ଘାଟିରେ ଟ୍ରକ୍‌ ଓଲଟି ୨୦ ଆହତ

କେନ୍ଦୁଝର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଯନ୍ତାରି ଘାଟି ରାସ୍ତାରେ ଏକ ୪୦୭ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଟ୍ରକ୍‌ରେ ବସିଥିବା ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରକ୍‌ଟି ଓଲଟି ପଡ଼ିଥିବା ସନ୍ଦେହ କରାଯାଉଛି। ଦୁର୍ଘଟଣା ପରେ ଗାଡ଼ି ଚାଳକ ଫେରାର ହୋଇଯାଇଛି।