ମଝି ସମୁଦ୍ରରେ ବୁଡ଼ିଲା ଟ୍ରଲର

କୋଣାର୍କ(ଓଡ଼ିଶା ରିପୋର୍ଟର):ସମୁଦ୍ରରେ ବୁଡ଼ିଲା ଟ୍ରଲର। ଅଳ୍ପକେ ବର୍ତ୍ତିଲେ ୭ କର୍ମଚାରୀ। ଅସ୍ତରଙ୍ଗ ଦେବୀ ମୁହାଣ ପାର୍ଶ୍ୱବର୍ତ୍ତୀ ସମୁଦ୍ରରେ ବୁଡ଼ିଗଲା ଟ୍ରଲରଟ୍ରଲରର ୭ କର୍ମଚାରୀଙ୍କୁ ଉଦ୍ଧାର କଲେ ଅନ୍ୟ ମତ୍ସ୍ୟଜୀବୀ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରଲର ସମୁଦ୍ରରେ ବୁଡ଼ି ଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଅସ୍ତରଙ୍ଗ-୨ ନାମକ ଏକ ଟ୍ରଲର ମାଛ ମାରିବାକୁ ଯାଇଥିଲା। ତେବେ ଅସ୍ତରଙ୍ଗର ଦେବୀ ମୁହାଣଠାରୁ ୨ କିମି ଦୂରରେ ଆଜି ସନ୍ଧ୍ୟାରେ ଉକ୍ତ ଟ୍ରଲରଟି ବୁଡ଼ି ଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଏବଂ […]

bls-1

Tapas Behera
  • Published: Saturday, 30 November 2019
  • , Updated: 30 November 2019, 10:03 PM IST

କୋଣାର୍କ(ଓଡ଼ିଶା ରିପୋର୍ଟର):ସମୁଦ୍ରରେ ବୁଡ଼ିଲା ଟ୍ରଲର। ଅଳ୍ପକେ ବର୍ତ୍ତିଲେ ୭ କର୍ମଚାରୀ। ଅସ୍ତରଙ୍ଗ ଦେବୀ ମୁହାଣ ପାର୍ଶ୍ୱବର୍ତ୍ତୀ ସମୁଦ୍ରରେ ବୁଡ଼ିଗଲା ଟ୍ରଲରଟ୍ରଲରର ୭ କର୍ମଚାରୀଙ୍କୁ ଉଦ୍ଧାର କଲେ ଅନ୍ୟ ମତ୍ସ୍ୟଜୀବୀ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରଲର ସମୁଦ୍ରରେ ବୁଡ଼ି ଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଅସ୍ତରଙ୍ଗ-୨ ନାମକ ଏକ ଟ୍ରଲର ମାଛ ମାରିବାକୁ ଯାଇଥିଲା।

ତେବେ ଅସ୍ତରଙ୍ଗର ଦେବୀ ମୁହାଣଠାରୁ ୨ କିମି ଦୂରରେ ଆଜି ସନ୍ଧ୍ୟାରେ ଉକ୍ତ ଟ୍ରଲରଟି ବୁଡ଼ି ଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଏବଂ ଟ୍ରଲରର ତଳ ପାର୍ଶ୍ୱରେ ଛିଦ୍ର ଥିବାରୁ ପାଣି ପଶିଯାଇଥିଲା। ତେବେ ଏଥିରେ ଥିବା ୭ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି।

Related story