ସ୍କୁଲ୍‌ ଅଟୋକୁ ପିଟିଦେଲା ଟ୍ରାକ୍ଟର

ମୋହନା (ମିହିର ଜତି): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ରଣାଲଇ ନିକଟସ୍ଥ ରାମଚନ୍ଦ୍ରପୁର ବୁଲାଣି ରାସ୍ତାରେ ସ୍କୁଲ୍‌ ପିଲାଙ୍କୁ ନେଇ ଯାଉଥିବା ଏକ ଅଟୋକୁ ଏକ ଟ୍ରାକ୍ଟର ପିଟି ଦେବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୯  ଜଣ ଆହତ ହୋଇଛନ୍ତି। ମୃତ ଛାତ୍ରଙ୍କ ନାଁ ଲୁବୁନ କରାଡ଼ । ତାଙ୍କ ଘର ରଣାଲଇ ଗାଁରେ। ଆଜି ସକାଳେ ରଣାଲଇ ଗାଁରୁ ଏକ ଅଟୋ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ତଲଡ଼ା ସ୍ଥିତ ଏକ […]

accident

accident

Jyoshna Pradhan
  • Published: Saturday, 14 December 2019
  • Updated: 14 December 2019, 01:51 PM IST

ମୋହନା (ମିହିର ଜତି): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ରଣାଲଇ ନିକଟସ୍ଥ ରାମଚନ୍ଦ୍ରପୁର ବୁଲାଣି ରାସ୍ତାରେ ସ୍କୁଲ୍‌ ପିଲାଙ୍କୁ ନେଇ ଯାଉଥିବା ଏକ ଅଟୋକୁ ଏକ ଟ୍ରାକ୍ଟର ପିଟି ଦେବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୯  ଜଣ ଆହତ ହୋଇଛନ୍ତି। ମୃତ ଛାତ୍ରଙ୍କ ନାଁ ଲୁବୁନ କରାଡ଼ । ତାଙ୍କ ଘର ରଣାଲଇ ଗାଁରେ।

ଆଜି ସକାଳେ ରଣାଲଇ ଗାଁରୁ ଏକ ଅଟୋ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ତଲଡ଼ା ସ୍ଥିତ ଏକ ଘରୋଇ ସ୍କୁଲକୁ ଆସୁଥିଲା। ଏହି ସମୟରେ ରାମଚନ୍ଦ୍ରପୁର ନିକଟ ବୁଲାଣିଆ ରାସ୍ତାରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରାକ୍ଟର ଅଟୋକୁ ଧକ୍କା ଦେଇଥିଲା। ଏଥିରେ ଜଣେ ଛାତ୍ରଙ୍କ ମୃତ ଘଟିଥିବା ବେଳେ ଆହତ ହୋଇଥିବା ଛାତ୍ରମାନଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos