଯାଇଛି l

ସୂଚନାଯୋଗ୍ୟ, ଗତ ୧୫ ତାରିଖ ମଧ୍ୟରାତ୍ରୀରୁ ସମସ୍ତ ଟୋଲଗେଟ୍‌ରେ ଲାଗୁ ହୋଇଛି ଫାସଟ୍ୟାଗର ନୂଆ ନିୟମ। କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତ ବର୍ଷ ଆରମ୍ଭରୁ ଚାରି ଚକିଆ ସମେତ ଭାରିଯାନ ଗୁଡ଼ିକ ପାଇଁ ଫାସ୍‌ଟ୍ୟାଗ୍ ନିୟମ ଲାଗୁ କରିବାକୁ ଯୋଜନା କରିଥିଲେ କେନ୍ଦ୍ର ସରକାର। ପରବର୍ତ୍ତୀ ସମୟରେ ଏହାର ଅବଧି ବଢ଼ାଇଦେଇଥିଲେ। ଏହାପୂର୍ବରୁ ପଞ୍ଜିକରଣ ସମୟ ସୀମାକୁ ଏକାଧିକ ଥର ବୃଦ୍ଧି କରାଯାଇଥିଲା।

ଗାଡ଼ିରେ ଫାସଟ୍ୟାଗ୍ ଲଗାଇଥିଲେ ଏବଂ ସକ୍ରିୟ ଥିଲେ ଅଧିକ ଟଙ୍କା ଗଣିବାକୁ ପଡ଼ିବନି କି ଟୋଲ୍ ଗେଟ୍ ଗୁଡ଼ିକରେ ଲମ୍ବାଲାଇନ୍‌ରେ ରହିବାକୁ ପଡ଼ିବନି।ଓଡ଼ିଶାରେ ମଧ୍ୟ ଟୋଲଗେଟ୍‌ରେ ଫାସଟ୍ୟାଗ୍ ବ୍ୟବସ୍ଥା ଲାଗୁ କରାଯାଇଛି। ପିପିଲି ଟୋଲ ପ୍ଲାଜାରେ ୮ଟି ଲାଇନ ନିର୍ମାଣ କରାଯାଇଛି। ୪ଟି ପୁରୀକୁ ପ୍ରବେଶ ପାଇଁ ଅନ୍ୟ ୪ଟି ଫେରୁଥିବା ଚାଳକଙ୍କ ପାଇଁ ହୋଇଛି଼। ଫାସଟ୍ୟାଗ୍ ନିୟମରେ M ଶେଣ୍ରୀରେ ଯାତ୍ରୀବାହୀ ଗାଡ଼ି ଏବଂ N ଶ୍ରେଣୀରେ ମାଲ ପରିବହନ ଗାଡ଼ିକୁ ବିଭକ୍ତ କରାଯାଇଛି।

ଚଳିତ ବର୍ଷ ଆରମ୍ଭରୁ ଚାରି ଚକିଆ ସମେତ ଭାରିଯାନ ଗୁଡ଼ିକ ପାଇଁ ଫାସ୍‌ଟ୍ୟାଗ୍ ନିୟମ ଲାଗୁ କରିବାକୁ ଯୋଜନା କରିଥିଲେ କେନ୍ଦ୍ର ସରକାର। ପରବର୍ତ୍ତୀ ସମୟରେ ଏହାର ଅବଧି ବଢ଼ାଇଦେଇଥିଲେ। ଏହାପୂର୍ବରୁ ପଞ୍ଜିକରଣ ସମୟ ସୀମାକୁ ଏକାଧିକ ଥର ବୃଦ୍ଧି କରାଯାଇଥିଲା।
https://youtu.be/0-jXSOWle6c

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos