ସାବଧାନ ! ପହିଲାରୁ ପୁଣି ଗଣିବେ ମୋଟା ଅଙ୍କର ଜୋରିମାନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ନୂଆ ମୋଟର ଯାନ ଆଇନ । ଏଥିପାଇଁ ସରି ସରି ଆସୁଛି ସରକାର ଦେଇଥିବା ୩ ମାସର ମହଲତ। ହେଲେ ଏପଟେ ରାଜ୍ୟର ସବୁ ଆଞ୍ଚଳିକ ପରିବନହନ କାର୍ଯ୍ୟାଳୟ ଆଗରେ ଏଯାଏଁ ଲୋକଙ୍କ ଭିଡ଼ କମୁନଥିବାରୁ ସବୁ ଲୋକ ଯେ ଗାଡ଼ି କାଗଜପତ୍ର ଠିକ୍ କରି ନାହାନ୍ତି ତାହା ସ୍ପଷ୍ଟ ବୁଝା ପଡୁଛି। ଏପରି ସ୍ଥଳେ ହାତରେ ଆଉ ମାତ୍ର ୧୦ ଦିନ ବାକି ଥିବାରୁ ପୁଣି […]

v-908

v-908

Tapas Behera
  • Published: Wednesday, 20 November 2019
  • Updated: 20 November 2019, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ନୂଆ ମୋଟର ଯାନ ଆଇନ । ଏଥିପାଇଁ ସରି ସରି ଆସୁଛି ସରକାର ଦେଇଥିବା ୩ ମାସର ମହଲତ। ହେଲେ ଏପଟେ ରାଜ୍ୟର ସବୁ ଆଞ୍ଚଳିକ ପରିବନହନ କାର୍ଯ୍ୟାଳୟ ଆଗରେ ଏଯାଏଁ ଲୋକଙ୍କ ଭିଡ଼ କମୁନଥିବାରୁ ସବୁ ଲୋକ ଯେ ଗାଡ଼ି କାଗଜପତ୍ର ଠିକ୍ କରି ନାହାନ୍ତି ତାହା ସ୍ପଷ୍ଟ ବୁଝା ପଡୁଛି। ଏପରି ସ୍ଥଳେ ହାତରେ ଆଉ ମାତ୍ର ୧୦ ଦିନ ବାକି ଥିବାରୁ ପୁଣି ଟ୍ରାଫିକ୍ ନିୟମ ଓ ଜରିମାନାକୁ ନେଇ ଆତଙ୍କିତ ଅବସ୍ଥାରେ ଲୋକେ ଅଛନ୍ତି।

ନୂଆ ମୋଟରଯାନ ଆଇନ ପୁଣି କଡ଼ାକଡ଼ି ଲାଗୁ ପାଇଁ ଦିନ ଯେତିକି ପାଖେଇ ଆସୁଛି, ରାଜ୍ୟର ସବୁ ଆଞ୍ଚଳିକ ପରିବହନ କାଯର୍ୟାଳୟରେ ସେତିକି ବଢୁଛି ଗହଳି । ଦୈନିକ ହଜାର ହଜାର ଲୋକେ ଲାଇସେନ୍ସ ପାଇଁ ଆସୁଥିବା ବେଳେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲା ପରେ ମଧ୍ୟ କାମ ହେଉନଥିବାରୁ ନିରାଶ ହୋଇ ଫେରୁଛନ୍ତି।

ଏଠାରେ ପ୍ରଶ୍ନ ଡିସେମ୍ବର ପହିଲାରୁ ଯଦି ପୁଣି ମୋଟରଯାନ ନିୟମ କଡ଼ାକଡ଼ି ହୁଏ, ତେବେ ୩ ମାସର ସମୟସୀମା ଭିତରେ ସରକାର ସମସ୍ତ ଆବେଦନକାରୀଙ୍କୁ କାଗଜପତ୍ର ଯୋଗାଇ ଦେଇଛନ୍ତି ତ? ଯଦି ଯୋଗାଇ ଦେଇପାରିନାହାନ୍ତି ତେବେ ସମୟ ଅବଧି ବଢାଇଲେ ନାହିଁ କାହିଁକି? କାରଣ ଆରଟିଓ ଅଫିସରେ ଭିଡ଼କୁ ଦେଖିଲେ ଏବେବି ଅନେର ଆବେଦନକାରୀ କାଗଜପତ୍ର ଠିକ୍ କରିପାରିନଥିବା ଜଳଜଳ ଦିଶୁଛି।  ଭିତ୍ତିଭୂମି ଓ କର୍ମଚାରୀଙ୍କ ଅଭାବରୁ ଅନେକ ଏଯାଏଁ  ଡକ୍ୟୁମେଣ୍ଟ ପାଇବାରେ ବିଫଳ ହୋଇଛନ୍ତି। ତେବେ ବିଫଳତା ଲୁଚାଇବା ଲାଗି ଲୋକଙ୍କ ଉପରେ ଦୋଷ ଲଦିଛନ୍ତି ବିଭାଗୀୟ ମନ୍ତ୍ରୀ। ଲୋକେ ଜାଣିଶୁଣି କରୁନଥିଲେ, ଡେଡ୍‌ଲାଇନ ପାଖେଇବାରୁ ତତ୍ପର ହେଉଛନ୍ତି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।  ଅନ୍ୟପକ୍ଷରେ ସବୁ ଆରଟିଓରୁ ଦଲାଲଙ୍କ ଚାଳି ଉଚ୍ଛେଦ ସତ୍ତ୍ୱେ ଭିତିରିଆ କାରବାର ଚାଲୁଥିବା ଅଭିଯୋଗ ବି ଉଠିଛି।

ସେପ୍ଟେମ୍ବର ୧ରୁ ନୂଆ ମୋଟର ଯାନ୍ ଆଇନ ଲାଗୁ ପରେ ବିଭାଗର କଡ଼ାକଡ଼ି ଯାଞ୍ଚ ଓ ମାତ୍ରାଧିକ ଜରିମାନା ଆଦାୟ ଯୋଗୁଁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଜନ ଅସନ୍ତୋଷ ତେଜିବାରୁ ସେହିମାସ ୯ ତାରିଖରେ ଆଇନକୁ ୩ ମାସ ଲାଗି କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos