ପିପିଲି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ବୀରପୁରୁଷୋତ୍ତମପୁର ଷ୍ଟେସନ ନିକଟରେ ରେଳ ଲାଇନ୍ କଡ଼ରେ ପଡ଼ିଥିବା ଏକ ଖୋଲା ଆଟାଚିକୁ ଜବତ କରିଛି ଆରପିଏଫ୍। ଏଥିରେ ବୋମା ଥିବା ନେଇ ଆତଙ୍କ ସୃଷ୍ଟି ହୋଇଥିଲା। ଏଥିରେ କିଛି ବିଦ୍ୟୁତ୍ ତାର ଲାଗିଥିବାରୁ ବୋମା ଥିବା ନେଇ ସନ୍ଦେହ କରାଯାଇଥିଲା। ତେବେ ଆଟାଚିରେ ବୋମା ନଥିଲା। ଯାଞ୍ଚ ପରେ ଆରପିଏଫ୍ରୁ କୁହାଯାଇଛି ଆଟାଚିରେ କିଛି ଖେଳଣା ଥିଲା। ଛୋଟ ସୁରେଇରେ ଲାଲ୍ ସୂତା ଗୁଡ଼ା ଯାଇଥିଲା।
ଆଟାଚିରେ ବୋମା ଥିବା ନେଇ ଆତଙ୍କ ସୃଷ୍ଟି ହେବା ପରେ ସୁରକ୍ଷା ଦୃଷ୍ଟିରୁ ୫ଟି ଟ୍ରେନ୍କୁ ବୀରପୁରୁଷୋତ୍ତମପୁର ଷ୍ଟେସନରେ ଅଟକାଇ ଦିଆଯାଇଥିଲା। ଆରପିଏଫ୍ ଆଟାଚିକୁ ଜବତ କରିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ସାଙ୍ଗଙ୍କ ସହ ସମୁଦ୍ରରେ ଗାଧୋଉଥିଲେ, ଭାସିଗଲେ ଯୁବକ
ସମୁଦ୍ରରେ ସ୍ନାନ ବେଳେ ବୁଡିଗଲେ ଯୁବକ । ବହୁ ଖୋଜାଖୋଜି ପରେ ବି ମିଳୁନି ପତ୍ତା।
Crime
ବିବାହକୁ ୬ ମାସ ପୂରିନି; ଯୌତୁକ ଜୁଇରେ ଜଳିଲେ ନବବଧୂ
ଝିଅକୁ ଯୋଜନାବଦ୍ଧ ଭାବେ ବିଷ ପିଆଇ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଞ୍ଜଳିଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Crime
ପୁଅ ମାଡ଼ରେ ଗଲା ମା’ର ଜୀବନ; ୨୦ ଘଣ୍ଟା ହେଲା ପଡ଼ିଛି ମୃତଦେହ
ପୁଲିସ ଅଭିଯୁକ୍ତ ପୁଅକୁ ନେଇ ଅଟକ ରଖିବା ସହ ଘଟଣା ସଂପର୍କରେ ପଚରାଉଚରା କରିଛି।
Crime
ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣା; ୩ କ୍ଷେତ୍ର ବନ କର୍ମଚାରୀ ସସପେଣ୍ଡ
ଗତକାଲି ସମ୍ବଲପୁର ନାକଟିଦେଉଳ ରେଂଜ ବୁରମାଲ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଟି ହାତୀଙ୍କ ମୃତ୍ୟୁ ଘଟିଥିଲା।
Accident
ଗଛରେ ପିଟିହେଲା କାର୍; ଡ୍ରାଇଭର ଗୁରୁତର
ରାତିସାରା ଆଦିତ୍ୟ ଗୁରୁତର ଅବସ୍ଥାରେ କାର୍ ଭିତରେ ପଡ଼ି ରହିଥିଲେ।