ଟ୍ରକ୍‌ ପଛରେ ପିଟି ହେଲା ଟୁରିଷ୍ଟ୍ ବସ୍‌

ଯାଜପୁର (ଗୁଲାମ୍ ଗସ୍‌): ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଟୁରିଷ୍ଟ୍ ବସ୍‌। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଏ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ଜାରକା ନିକଟ ବ୍ରାହ୍ମଣୀ ପୋଲରେ। ଆହତମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସ୍‌ଟି କୋଲକାତାର ଦମ୍‌ଦମ୍‌ରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ଆହତ ମାନଙ୍କୁ ଉଦ୍ଧାର […]

bus1

Jitendra Garnayak
  • Published: Tuesday, 08 January 2019
  • , Updated: 08 January 2019, 10:14 AM IST

ଯାଜପୁର (ଗୁଲାମ୍ ଗସ୍‌): ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଟୁରିଷ୍ଟ୍ ବସ୍‌। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଏ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ଜାରକା ନିକଟ ବ୍ରାହ୍ମଣୀ ପୋଲରେ। ଆହତମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ବସ୍‌ଟି କୋଲକାତାର ଦମ୍‌ଦମ୍‌ରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା।

Related story