ଟ୍ରଲର ଓଲଟିବା ଘଟଣାରେ ଜଣଙ୍କ ମୃତଦେହ ଉଦ୍ଧାର

ପାରାଦୀପ (ରମାକାନ୍ତ ନାୟକ): ମଙ୍ଗଳବାର ଅପରାହ୍ନରେ ପାରାଦୀପ ମହାନଦୀ ମୁହାଣରେ ମାଛଧରା ଟ୍ରଲର ବୁଡ଼ି ଘଟଣାରେ ନିଖୋଜ ଦୁଇ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଆଜି ସକାଳେ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବଟକୃଷ୍ଣ ମଲ୍ଲିକ। ପାରାଦୀପ ସମୂଦ୍ର କୂଳରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଜଟାଧାର ମୁହାଣ ମେରାଇନ୍ ପୁଲିସ୍ ଉଦ୍ଧାର କରିଥିଲା। ତେବେ ଏବେବି ଆଉ ଜଣଙ୍କ ପତ୍ତା ମିଳିନି। ତାଙ୍କ ନାଁ ଲକ୍ଷ୍ମୀଧର ଦାସ। ସୂଚନା ଅନୁଯାୟୀ,  ମା’ ଜାଡୁଆ ନାମକ ଏକ […]

BOAT

BOAT

Niharika Rout
  • Published: Wednesday, 09 October 2019
  • Updated: 09 October 2019, 09:49 AM IST

ପାରାଦୀପ (ରମାକାନ୍ତ ନାୟକ): ମଙ୍ଗଳବାର ଅପରାହ୍ନରେ ପାରାଦୀପ ମହାନଦୀ ମୁହାଣରେ ମାଛଧରା ଟ୍ରଲର ବୁଡ଼ି ଘଟଣାରେ ନିଖୋଜ ଦୁଇ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଆଜି ସକାଳେ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବଟକୃଷ୍ଣ ମଲ୍ଲିକ। ପାରାଦୀପ ସମୂଦ୍ର କୂଳରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଜଟାଧାର ମୁହାଣ ମେରାଇନ୍ ପୁଲିସ୍ ଉଦ୍ଧାର କରିଥିଲା। ତେବେ ଏବେବି ଆଉ ଜଣଙ୍କ ପତ୍ତା ମିଳିନି। ତାଙ୍କ ନାଁ ଲକ୍ଷ୍ମୀଧର ଦାସ।

ସୂଚନା ଅନୁଯାୟୀ,  ମା’ ଜାଡୁଆ ନାମକ ଏକ ମାଛଧରା ଟ୍ରଲରରେ ୫ଜଣ ମତ୍ସ୍ୟଜୀବୀ ୪ ଦିନ ତଳେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ମଙ୍ଗଳବାର ସେମାନେ ଫେରୁଥିବାବେଳେ ଅପରାହ୍ନରେ ହଠାତ୍ ସମୁଦ୍ର ଅଶାନ୍ତ ହୋଇଯାଇଥିଲା। ଲହଡ଼ି ମାଡ଼ରେ ସମସ୍ତ ମତ୍ସ୍ୟଜୀବୀ ପାଣିକୁ ଛିଟିକି ପଡ଼ିଥିଲେ। ଖବର ପାଇ ସ୍ଥାନୀୟ ମତ୍ସଜୀବୀମାନେ ଏକ ଡଙ୍ଗା ମାଧ୍ୟମରେ ଯାଇ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ସେମାନେ ହେଲେ ଉମାକାନ୍ତ ଦାସ, ଗଙ୍ଗାଧର ଦାସ ଓ  ତାଙ୍କ ପୁଅ ସନ୍ତୋଷ ଦାସ। ହେଲେ ବଟକୃଷ୍ଣ ଓ ଲକ୍ଷ୍ମୀଧର ନିଖୋଜ ହୋଇଯାଇଥିଲେ।

ଅନ୍ୟପକ୍ଷରେ ଖବର ପାଇବା ମାତ୍ରେ ମେରାଇନ୍‌ ପୁଲିସ୍‌ର ବୋଟ୍‌ ଦୁର୍ଘଟଣାସ୍ଥଳକୁ ଯାଇ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାସହ ମୁହାଣ ପୋତି ହୋଇଯାଇଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos