ସମଲେଶ୍ୱରୀ ଏକ୍ସପ୍ରେସ୍‌କୁ ପିଟିଲା ଇଞ୍ଜିନ୍‌, ଲାଗିଗଲା ନିଆଁ, ୨ ମୃତ

ରାୟଗଡ଼ା(ଓଡ଼ିଶା ରିପୋର୍ଟର):ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ।ରାୟଗଡ଼ା ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏହି ଦୁର୍ଘଟଣା ଘଟିଛି।ସାମ୍ନାରୁ ଆସୁଥିବା ଏକ ଇଂଜିନ ସମଲେଶ୍ୱରୀକୁ ଧକ୍କା ଦେବାରୁ  ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଲିଛି। ୩ ଜଣ ଆହତ ହୋଇଥିବା କୁହାଯାଉଛି। ଟ୍ରାକ୍ ଲାଇନ ମରାମତି କରୁଥିବା ଏକ ମେଣ୍ଟେନାନ୍ସ ଇଞ୍ଜିନ୍‌ ଏକ୍ସପ୍ରେସ୍‌କୁ ଧକ୍କା ଦେଇଥିବା ଜଣାଡ଼ିଛି। ଧକ୍କାରେ ଇଂଜିନ ସହ ୨ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାଡ଼ିଛି। ଲଗେଜ୍ ଭ୍ୟାନ୍ ଓ […]

train-accident

train-accident

Tapas Behera
  • Published: Tuesday, 25 June 2019
  • Updated: 25 June 2019, 06:45 PM IST

ରାୟଗଡ଼ା(ଓଡ଼ିଶା ରିପୋର୍ଟର):ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତରାୟଗଡ଼ା ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏହି ଦୁର୍ଘଟଣା ଘଟିଛି।ସାମ୍ନାରୁ ଆସୁଥିବା ଏକ ଇଂଜିନ ସମଲେଶ୍ୱରୀକୁ ଧକ୍କା ଦେବାରୁ  ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଲିଛି। ୩ ଜଣ ଆହତ ହୋଇଥିବା କୁହାଯାଉଛି। ଟ୍ରାକ୍ ଲାଇନ ମରାମତି କରୁଥିବା ଏକ ମେଣ୍ଟେନାନ୍ସ ଇଞ୍ଜିନ୍‌ ଏକ୍ସପ୍ରେସ୍‌କୁ ଧକ୍କା ଦେଇଥିବା ଜଣାଡ଼ିଛି।

ଧକ୍କାରେ ଇଂଜିନ ସହ ୨ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାଡ଼ିଛି। ଲଗେଜ୍ ଭ୍ୟାନ୍ ଓ ଗୋଟିଏ ଜେନେରାଲ କୋଚ୍ ଲାଇନଚ୍ୟୁତ୍ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ରେଲୱେର ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।  ଟ୍ରେନ ଦୁର୍ଘଟଣା ନେଇ ରେଲେୱେ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅପରାହ୍ନ ସାଢେ ୪ଟା ବେଳେ ଏହି  ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ନିଆଁ ଲାଗିଥିବା ଇଂଜିନ ଟ୍ରେନରୁ ଅଲଗା କରାଯାଇଛି। ବିଶାଖାପାଟଣାରୁ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଉଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos