ନୀଳଗିରି (ବିଶ୍ୱମ୍ୱର ଦାସ): ବାତ୍ୟା ‘ଅମ୍ଫାନ’ର ପ୍ରଭାବ ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଅନେକ ସ୍ଥାନରେ ଘର ଛପର ଉଡି ଯାଇଥିବା ବେଳେ ବଡ଼ ବଡ଼ ଗଛ ଭାଙ୍ଗି ପଡିଛି। ଫଳରେ ଜୀବନଯାତ୍ରା ଏକ ପକାର ଠପ୍ ହୋଇଯାଇଛି। ମହାମାରୀ ‘କରୋନା’ ବେଳେ ବାତ୍ୟା ମାଡ଼ ସ୍ଥାନୀୟ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି।
ବାତ୍ୟାରେ ନୀଳଗିରି ଉପଖଣ୍ଡ ମେଡିକାଲର ମେଡ଼ିସିନ ବିଭାଗର ଛାତ ଉପରେ ବିରାଟକାୟ ଗଛ ଉପୁଡ଼ି ପଡିଛି। ଯାହାକୁ ନେଇ ମେଡିକାଲରେ ଥିବା କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ ଉଦ୍ଧାରକାରୀ ଦଳ ମେଡ଼ିକାଲ୍ରେ ପହଞ୍ଚି ଗଛକଟି ବାହାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଅନ୍ୟପକ୍ଷରେ ନୀଳିଗିରି-ମିତ୍ରପୁର ରାସ୍ତାର ବିଭିନ୍ନ ସ୍ଥାନରେ ଗଛପଡି ରାସ୍ତା ଅଵୋରୋଧ ହୋଇଛି। ଯାହାଫଳରେ ଜରୁରୀ ସେବା ପ୍ରଦାନ କରୁଥିବା ଆମ୍ବଲାନ୍ସ ଗସ୍ତବ୍ୟସ୍ଥଳକୁ ଯାଇନପାରୁ ଫେରିଆସୁଥିବା ଦେଖିବାକୁ ମିଳୁଛି। ଏବେ ସେହି ସ୍ଥାନରେ ଉଦ୍ଧାର କାର୍ଯ୍ୟ ଚାଲିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଯୌତୁକ ପାଇଁ ମାରିଦେଲେ! ୧୦ ମାସ ତଳେ ହୋଇଥିଲା ବାହାଘର
ବାପ ଘର ଲୋକ ଅଭିଯୋଗ କରିଛନ୍ତି ଯେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଛି। ଶ୍ୱଶୁର ଘର ଲୋକେ କହିଛନ୍ତି ଯେ ସେ ଆତ୍ମହତ୍ୟା କରିଛନ୍ତି। ଯଦି ଆତ୍ମହତ୍ୟା କରିଛନ୍ତି, ତା’ହେଲେ ତା’ର କାରଣ ଯୌତୁକ ନିର୍ଯାତନା ନୁହେଁ ତ?
Events & Festivals
ମହାରାଜ କଂସଙ୍କ ନିମନ୍ତ୍ରଣ, ଧନୁଯାତ୍ରା ଦେଖିବାକୁ ଯିବେ ମୁଖ୍ୟମନ୍ତ୍ରୀ
ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ସାମିଲ ହେବାକୁ ସନ୍ଧ୍ୟାରେ ବରଗଡ଼ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ l
Miscellaneous
ନକ୍ସଲ ଡମ୍ପ ଠାବ; ବନ୍ଧୁକ ଓ ଗୁଳି ଜବତ
ସାଧାରଣ ଲୋକଙ୍କୁ ଅବା ସୁରକ୍ଷା କର୍ମଚାରୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ନକ୍ସଲମାନେ ଏହି ଡମ୍ପକୁ ବ୍ୟବହାର କରିଥା’ନ୍ତେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ମାଲକାନଗିରି ଏସ୍ପି।
Miscellaneous
ଆଜିଠୁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ, ୧୬ରୁ ପୁଣି ଚାଲିବ
ଆସନ୍ତା ୧୬ ତାରିଖଠାରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ।