ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନମଣ୍ଡଳୀର ବିଜେପି ନେତା ରାମକୁମାର ସୋରେନ୍ ଗତକାଲି ତାଙ୍କର ହଜାରେରୁ ଅଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସାରସକଣାରୁ ଆସିଥିବା ବିଜେପି ନେତା ଓ କର୍ମୀମାନଙ୍କୁ ଦଳରେ ସ୍ୱାଗତ କରିଥିଲେ। ଶ୍ରୀ ସୋରେନଙ୍କୁ ସାରସକଣାରୁ ବିଜେଡି ଟିକେଟ୍ ମିଳିବାର ସମ୍ଭାବନା ରହିଛି ।
ଶ୍ରୀ ସୋରେନଙ୍କ ସହ ସାରସକଣା ବିଜେପିର ସଂଖ୍ୟାଲଘୁ ନେତା ସାହେବ ଅଲ୍ଲୀ ଖାଁ, ପଙ୍କଜ କୁମାର ପାତ୍ର, ଜୟନ୍ତୀ ପାତ୍ର, ନାରାୟଣ ହେମ୍ବ୍ରମ୍, ଶେଖର ମହାବୀ, ପୱନ ବିବି ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବବେଳେ ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସାରସକଣା ବିଧାୟକ ଭାଦବ ହାଁସଦା ଓ ଅନ୍ୟାନ୍ୟ ନେତାମାନେ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ନୂଆବର୍ଷ ପାଳିବେ ନାହିଁ ନବୀନ
ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ନବୀନ ଚଳିତଥର ନଆବର୍ଷ ପାଳନ କରିବେ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ ଓ ଅଦିନିଆ ବର୍ଷରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା ଜଣାଇ ନବୀନ ଆସନ୍ତାକାଲି ନୂଆବର୍ଷ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ।
Politics
ଆଦିବାସୀଙ୍କ ସମ୍ପତ୍ତି ହସ୍ତାନ୍ତର ନିଷ୍ପତ୍ତି ପ୍ରସ୍ତାବ ନାମଞ୍ଜୁର, ତର୍ଜମା ହେବ ପେସା ଚିଠା ରୁଲ୍
ଆଜିର ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ୧୯୫୬ ଜମିଜମା ହସ୍ତାନ୍ତର ଆଇନର ନିୟମାବଳୀ-୨ର ସଂଶୋଧନ ପ୍ରସ୍ତାବକୁ ନାମଞ୍ଜୁର କରାଯାଇଛି । ବିଜେଡି ସରକାର ଅମଳରେ ୨୦୨୩ ଜୁଲାଇ ୧୧ତାରିଖରେ ଅନୁଷ୍ଠିତ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଏହି ପ୍ରସ୍ତାବ ଆସିଥିଲା ।
Politics
ଶ୍ରଦ୍ଧାର ସହିତ ମସାଜ୍ ନେଉଥିଲେ, ଦଳକୁ ବୁଡ଼ାଇଦେଲେ ଏବେ ବ୍ୟକ୍ତିଙ୍କୁ ବୁଡ଼ାଇବେ: ସୂର୍ଯ୍ୟବଂଶୀ
ସୂର୍ଯ୍ୟବଂଶୀ କହିଛନ୍ତି ଯେ, କଳିଙ୍ଗ ଷ୍ଟାଡ଼ିୟମକୁ ସାଧାରଣ ଲୋକ ତ ଦୂରର କଥା ମନ୍ତ୍ରୀମାନଙ୍କୁ ବି ଛଡ଼ାଯାଉନଥିଲା । ଗୋଟିଏ ଲୋକ ସକାଳୁ ସକାଳୁ ଯାଇ ବଗ ଭଳିଆ ଟଙ୍ଗଟଙ୍ଗ ହୋଇ ବୁଲି ଭିଡ଼ିଓ ଛାଡ଼ୁଥିଲେ । ଶ୍ରଦ୍ଧାର ସହିତ ମସାଜ୍ ନେଉଥିଲେ ।
Events & Festivals
ପ୍ରବାସୀ ଭାରତୀୟ ଦିବସ ସମାରୋହ: ମୁଖ୍ୟ ଅତିଥି ହେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି, ଓଡ଼ିଶା ଆସିବେ ୭ହଜାର ଅତିଥି
ପ୍ରବାସୀ ଭାରତୀୟ ଦିବସ ସମାରୋହ ଆୟୋଜନବେଳେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପଥ ଉତ୍ସବ,ଏକାମ୍ର ଉତ୍ସବ, ଆଦିବାସୀ ମେଳା ପ୍ରଭୁତି ଦ୍ୱାରା ରାଜଧାନୀକୁ ଉତ୍ସବ ମୁଖର କରାଯିବ ।
Miscellaneous
କ୍ଷେତ ବୁଲିଲେ, ଚାଷୀଙ୍କ ଦୁଃଖ ଶୁଣିଲେ ବୈଜୟନ୍ତ
ଜଜାଙ୍ଗ ପରେ ଡେରାବିଶର ବାରିମୂଳକୁ ଯାଇଥିଲେ ସାଂସଦ। ସେଠାରେ ଉଜୁଡା କ୍ଷେତ ବୁଲି ଦେଖିଥିଲେ। କ୍ଷତି ଗ୍ରସ୍ତ ଚାଷୀଙ୍କୁ ପଚାରି ବୁଝିଥିଲେ। କ୍ଷେତ ପରିଦର୍ଶନ କରିବା ପରେ ସାଂସଦ ଶ୍ରୀ ପଣ୍ଡା ଜିଲ୍ଲାପାଳଙ୍କ ସହିତ କ୍ଷୟକ୍ଷତି ନେଇ ବିସ୍ତୃତ ଆଲୋଚନା କରିଥିଲେ।