ସିନିଅରଙ୍କୁ ‘ଭାଇ’ ଡାକିବାରୁ ବିଭାଗରେ ହଲଚଲ୍‌, ଚିଠିରେ ଆସିଲା ତାଗିଦ୍‌ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆମ ଭାରତୀୟ ସଂସ୍କୃତିରେ ଅଗ୍ରଜ ମାନଙ୍କୁ ଭାଇ, ଭଉଣୀ କିମ୍ବା ଗୁରୁ କହି ସମ୍ବୋଧନ କରାଯାଏ। ଏହି ସବୁ ଶବ୍ଦରେ ଅଧିକ ଆତ୍ମୀୟତା ଭରି ରହିଥିବା ବେଳେ ବଡ଼ମାନଙ୍କ ପ୍ରତି ସମ୍ମାନ ବୋଲି ବିବେଚିତ ହୁଏ। ତେବେ ‘ସାର୍‌’ ସଂସ୍କୃତିଟି ବ୍ରିଟିଶ୍‌ମାନଙ୍କ ପାଖରୁ ଆସିଛି। ହେଲେ ଏବେ ଏହି ‘ଭାଇ’ ଶବ୍ଦକୁ ନେଇ ଏକ ରୋଚକ ଖବର ଆସିଛି। ସିନିଅରମାନଙ୍କୁ ‘ଭାଇ’ ଡାକିବାରୁ ବରିଷ୍ଠମାନଙ୍କ ପ୍ରତି ଏହା ଅସମ୍ମାନ ହେଉଥିବା ଅଭିଯୋଗ ଆସିଛି। ମତ୍ସ୍ୟ ଓ […]

5789

5789

Tapas Behera
  • Published: Sunday, 17 November 2019
  • Updated: 17 November 2019, 10:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆମ ଭାରତୀୟ ସଂସ୍କୃତିରେ ଅଗ୍ରଜ ମାନଙ୍କୁ ଭାଇ, ଭଉଣୀ କିମ୍ବା ଗୁରୁ କହି ସମ୍ବୋଧନ କରାଯାଏ। ଏହି ସବୁ ଶବ୍ଦରେ ଅଧିକ ଆତ୍ମୀୟତା ଭରି ରହିଥିବା ବେଳେ ବଡ଼ମାନଙ୍କ ପ୍ରତି ସମ୍ମାନ ବୋଲି ବିବେଚିତ ହୁଏ। ତେବେ ‘ସାର୍‌’ ସଂସ୍କୃତିଟି ବ୍ରିଟିଶ୍‌ମାନଙ୍କ ପାଖରୁ ଆସିଛି। ହେଲେ ଏବେ ଏହି ‘ଭାଇ’ ଶବ୍ଦକୁ ନେଇ ଏକ ରୋଚକ ଖବର ଆସିଛି। ସିନିଅରମାନଙ୍କୁ ‘ଭାଇ’ ଡାକିବାରୁ ବରିଷ୍ଠମାନଙ୍କ ପ୍ରତି ଏହା ଅସମ୍ମାନ ହେଉଥିବା ଅଭିଯୋଗ ଆସିଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗରେ ଏମିତି ଏକ ଅଭିଯୋଗ ଆସି ଝଡ଼ ସୃଷ୍ଟି ହୋଇଛି। ଏମିତିକି ସିନିଅରମାନଙ୍କୁ ଉଚିତ୍ ସମ୍ମାନ ଜଣାଇବା ତଥା ସରକାରୀ ଡେକୋରମ୍‌ ମେଣ୍ଟେନ୍‌ କରିବା ପାଇଁ ତାଗିଦ୍‌ କରାଯାଇଛି। ଚିଠିଟି ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ହୋଇଛି। ଚିଠିଟି

୧୬.୧୧.୨୦୧୯ରେ ଇସ୍ୟୁ ହୋଇଛି। ଚିଠିରେ ଉଲ୍ଲେଖ ଅଛି ଯେ, ଟେକ୍‌ନିକାଲ ଅଫିସରମାନେ ସିନିଅରମାନଙ୍କୁ ‘ଭାଇ’ ଡାକୁଛନ୍ତି।  ଅଫିସିଆଲ ଭିତରେ ଯଦି ପରସ୍ପର ମଧ୍ୟରେ ଯାହା ବି ବ୍ୟକ୍ତିଗତ ସମ୍ପର୍କ ଅଛି ଅଫିସ ସମୟରେ ଏବଂ ଅଫିସ ପରିସରରେ ଗ୍ରହଣୀୟ ନୁହେଁ। ଏହା ଓଡ଼ିଶା ସରକାରଙ୍କ ସର୍ଭ୍ୟାଣ୍ଟ କଣ୍ଡକ୍ଟ ରୁଲସ୍‌ ୧୯୬୯ର ଉଲ୍ଲଂଘନ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏଥିସହ ଅଫିସ କାର୍ଯ୍ୟକାଳ ସମୟରେ ଅଫିସିଆଲ ଡେକୋରମ୍‌ ମେଣ୍ଟେନ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଚିଠିଟି  ବିଭାଗଗୀୟ ଅଧିକାରୀମାନଙ୍କୁ ହୋଇଛି। ତେବେ ଏହି ଚିଠିଟି ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି। ଯାହାକୁ ନେଇ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos