ଅସ୍ଥାୟୀ ଦୋକାନୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଆଖି ବୁଜିଲେ ୪

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ଶାସନ ଥାନା ପରମାଣପୁର ଧନୁଯାତ୍ରା ମୀନାବଜାରରେ ଘଟିଛି ଅଘଟଣ। ଆଜି ଭୋରରେ  ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା କିଛି ଅସ୍ଥାୟୀ ଦୋକାନୀଙ୍କ ଉପରେ ଏକ ଟ୍ରକ୍‌ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ଶାସନ […]

truck-1--1

Niharika Rout
  • Published: Tuesday, 21 January 2020
  • , Updated: 21 January 2020, 10:18 AM IST

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ଶାସନ ଥାନା ପରମାଣପୁର ଧନୁଯାତ୍ରା ମୀନାବଜାରରେ ଘଟିଛି ଅଘଟଣ। ଆଜି ଭୋରରେ  ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା କିଛି ଅସ୍ଥାୟୀ ଦୋକାନୀଙ୍କ ଉପରେ ଏକ ଟ୍ରକ୍‌ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଖବର ପାଇ ଶାସନ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକ୍‌ଟି ଘଟଣାସ୍ଥଳରେ ଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ମୃତକମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି।

Related story