ଆଟାଚି ଜବତ, ଟ୍ରେନ୍‌ ଚଳାଚଳ ସ୍ୱାଭାବିକ

ପିପିଲି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ବୀରପୁରୁଷୋତ୍ତମପୁର ଷ୍ଟେସନ ନିକଟରେ ରେଳ ଲାଇନ୍‌ କଡ଼ରେ ପଡ଼ିଥିବା ଏକ ଖୋଲା ଆଟାଚିକୁ ଜବତ କରିଛି ଆରପିଏଫ୍‌। ଏଥିରେ  ବୋମା ଥିବା ନେଇ ଆତଙ୍କ ସୃଷ୍ଟି ହୋଇଥିଲା। ଏଥିରେ କିଛି ବିଦ୍ୟୁତ୍‌ ତାର ଲାଗିଥିବାରୁ ବୋମା ଥିବା ନେଇ ସନ୍ଦେହ କରାଯାଇଥିଲା। ତେବେ ଆଟାଚିରେ ବୋମା ନଥିଲା। ଯାଞ୍ଚ ପରେ ଆରପିଏଫ୍‌ରୁ କୁହାଯାଇଛି ଆଟାଚିରେ କିଛି ଖେଳଣା ଥିଲା। ଛୋଟ ସୁରେଇରେ ଲାଲ୍‌ ସୂତା ଗୁଡ଼ା ଯାଇଥିଲା। ଆଟାଚିରେ ବୋମା ଥିବା ନେଇ […]

pipili

Rakesh Mallick
  • Published: Friday, 27 July 2018
  • , Updated: 27 July 2018, 09:56 PM IST

ପିପିଲି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ବୀରପୁରୁଷୋତ୍ତମପୁର ଷ୍ଟେସନ ନିକଟରେ ରେଳ ଲାଇନ୍‌ କଡ଼ରେ ପଡ଼ିଥିବା ଏକ ଖୋଲା ଆଟାଚିକୁ ଜବତ କରିଛି ଆରପିଏଫ୍‌। ଏଥିରେ  ବୋମା ଥିବା ନେଇ ଆତଙ୍କ ସୃଷ୍ଟି ହୋଇଥିଲା। ଏଥିରେ କିଛି ବିଦ୍ୟୁତ୍‌ ତାର ଲାଗିଥିବାରୁ ବୋମା ଥିବା ନେଇ ସନ୍ଦେହ କରାଯାଇଥିଲା। ତେବେ ଆଟାଚିରେ ବୋମା ନଥିଲା। ଯାଞ୍ଚ ପରେ ଆରପିଏଫ୍‌ରୁ କୁହାଯାଇଛି ଆଟାଚିରେ କିଛି ଖେଳଣା ଥିଲା। ଛୋଟ ସୁରେଇରେ ଲାଲ୍‌ ସୂତା ଗୁଡ଼ା ଯାଇଥିଲା।

ଆଟାଚିରେ ବୋମା ଥିବା ନେଇ ଆତଙ୍କ ସୃଷ୍ଟି ହେବା ପରେ ସୁରକ୍ଷା ଦୃଷ୍ଟିରୁ ୫ଟି ଟ୍ରେନ୍‌କୁ ବୀରପୁରୁଷୋତ୍ତମପୁର ଷ୍ଟେସନରେ ଅଟକାଇ ଦିଆଯାଇଥିଲା। ଆରପିଏଫ୍‌ ଆଟାଚିକୁ ଜବତ କରିବା ପରେ  ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି।

Related story