କାଠଯୋଡ଼ି ନଦୀ ତ୍ରିଶୁଳିଆଠାରେ ପୋଲ ନିର୍ମାଣ କରୁଥିବା କମ୍ପାନୀଠାରୁ ବିଜେଡି ଫାଇଦା ନେଇଛି: ଭୂଜବଳ ମାଝି

ଭୁବନେଶ୍ୱର: କଟକ କାଠଯୋଡ଼ି ନଦୀ ଉପରେ ନିର୍ମାଣାଧୀନ ତ୍ରିଶୁଳିଆ ପୋଲ ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଧାନସଭାରେ ସାଧାରଣ ବଜେଟ୍‌ ଆଲୋଚନା ବେଳେ କଂଗ୍ରେସ ବିଧାୟକ ଭୂଜବଳ ମାଝି ଏହି ପ୍ରସଙ୍ଗ ଉଠାଇଥିଲେ। ପୋଲ ନିର୍ମାଣ କରୁଥିବା କମ୍ପାନୀଠାରୁ ବିଜେଡି ଫାଇଦା ହାସଲ କରିଥିବା ଭୂଜବଳ ଅଭିଯୋଗ କରିଥିଲେ। ବିଧାୟକ ମାଝି ଅଭିଯୋଗ କରିଥିଲେ, ତ୍ରିଶୁଳିଆ ପୋଲ୍‌ ପାଇଁ ପ୍ରଥମେ ୯୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ପରବର୍ତ୍ତି ସମୟରେ ଏହା ୧୨୮ କୋଟି […]

trisulia-brize

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 03:55 AM IST

ଭୁବନେଶ୍ୱର: କଟକ କାଠଯୋଡ଼ି ନଦୀ ଉପରେ ନିର୍ମାଣାଧୀନ ତ୍ରିଶୁଳିଆ ପୋଲ ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଧାନସଭାରେ ସାଧାରଣ ବଜେଟ୍‌ ଆଲୋଚନା ବେଳେ କଂଗ୍ରେସ ବିଧାୟକ ଭୂଜବଳ ମାଝି ଏହି ପ୍ରସଙ୍ଗ ଉଠାଇଥିଲେ। ପୋଲ ନିର୍ମାଣ କରୁଥିବା କମ୍ପାନୀଠାରୁ ବିଜେଡି ଫାଇଦା ହାସଲ କରିଥିବା ଭୂଜବଳ ଅଭିଯୋଗ କରିଥିଲେ।

ବିଧାୟକ ମାଝି ଅଭିଯୋଗ କରିଥିଲେ, ତ୍ରିଶୁଳିଆ ପୋଲ୍‌ ପାଇଁ ପ୍ରଥମେ ୯୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ପରବର୍ତ୍ତି ସମୟରେ ଏହା ୧୨୮ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଏହି ବ୍ୟୟ ଅଟକଳ କାହା ନିର୍ଦ୍ଦେଶରେ ବୃଦ୍ଧି କରାଯାଇଥିଲା ବୋଲି ସେ ପ୍ରଶ୍ନ କରିଥିଲେ।

ସେହିପରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ନେଇ ବିଜେଡି ପକ୍ଷରୁ ଦିଲ୍ଲୀରେ କରାଯାଇଥିବା ରାଲି ପାଇଁ ଉକ୍ତ କମ୍ପାନୀ ୫ କୋଟି ଟଙ୍କା ଦେଇଥିବା ସେ ଅଭିଯୋଗ କରିଥିଲେ।

ବିଜେଡି ମୁଖପାତ୍ର ଦିବ୍ୟଶଙ୍କର ମିଶ୍ର କହିଛନ୍ତି, “ଏପରି ଅଭିଯୋଗ ଭିତ୍ତିହୀନ, ଏଥିରେ କୌଣସି ସତ୍ୟତା ନାହିଁ। କୌଣସି ପ୍ରକଳ୍ପର କାମ ଆରମ୍ଭ ହେବା ପରେ ଆବଶ୍ୟକତାକୁ ଦେଖି ବ୍ୟୟଅଟକଳ ବୃଦ୍ଧି କରାଯାଇଥାଏ, ଏଠାରେ ସେପରି କରାଯାଇଛି। କମ୍ପାନୀ ପାଖରୁ ବିଜେଡି ଫାଇଦା ନେଇ ବ୍ୟୟ ଅଟକଳ ବୃଦ୍ଧି କରିଥିବା ଅଭିଯୋଗ ଅଣାଯିବା ହାସ୍ୟସ୍ପଦ।”

Related story