ମୁହାଁମୁହିଁ ହେଲେ ୨ ଆଦିବାସୀ ଗୋଷ୍ଠୀ, ମେଳି କଲେ, ଗର୍ଜିଲେ

ମାଲକାନଗିରି( ଓଡ଼ିଶା ରିପୋର୍ଟର): ମୁହାଁମୁହିଁ ହୋଇଛନ୍ତି ଆଦିବାସୀ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଆଦିବାସୀମାନେ ୨ ଭାଗରେ ବିଭକ୍ତ ହେବା ଘଟଣା ପ୍ରଚାରିତ ହୋଇଛି। ଗୁରୁବାର ଗୋଟିଏ ପଞ୍ଚାୟତର ୨ଟି ସ୍ଥାନରେ ଆଦିବାସୀଙ୍କ ୨ ଗୋଷ୍ଠୀ ବଡ଼ ବଡ଼ ମେଳି କରି ପରସ୍ପର ବିରୋଧରେ ଗର୍ଜିଛନ୍ତି। ନକ୍ସଲଙ୍କ ପାଇଁ ଆଦିବାସୀଙ୍କ ମଧ୍ୟରେ ଏକତା ଭାଙ୍ଗୁଥିବା ଆଲୋଚନା ହେଉଛି। ସୂଚନା ଅନୁଯାୟୀ, ଖଜୁରୀଗୁଡ଼ାରେ ପଣସପୁଟ, ଅଣ୍ଡାପାଲି, ଯନ୍ତ୍ରୀ ଓ ଯୋଡ଼ାଆମ୍ବ ପଞ୍ଚାୟତର କିଛି ଗାଁରୁ ୨ ହଜାର ଆଦିବାସୀ […]

mlkn

mlkn

Niharika Rout
  • Published: Friday, 31 January 2020
  • Updated: 31 January 2020, 12:01 PM IST

Sports

Latest News

ମାଲକାନଗିରି( ଓଡ଼ିଶା ରିପୋର୍ଟର): ମୁହାଁମୁହିଁ ହୋଇଛନ୍ତି ଆଦିବାସୀ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଆଦିବାସୀମାନେ ୨ ଭାଗରେ ବିଭକ୍ତ ହେବା ଘଟଣା ପ୍ରଚାରିତ ହୋଇଛି। ଗୁରୁବାର ଗୋଟିଏ ପଞ୍ଚାୟତର ୨ଟି ସ୍ଥାନରେ ଆଦିବାସୀଙ୍କ ୨ ଗୋଷ୍ଠୀ ବଡ଼ ବଡ଼ ମେଳି କରି ପରସ୍ପର ବିରୋଧରେ ଗର୍ଜିଛନ୍ତି। ନକ୍ସଲଙ୍କ ପାଇଁ ଆଦିବାସୀଙ୍କ ମଧ୍ୟରେ ଏକତା ଭାଙ୍ଗୁଥିବା ଆଲୋଚନା ହେଉଛି।

ସୂଚନା ଅନୁଯାୟୀ, ଖଜୁରୀଗୁଡ଼ାରେ ପଣସପୁଟ, ଅଣ୍ଡାପାଲି, ଯନ୍ତ୍ରୀ ଓ ଯୋଡ଼ାଆମ୍ବ ପଞ୍ଚାୟତର କିଛି ଗାଁରୁ ୨ ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜେଇ ହୋଇ ମେଳି କରିଥିଲେ । ସେହିପରି ୫୦୦ ମିଟର ଦୂର ଦରଲାପଡ଼ାରେ ଯୋଡ଼ାଆମ୍ବ ପଞ୍ଚାୟତର କୁନ୍ତୁରପଦର, ଯୋଡ଼ାଆମ୍ବ, ଟିକରପଡ଼ା, ଜନ୍ତୁରାଇ ସମେତ ୬ଟି ଗାଁର ହଜାରେରୁ ଊର୍ଦ୍ଧ୍ୱ ଆଦିବାସୀ ଆଉ ଗୋଟିଏ ମେଳି କରିଥିଲେ ।

ଖଜୁରୀଗୁଡ଼ାରେ ମେଳି କରିଥିବା ଆଦିବାସୀଙ୍କ ଅଭିଯୋଗ ଯେ, ଅପର ଗୋଷ୍ଠି ଆଦିବାସୀ ନୂଆ ରାସ୍ତାରେ ସେମାନଙ୍କୁ ଯିବାକୁ  ଦେଉ ନାହାନ୍ତି । ଉକ୍ତ ରାସ୍ତା ଦେଇ ଯାତାୟତ କଲେ ସେମାନଙ୍କୁ ମାଡ଼ ମାରୁଛନ୍ତି । ଏହି କାରଣରୁ ସେମାନେ ଯୋଡ଼ାଆମ୍ବରେ ଥିବା ହସ୍ପିଟାଲକୁ ମଧ୍ୟ ଯାଇ ପାରୁନାହାନ୍ତି । ସେମାନଙ୍କ ଗାଁକୁ ଯାଇଥିବା ବିଦ୍ୟୁତ୍‌ ସଂଯୋଗ ମଧ୍ୟ କାଟି ଦେଇଥିବା ଅଭିଯୋଗ କରିଛନ୍ତି ଏହି ଆଦିବାସୀମାନେ ।

ସେହିପରି ଦରଲାପଡ଼ାରେ ମେଳି କରିଥିବା ଆଦିବାସୀଙ୍କ ଅଭିଯୋଗ, ଅପର ଗୋଷ୍ଠୀ ସେମାନଙ୍କ ଗାଁରେ ପଶି ନକ୍ସଲଙ୍କ ସହ ମିଶି ୨୫ ତାରିଖରେ ଘର ଜାଳି ଦେଇଥିଲେ ।  ଏହି ଘଟଣାକୁ ନେଇ ଯୋଡ଼ାଆମ୍ବରେ ଅଶାନ୍ତି ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos