‘ସୁନ୍ଦରୀ’ ଧରିବାରେ ସହାୟତା କରିବ 'ଯଶୋଦା'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାତକୋଶିଆ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ନିଦ ହଜାଇ ଦେଇଛି ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’। ଯାହାକୁ ପାଉଛି ଝାମ୍ପି ନେଉଛି। ସାତକୋଶିଆରୁ ‘ସୁନ୍ଦରୀ’କୁ ଫେରାଇ ନେବାକୁ ନେଇ ବାଦ ବିବାଦ ଓ ପୋଡ଼ାଜଳା ପରେ ବନ ବିଭାଗ ଉଦ୍ୟମ ଆରମ୍ଭ କରିଥିଲା। ଟ୍ରାଙ୍କୁଲାଇଜ୍‌ କରିବାକୁ ଉଦ୍ୟମ କରି ବାରମ୍ୱାର ଫେଲ୍‌ ମାରିଥିଲା। ଶେଷରେ ମଇଁଷି ବାନ୍ଧି ତା’ପାଖରେ ପୁରୁଷ ବାଘର ପରିସ୍ରାକୁ ଛିଞ୍ଚି ଗଛରେ ଭାଡ଼ି ବାନ୍ଧି ଜଗିଥିଲା। ରାତିର ଅନ୍ଧକାରରେ […]

Sundari-1-3

Manoranjan Sial
  • Published: Friday, 02 November 2018
  • , Updated: 02 November 2018, 08:32 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାତକୋଶିଆ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ନିଦ ହଜାଇ ଦେଇଛି ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’। ଯାହାକୁ ପାଉଛି ଝାମ୍ପି ନେଉଛି। ସାତକୋଶିଆରୁ ‘ସୁନ୍ଦରୀ’କୁ ଫେରାଇ ନେବାକୁ ନେଇ ବାଦ ବିବାଦ ଓ ପୋଡ଼ାଜଳା ପରେ ବନ ବିଭାଗ ଉଦ୍ୟମ ଆରମ୍ଭ କରିଥିଲା। ଟ୍ରାଙ୍କୁଲାଇଜ୍‌ କରିବାକୁ ଉଦ୍ୟମ କରି ବାରମ୍ୱାର ଫେଲ୍‌ ମାରିଥିଲା। ଶେଷରେ ମଇଁଷି ବାନ୍ଧି ତା’ପାଖରେ ପୁରୁଷ ବାଘର ପରିସ୍ରାକୁ ଛିଞ୍ଚି ଗଛରେ ଭାଡ଼ି ବାନ୍ଧି ଜଗିଥିଲା। ରାତିର ଅନ୍ଧକାରରେ ସୁନ୍ଦରୀ ଆସି ଚମ୍ପଟ ମାରିଥିଲା। ହେଲେ ଟ୍ରାଙ୍କୁଲାଇଜ୍‌ କରିପାରିନଥିଲା ବନ ବିଭାଗ। ଏବେ ‘ସୁନ୍ଦରୀ’କୁ ଧରିବା ପାଇଁ ବନ ବିଭାଗକୁ ସାହାଯ୍ୟ କରିବ ‘ଯଶୋଦା' ହାତୀ।

ଚନ୍ଦକା ଗୋଡ଼ିବାରିରୁ ଆଜି ରାତିରେ ସାତକୋଶିଆ ଯିବ ‘ଯଶୋଦା’। ତା’ସହ ମାହୁନ୍ତ ଓ ବନ ବିଭାଗ କର୍ମଚାରୀମାନେ ମଧ୍ୟ ଯିବେ। ‘ସୁନ୍ଦରୀ’ ଟ୍ରାଙ୍କୁଲାଇଜ୍‌ କରିବାରେ ‘ଯଶୋଦା’ ସାହାଯ୍ୟ କରିବ। ପୂର୍ବରୁ ଶିମିଳିପାଳରୁ କୁମ୍‌କୀ ହାତୀ ଆଣିବା ସମ୍ଭବ ହୋଇନଥିଲା। ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ବନ ବିଭାଗର ହାତୀ ଆଣିବା ମିଶନ୍‌ ଫେଲ୍‌ ମାରିଥିଲା। ପରେ କର୍ଣ୍ଣାଟକରୁ ଦୁଇଟି କୁମ୍‌କୀ ହାତୀ ଆଣିବା ପାଇଁ ବନ ବିଭାଗ ନିଷ୍ପତ୍ତି ନେଇଥିଲା।

Related story