ରାଉରକେଲା ( ସତ୍ୟାନନ୍ଦ ମହାନ୍ତି ): ରାଉରକେଲା ଇସ୍ପାତ କାରଖାନା ପରିସରରେ ବିନା କାଗଜ ପତ୍ର , ବିନା ଏଣ୍ଟ୍ରି ପାସରେ ପଶିଥିବା ଦୁଇଟି ଟ୍ରେଲର୍ ଜବତ ହୋଇଛି । ଗତକାଲି ଅପରାହ୍ନରେ ପ୍ଲେଟ ମିଲ୍ ନିକଟରୁ RSP କ୍ରାଇମ ବ୍ରାଞ୍ଚ ଏବଂ ଭିଜିଲାନ୍ସ ଟିମ୍ ଏହି ୨ ଟ୍ରେଲର୍ ଜବତ କରିଥିଲା। ମାତ୍ର ଡ୍ରାଇଭରଦ୍ୱୟ ଘଟଣାସ୍ଥଳ଼ରୁ ଫେରାର ହୋଇଯାଇଥିଲେ । କୌଣସି ବଡ ଧରଣର ଲୁହା ଚୋରି କରିବାକୁ ଏହି ଟ୍ରେଲର୍ ପ୍ଲାଣ୍ଟ ମଧ୍ୟରେ ପଶିଥିବା ସନ୍ଦେହ କରାଯାଉଛି ।
ଏ ବାବଦରେ କିଛି CISF କର୍ମଚାରୀଙ୍କ ସନ୍ଦେହଜନକ ଭୂମିକା ଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏ ବାବଦରେ ଟାଙ୍ଗରପାଲି ଥାନାରେ RSP ପକ୍ଷରୁ ଲିଖିତ ସୂଚନା ଦିଆଯାଇଛି । ଘଟଣାର ଗୁରୁତ୍ୱ ଥିବାରୁ ଉଭୟ ପୁଲିସ୍ ଏବଂ ସିଆଇଏସଏଫ ମାମଲାର ତଦନ୍ତ କରୁଛନ୍ତି ।
ଦୁଇ ଦିନ ପୂର୍ବରୁ ମଧ୍ୟ ଏକ ବିନା ଏଣ୍ଟ୍ରି ପାସ୍ ଟ୍ରକ୍ ପ୍ଲାଣ୍ଟ ମଧ୍ୟରୁ ଜବତ କରାଯାଇ ଡ୍ରାଇଭରକୁ ଗିରଫ କରାଯାଇଥିଲା । ଏହାକୁ ନେଇ ପ୍ଲାଣ୍ଟରେ ଏକ ବଡ଼ ଲୁହା ଚୋରି କରୁଥିବା racket କାମ କରୁଥିବା ସନ୍ଦେହ କରାଯାଉଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ପୂରା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।
Miscellaneous
ସରିଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କା ବେପାର
ଐତିହାସିକ କଟକ ବାଲିଯାତ୍ରା ସରିବା ପରେ ୯ ଦିନର କୋଳାହଳ ଏବେ ଶାନ୍ତ ପଡ଼ିଛି। ୯ ଦିନରେ ୨୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବାବେଳେ ସେଥିରୁ କେବଳ ଓରମାସ ୪୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି।
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।
Miscellaneous
ରତ୍ନଭଣ୍ଡାରରେ ନାହିଁ ଗୁପ୍ତ କୋଠରୀ କି ସୁଡ଼ଙ୍ଗ, ମରାମତି ବାଟ ଫିଟିଲା
ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ କୋଠରୀ କି ରହସ୍ୟପୂର୍ଣ୍ଣ ସୁଡ଼ଙ୍ଗ। ଜିପିଆରଏସ୍ ସର୍ଭେ ରିପୋର୍ଟରୁ ହେଲା ସ୍ପଷ୍ଟ। ଦିନେ ଦୁଇ ଦିନରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
Politics
ରାସ୍ତା ମରାମତି କାମକୁ ନେଇ ତାତିଲେ ନଗର ଉନ୍ନୟନ ମନ୍ତ୍ରୀ
ମୟୂରଭଞ୍ଜ ଜିଲ୍ଲା ଏନଏଚ୍-୪୯ ବାଙ୍ଗିରିପୋଷି ଘାଟିରେ ରାସ୍ତା ମରାମତି କାର୍ଯ୍ୟର ଅଗ୍ରଗତି ହେଉନାହିଁ। PDଙ୍କୁ ଗିରଫ କରି ଜେଲ୍ ପଠାଇବାକୁ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।