ସ୍ପେଶାଲ ସ୍କ୍ୱାଡକୁ ବଡ଼ ସଫଳତା, ଧରା ପଡ଼ିଲା ଟାୱାର କଟିଙ୍ଗ ଗ୍ୟାଙ୍ଗ

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ପୁଲିସର ସ୍ପେଶାଲ ସ୍କ୍ୱାଡକୁ ମିଳିଛି ବଡ଼ ସଫଳତା। ଟାୱାର କଟିଙ୍ଗ ଗ୍ୟାଙ୍ଗର ୧୨ ଜଣଙ୍କୁ ଧରିବାରେ ସଫଳ ହୋଇଛି ସ୍ପେଶାଲ ସ୍କ୍ୱାଡ। ଏହାସହ ସେମାନଙ୍କଠାରୁ ଚୋରି ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାଡ ଇନଚାର୍ଜଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। କିଛିଦିନ ତଳେ ଅନୁଗୋଳ ଥାନା କାଙ୍ଗୁଲା ବାଲିସାହି ଜଙ୍ଗଲରେ ଥିବା ମୋନେଟ ପାୱାର ପ୍ଲାଣ୍ଟର ଟାୱାରକୁ କିଛି ଦୁର୍ବୁତ୍ତ କାଟୁଥିବା ଖବର ପାଇଥିଲା […]

tower

tower

Ranjit Kumar Jena
  • Published: Sunday, 20 December 2020
  • Updated: 20 December 2020, 06:49 PM IST

Sports

Latest News

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ପୁଲିସର ସ୍ପେଶାଲ ସ୍କ୍ୱାଡକୁ ମିଳିଛି ବଡ଼ ସଫଳତା। ଟାୱାର କଟିଙ୍ଗ ଗ୍ୟାଙ୍ଗର ୧୨ ଜଣଙ୍କୁ ଧରିବାରେ ସଫଳ ହୋଇଛି ସ୍ପେଶାଲ ସ୍କ୍ୱାଡ। ଏହାସହ ସେମାନଙ୍କଠାରୁ ଚୋରି ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାଡ ଇନଚାର୍ଜଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା।

କିଛିଦିନ ତଳେ ଅନୁଗୋଳ ଥାନା କାଙ୍ଗୁଲା ବାଲିସାହି ଜଙ୍ଗଲରେ ଥିବା ମୋନେଟ ପାୱାର ପ୍ଲାଣ୍ଟର ଟାୱାରକୁ କିଛି ଦୁର୍ବୁତ୍ତ କାଟୁଥିବା ଖବର ପାଇଥିଲା ସ୍ପେଶାଲ ସ୍କ୍ୱାଡ୍। ଫୁଲପଡା ସ୍ଥିତ ପାୱାର ଗ୍ରୀଡ଼ରୁ ମୋନେଟ ପାୱାର ପ୍ଲାଣ୍ଟକୁ ବିଜୁଳି ପରିବହନ ନିମନ୍ତେ କମ୍ପାନୀ ପକ୍ଷରୁ ଟାୱାର ନିର୍ମାଣ ହୋଇଥିଲେ ମଧ୍ୟ ତାର ସଂଯୋଗ ହୋଇନଥିଲା। ତେଣୁ ଏହାର ସୁଯୋଗ ନେଇ ଟାୱାର କଟିଙ୍ଗ ଗ୍ରୁପର ସଦସ୍ୟ ଟାୱାର କାଟି ସେସବକୁ କୋଲକତାକୁ ଚାଲାଣ ଉଦ୍ଦେଶ୍ୟରେ କଟୁଥିବାବେଳେ ସେମାନଙ୍କୁ କାବୁ କରାଯାଇଥିଲା।

ସେମାନଙ୍କ ଠାରୁ ଏକ ଟ୍ରାକ୍ଟର, ଟାୱାର କଟିଙ୍ଗ ପାଇଁ ବ୍ୟବହୃତ ଅକ୍ସିଜେନ ସିଲିଣ୍ଡର ୮ଟି , LPG ସିଲିଣ୍ଡର ୬ଟି ଏବଂ ୩ଟି ଗ୍ୟାସ କଟର ଜବତ କରାଯାଇଛି। ଟାୱାର କଟିଙ୍ଗ ଗ୍ରୁପର ୧୨ ଜଣଙ୍କୁ ପୁଲିସ ଅଟକ ରଖି ଅଧିକ ଜେରା କରୁଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସଂପୃକ୍ତ ଗ୍ୟାଙ୍ଗର ଅନ୍ୟମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos