ଟ୍ରକ୍‌ ମାଲିକଙ୍କ ମାଡ଼ରେ ଟ୍ରାଫିକ୍ କନଷ୍ଟେବଳ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଅନ୍ଧପସରା ରୋଡ ଛକରେ ଗତକାଲି ଜଣେ ଟ୍ରାଫିକ୍ କନଷ୍ଟେବଳଙ୍କୁ ଟ୍ରକ ମାଲିକ ସନ୍ତୋଷ କୁମାର ଗୌଡ଼ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସନ୍ତୋଷଙ୍କୁ ଡ୍ୟୁଟିରେ ଥିବା ଟ୍ରାଫିକ୍ କନେଷ୍ଟବଳ ବିପିନ ବିହାରି ଟଙ୍କା ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହାପରେ ସନ୍ତୋଷ ଓ ତାଙ୍କ ସହଯୋଗୀ ଗଣେଶ୍ୱର ସାହୁ ବିପିନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବିପିନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। […]

berhampur

Rakesh Mallick
  • Published: Thursday, 13 October 2016
  • , Updated: 13 October 2016, 02:54 PM IST

ବ୍ରହ୍ମପୁର: ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଅନ୍ଧପସରା ରୋଡ ଛକରେ ଗତକାଲି ଜଣେ ଟ୍ରାଫିକ୍ କନଷ୍ଟେବଳଙ୍କୁ ଟ୍ରକ ମାଲିକ ସନ୍ତୋଷ କୁମାର ଗୌଡ଼ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସନ୍ତୋଷଙ୍କୁ ଡ୍ୟୁଟିରେ ଥିବା ଟ୍ରାଫିକ୍ କନେଷ୍ଟବଳ ବିପିନ ବିହାରି ଟଙ୍କା ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହାପରେ ସନ୍ତୋଷ ଓ ତାଙ୍କ ସହଯୋଗୀ ଗଣେଶ୍ୱର ସାହୁ ବିପିନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ବିପିନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ବିପିନ ଲାଞ୍ଚ ମାଗିବାରୁ ତାଙ୍କୁ ମାଡ ମାରିଥିବା ସନ୍ତୋଷ କହିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Related story