ଧୀରେ ଫେରୁଛି ସାତପଡ଼ାର ସୌନ୍ଦର୍ଯ୍ୟ, ଦୂର ଦୂରାନ୍ତରୁ ଆସୁଛନ୍ତି ପର୍ଯ୍ୟଟକ

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ସାତପଡ଼ାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉଜାଡ଼ି ଦେଇଥିଲା ବାତ୍ୟା ‘ଫୋନି’। ଧୀରେ ଧୀରେ ଅଣ୍ଟାସଳଖି ଛିଡ଼ା ହେଉଛି ଏହି ପର୍ଯ୍ୟଟନ ସ୍ଥଳ। ପୂର୍ବ ପରି ପୁଣି ଚିଲିକାର ନୀଳ ଜଳରାଶିରେ ଖେଳୁଛନ୍ତି ଇରାୱାଡ଼ି ଡଲଫିନ୍‌। ଆଉ ସାତପଡ଼ାରୁ ଚିଲିକାର ଏହି ଅପରୂପ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଆସୁଥିବା ଦେଖିବାକୁ ମିଳିଛି। ବାତ୍ୟା ‘ଫୋନି’ ପୁରୀରେ ଲ୍ୟାଣ୍ଡଫଲ୍‌ କରିଥିଲା। ଏହାର ପ୍ରଭାବରେ ନୀଳାମ୍ୱୁ ଚିଲିକା ଉଗ୍ରରୂପ ଧାରଣ କରିଥିଲା। ଉଜାଡ଼ି ଦେଇଥିଲା ସାତପଡ଼ାର ପ୍ରାକୃତିକ […]

chilika

Manoranjan Sial
  • Published: Tuesday, 18 June 2019
  • , Updated: 18 June 2019, 05:10 PM IST

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ସାତପଡ଼ାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉଜାଡ଼ି ଦେଇଥିଲା ବାତ୍ୟା ‘ଫୋନି’। ଧୀରେ ଧୀରେ ଅଣ୍ଟାସଳଖି ଛିଡ଼ା ହେଉଛି ଏହି ପର୍ଯ୍ୟଟନ ସ୍ଥଳ। ପୂର୍ବ ପରି ପୁଣି ଚିଲିକାର ନୀଳ ଜଳରାଶିରେ ଖେଳୁଛନ୍ତି ଇରାୱାଡ଼ି ଡଲଫିନ୍‌। ଆଉ ସାତପଡ଼ାରୁ ଚିଲିକାର ଏହି ଅପରୂପ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଆସୁଥିବା ଦେଖିବାକୁ ମିଳିଛି।

ବାତ୍ୟା ‘ଫୋନି’ ପୁରୀରେ ଲ୍ୟାଣ୍ଡଫଲ୍‌ କରିଥିଲା। ଏହାର ପ୍ରଭାବରେ ନୀଳାମ୍ୱୁ ଚିଲିକା ଉଗ୍ରରୂପ ଧାରଣ କରିଥିଲା। ଉଜାଡ଼ି ଦେଇଥିଲା ସାତପଡ଼ାର ପ୍ରାକୃତିକ ସୌନ୍ଦର୍ଯ୍ୟ। ପର୍ଯ୍ୟଟକଙ୍କୁ ଚିଲିକାର ଡଲଫିନ୍‌, ସି-ମାଉଥ୍ ଓ ରାଜହଂସ ଆଦି ଅଞ୍ଚଳ ବୁଲାଉଥିବା ଯନ୍ତ୍ର ଚାଳିତ ଡ଼ଙ୍ଗା ଗୁଡ଼ିକ ବାତ୍ୟାରେ ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା। ହେଲେ ବାତ୍ୟା ଭାଙ୍ଗି ପାରିନି ଡଙ୍ଗା ଚାଳକମାନଙ୍କର ସାହସ ଓ ମନୋବଳ। ଏବେ ଚିଲିକାର ସୌନ୍ଦର୍ଯ୍ୟକୁ ଫେରାଇ ଆଣିବା ପାଇଁ ସେମାନେ ଲାଗି ପଡ଼ିଛନ୍ତି। ଆଉ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କୁ ଡଙ୍ଗାରେ ଚିଲିକାର ଅପରୂପ ଦୃଶ୍ୟ ଦେଖାଉଛନ୍ତି।

ଜଣେ ପର୍ଯ୍ୟଟକ ପ୍ରକାଶ ଚନ୍ଦ୍ର ନାୟକ କହିଛନ୍ତି, “ବାତ୍ୟା ପୂର୍ବରୁ ସାତପଡ଼ା ବୁଲିବା ପାଇଁ ଆସିବାକୁ ଯୋଜନା କରିଥିଲୁ। କିନ୍ତୁ ଆସିନଥିଲୁ। ଏବେ ଆସିବା ପରେ ଜାଣିବାକୁ ପାଇଲୁ ବାତ୍ୟା କେମିତି ଏଠାରେ ତାଣ୍ଡବଲୀଳା ରଚିଥିଲା। ସବୁ କିଛି ଭାଙ୍ଗି ଯାଇଛି। ଏବେ ଧୀରେ ଧୀରେ ସ୍ଥିତି ସୁଧୁରୁଛି। ଆମ ପରି ଅନେକ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି”

ସ୍ଥାନୀୟ ଦୋକାନୀ ଆଦର୍ଶ ଜାଲି କହିଛନ୍ତି, “ବାତ୍ୟାରେ ବହୁତ କ୍ଷୟକ୍ଷତି ହୋଇଛି। ପର୍ଯ୍ୟଟକ ଆସୁଥିବାରୁ ଆମେ ଦୋକାନ ଖୋଲୁଛୁ। ଛପର ଉଡ଼ାଇ ନେଇଥିବାରୁ ଖୋଲା ଆକାଶ ତଳେ ଦୋକାନ ଖୋଲୁଛୁ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିନାହିଁ।”

ବାତ୍ୟା ପ୍ରଭାବରେ ଅନେକ ଡଙ୍ଗା ଭାଙ୍ଗି ଯାଇଛି। ଯେଉଁ ଚାରି ପାଞ୍ଚଟି ଡଙ୍ଗା ଭଲ ଅବସ୍ଥାରେ ରହିଛି, ତା'ରି ସାହାଯ୍ୟରେ ପର୍ଯ୍ୟଟକମାନେ ଚିଲିକା ବୁଲିବାର ସୁଯୋଗ ପାଉଛନ୍ତି। ବାତ୍ୟା ଦ୍ୱାରା ଚିଲିକାର ସି-ମାଉଥ୍ , ରାଜହଂସ ଭଳି ସୁନ୍ଦର ସ୍ଥାନ କ୍ଷତିଗ୍ରସ୍ତ ହେବାରୁ ପର୍ଯ୍ୟଟକମାନଙ୍କୁ କେବଳ ଚିଲିକାରେ ଡଲଫିନ୍‌ ଦେଖାଇବାର ସୁଯୋଗ ଦିଆଯାଉଛି ବୋଲି ବୋଟ ଆସୋସେସନ୍ ମେମ୍ବର ଅବିନାଶ କହିଛନ୍ତି l

Related story