ଦୋକାନ ଉପରେ ମାଡ଼ିଗଲା ଟୁରିଷ୍ଟ୍‌ ବସ୍

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ନିକଟରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଦୁଇଟି ଦୋକାନ ଉପରେ ମାଡ଼ି ଯାଇଛି। ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତକାଲି କାଲି ବିଳମ୍ବିତ ରାତିରେ ‘ଚକାଡ଼ୋଳା’ ନାମକ ଏହି ଘରୋଇ ବସ୍‌ଟି ବଲାଙ୍ଗିରରୁ ପୁରୀ ଯାଉଥିବା ବେଳେ […]

busaccident

Jitendra Garnayak
  • Published: Tuesday, 15 January 2019
  • , Updated: 15 January 2019, 07:59 AM IST

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ନିକଟରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।

ବସ୍‌ଟି ଭାରସାମ୍ୟ ହରାଇ ଦୁଇଟି ଦୋକାନ ଉପରେ ମାଡ଼ି ଯାଇଛି। ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗତକାଲି କାଲି ବିଳମ୍ବିତ ରାତିରେ ‘ଚକାଡ଼ୋଳା’ ନାମକ ଏହି ଘରୋଇ ବସ୍‌ଟି ବଲାଙ୍ଗିରରୁ ପୁରୀ ଯାଉଥିବା ବେଳେ ଟାକରା ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ବସ୍‌ରେ ୬୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ସମସ୍ତେ ବଲାଙ୍ଗିରର ବୋଲି ଜଣାପଡ଼ିଛି।

ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଏ ନେଇ ପୁଲିସ୍ ତଦନ୍ତ କରୁଛି। ଘଟଣାସ୍ଥଳକୁ ଅନୁଧ୍ୟାନ କଲେ ଜଣାପଡୁଛି, ବସ୍‌ଟି ଦ୍ରୁତ ଗତିରେ ଆସୁଥାଇପାରେ ଓ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଉପରେ ମାଡ଼ିଯାଇଥିଲା।

Related story